ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ସନ୍ତାନ ଦମୟନ୍ତୀଙ୍କ ଚକ୍ଷୁଦାନ କରାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଫ୍ରେଣ୍ଡସ୍‌ ହେଲ୍‌ପିଂ କ୍ଲବର ଭି.ରାମାକ୍ରୀଷ୍ଣା ପରିବାରବର୍ଗଙ୍କୁ ଦମୟନ୍ତୀଙ୍କ ଚକ୍ଷୁଦାନ କରିବା ନେଇ ପରାମର୍ଶ ଦେଇଥିଲେ । ସେମାନେ ରାଜି ହେବା ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଚକ୍ଷୁ ବିଭାଗର ଡା. ସମୀର ଦାସ, ଡା. ଏସି ରଘୁ ଏବଂ ଡା. ମୋହିତ ଶର୍ମା ପ୍ରମୁଖ ଦମୟନ୍ତୀଙ୍କ ଘରେ ପହଞ୍ଚି ତାଙ୍କ ଉଭୟ ଚକ୍ଷୁ ସଂଗ୍ରହ କରିଥିଲେ । ପାଖରେ ଦୁଇ ପୁଅ ଭିଭି ସତ୍ୟ ରାଓ, ଭି.ଭେଙ୍କେଟ ରାଓ ଏବଂ ଝିଅ ଇ.ସତ୍ୟବତୀଙ୍କ ସହ ପରିବାରବର୍ଗ ଉପସ୍ଥିତ ଥିଲେ। ଫ୍ରେଣ୍ଡସ୍‌ ହେଲପିଂ କ୍ଲବ ପକ୍ଷରୁ କେପିକେ ସୁବୁଦ୍ଧି, ଭି.ଭେଙ୍କେଟରମଣ ରାଜୁ, କେ.ମୋହନ ରାଓ, ଭି.ସୋମେଶ୍ୱର ରାଓ ଏବଂ ଭି.ବଦ୍ରିନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧିଆ ଗାଁକୁ ପଶିିଲେ ୫୦ରୁ ଊର୍ଦ୍ଧ୍ୱ ହାତୀ

ସାରସକଣା,୧୭।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକ ପୋଖରଡ଼ିହା ପଞ୍ଚାୟତ ଅଧୀନ ବାଙ୍କୀଷୋଳ ଏବଂ ଡୁମୁରଡିହା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ୫୦ରୁ ଊର୍ଦ୍ଧ୍ୱ...

ସହର ସାରା କୁଢ଼ କୁଢ଼ ଆବର୍ଜନା

ଯାଜପୁର ଅଫିସ,୨୬ା୧୧: ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ଏ କ୍ଷେତ୍ରରେ ବ୍ୟାସନଗର ମ୍ୟୁନିସିପାଲିଟି କେବଳ ଆପରାଧିକ...

ପ୍ରେମିକ ସହ ବୋହୂଙ୍କୁ ଧରିଲେ ଶାଶୁ, ତାପରେ…

ରାଇଘର, ୨୫।୨: ପରକୀୟା ପ୍ରୀତିର କରୁଣ ଦୃଶ୍ୟ। ରାସ୍ତାରେ ବାନ୍ଧି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଶାଶୁଘର ଲୋକ ନିର୍ଧୂମ୍‌ ପିଟିଛନ୍ତି। ଏହାର ଭିଡିଓ ଏବେ...

ସିଙ୍ଗିରି ସରପଞ୍ଚଙ୍କ ଘରେ କେନ୍ଦ୍ରମନ୍ତ୍ରୀ

ଆଳି,୧୩ା୯(ଡି.ଏନ.ଏ.):କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ରବିବାର କେନ୍ଦ୍ରାପଡ଼ା ଜିଲା ରାଜକନିକା ଗସ୍ତରେ ଆସିଥିବା ବେଳେ ଆଳି ବ୍ଲକ ସିଙ୍ଗିରି ସରପଞ୍ଚ ଅକ୍ଷୟ ଦାସଙ୍କ ବାସଭବନରେ ପହଞ୍ଚତ୍ ଥିଲେ।...

ପ୍ରେମିକାଙ୍କୁ ତଣ୍ଟି ଚିପି ହତ୍ୟା: ପ୍ରେମିକ ଗିରଫ

ପାଟଣା,୨୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ରବିବାର ଠାକୁରମୁଣ୍ଡା ପୋଲିସ ତାଙ୍କୁ...

ଭିଜିଲାନ୍ସ ଜାଲରେ ଡିଆର୍‌ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି

ଭବାନୀପାଟଣା, ୩୧।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି...

୨ ଗାଡ଼ିରୁ ଜବତ ହେଲା ୧୮୭ କେଜି ଗଞ୍ଜେଇ: ବିହାରର ୨, ଉତ୍ତରପ୍ରଦେଶର ଗିରଫ

ମାଲକାନଗିରି/ଗୋବିନ୍ଦପାଲି, ୩।୬(ଡି.ଏନ୍‌.ଏ./ସ୍ବ.ପ୍ର.) ମାଲକାନଗିରି ଜିଲା ମାଥିଲି ଥାନା ପୋଲିସ ରବିବାର ରାତିରେ ଗୋବିନ୍ଦପାଲି ଛକରେ ଯାଞ୍ଚ କରିବାବେଳେ ଦୁଇଟି ଗାଡିରୁ ୧୮୭କେଜି ଗଞ୍ଜେଇ ଜବତ କରିଛି।...

ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୦(ବ୍ୟୁରୋ): ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ରବିବାର ଭୋର ସମୟରେ ମୃତ୍ୟୁ ଘଟିଛି । ସେ ହେଲେ ପ୍ରକାଶ...

Advertisement
Archives

Model This Week