ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ ପକ୍ଷରୁ ପାଳନ କରାଯାଉଥିବା ଗୌରଜ୍ୟା ମା’ଙ୍କ ପୂଜା ଉତ୍ସବରେ ଭାଗ ନେଉଥିବା ମାନସିକଧାରୀମାନେ ୪୦ଦିନ ଯାଏ ଅଗାଧୁଆ ରହିଥାନ୍ତି।
ରାଜସ୍ଥାନର ଭିଲଓ୍ବାଡାରେ ମହାଆଡମ୍ବରରେ ସମ୍ପନ୍ନ ହୋଇଛି ଗୌରଜ୍ୟା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା। ଏହି ଅବସରରେ ଆୟୋଜିତ ଗଓ୍ବରୀ ଲୋକନୃତ୍ୟରେ ପ୍ରଚଳିତ ପ୍ରଥା ଅନୁଯାୟୀ ୧୫୦ଜଣ କଳାକାର ଭାଗନେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା, ଗୌରଜ୍ୟା ଠାକୁରାଣୀଙ୍କୁ ସ୍ବାଗତ ଜଣାଇ ଗଓ୍ବରୀ ନୃତ୍ୟ ପରିବେଷଣ କରୁଥିବା କଳାକାରମାନେ ୪୦ଦିନ ଯାଏ କଠୋର ବ୍ରତ ଧାରଣ କରିଥାନ୍ତି। ଏହି ସମୟରେ ସେମାନେ ଜମା ଗାଧୋଇ ନ ଥାନ୍ତି। ସେମାନଙ୍କୁ ସବୁଜ ପରିବା, ଆମିଷ, ମଦ ଆଦି ତ୍ୟାଗ କରିବାକୁ ପଡ଼େ। ସାରାଦିନର କଠୋର ବ୍ରତ ପରେ ମାତ୍ର ଥରେ ସାତ୍ତ୍ୱିକ ଭୋଜନ କରିଥାନ୍ତି ସେମାନେ। କେବଳ ଏତିକି ନୁହେଁ, ଏହି ବ୍ରତ ଏତେ କଠୋର ଯେ, ବ୍ରତଧାରୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ଘରେ ପ୍ରବେଶ କରନ୍ତି ନାହିଁ। ସେମାନେ ପାଖାପାଖି ଦେଢ଼ମାସ ଯାଏ ମଠମନ୍ଦିରରେ ରୁହନ୍ତି। ଫୁଙ୍ଗୁଳା ପାଦରେ ଚାଲନ୍ତି। ଚଟାଣରେ ଶୁଅନ୍ତି। ନୃତ୍ୟରେ ଭାଗ ନେଉଥିବା ସମସ୍ତ କଳାକାର ପୁରୁଷ। ସେମାନଙ୍କ ମଧ୍ୟରୁ କେତେଜଣ ମହିଳାଙ୍କ ବେଶ ଧାରଣ କରି ଯାତ୍ରାରେ ଭାଗ ନେଇଥାନ୍ତି। ସମସ୍ତଙ୍କୁ କଡ଼ା ନିୟମ ମଧ୍ୟରେ ଅନ୍ତିମ ଦିନ ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ଅନ୍ତିମ ଦିନରେ ମା’ଙ୍କ ଶୋଭାଯାତ୍ରା ନଗର ପରିକ୍ରମା କରେ। ଏହା ପରେ ମୂର୍ତ୍ତିକୁ ବିସର୍ଜନ କରିଦିଆଯାଏ।
ଯାତ୍ରାର ଆୟୋଜକ ବଜେରାମ ଗମେତୀ କୁହନ୍ତି, ଗୌରଜ୍ୟା ଠାକୁରାଣୀ ହେଉଛି ମା’ ପାର୍ବତୀଙ୍କ ଭଉଣୀ। ବିଶ୍ୱାସ ରହିଛି ଯେ, ଯାତ୍ରା ସମୟରେ ସେ କୈଳାସ ପର୍ବତକୁ ମା’ ପାର୍ବତୀଙ୍କୁ ମିଶିବାକୁ ଆସିଥାନ୍ତି। ଠାକୁରାଣୀଙ୍କୁ ସ୍ବାଗତ କରିବାକୁ ମଓ୍ବୋରର ବିଭିନ୍ନ ସ୍ଥାନରେ ଗଓ୍ବରୀ ନୃତ୍ୟ ଆୟୋଜିତ ହୋଇଥାଏ। ମା’ ସନ୍ତୁଷ୍ଟ ହେଲେ ଅଞ୍ଚଳରେ ଶାନ୍ତି ଭାଇଚାରା ପ୍ରତିଷ୍ଠା ହେବ। ଆସନ୍ନ ସଙ୍କଟରୁ ରକ୍ଷାମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ସକାଳ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ପାଳନ ହେବ ‘ଜନତା କର୍ଫ୍ୟୁ’

ମୁମ୍ବାଇ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ଏହି ସମୟରେ ଦେଶବାସୀ ନିଜ ନିଜ ଘରେ...

ବେରୋଜଗାର ସମସ୍ୟା ଦୂର କରିବ କଂଗ୍ରେସ

ନୂଆଦିଲ୍ଲୀ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉସ୍ମତା ବଢିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳଗୁଡିକ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି।...

ଅଭୟାରଣ୍ୟରେ ବଢ଼ୁଛି ଭୟ

ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ପ୍ରସିଦ୍ଧ ଶିମିଳିପାଳ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ...

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ...

କରୋନା ଭୟ: ଜେଲରେ ବନ୍ଦୀ ଥିବା ୫୮୦୦ କଏଦୀଙ୍କୁ ମୁକ୍ତ କରିପାରନ୍ତି ପଞ୍ଜାବ ସରକାର

ଚଣ୍ଡିଗଡ଼,୧୮।୩: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୫୨ ଛୁଇଁଥିବା ବେଳେ ପଞ୍ଜାବରେ...

ବିବାହ ସମୟରେ ବରଙ୍କୁ ଉପହାରରେ ଦିଆଯାଏ କନ୍ୟାଙ୍କ କେଶ

ଲମ୍ବା କେଶ ପାଇଁ ପ୍ରସିଦ୍ଧ ଚାଇନାର ଗୁଆଗଶି ଅଞ୍ଚର ହୁଆଙ୍ଗଲୁଓ ଗାଁ। ଏହାକୁ ଲଙ୍ଗ ହେୟାର ଭିଲେଜ ବୋଲି ମଧ୍ୟ କୁହାଯାଏ। କାରଣ ଏଠାକାର ସମସ୍ତ...

୨୨ ବର୍ଷ ତଳର ବିବାହ ସମୟର ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୭: ଏବେ ସୋସିଆଲ୍‌ ମିଡ଼ିଆରେ କେତେକ ଶାଢ଼ି ପିନ୍ଧିଥିବା ଫଟୋ ଶେୟାର କରୁଛନ୍ତି। ଏଥିରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ବାଦ୍‌...

ପ୍ରେମିକାଙ୍କ ପାଇଁ ଏଲ୍‌ଓସି ଡେଇଁଲେ ପାକିସ୍ତାନୀ ଯୁବକ

ଜୟପୁର,୭।୧୨: ପାକିସ୍ତାନ ସୀମାକୁ ଲାଗିଥିବା ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି ) ଡେଇଁବାକୁ ଉଦ୍ୟମ କରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଧରା ପଡ଼ିଛନ୍ତି ଜଣେ ୨୨...

Advertisement
Archives

Model This Week