ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ ଜଞ୍ଚଲ ରାସ୍ତାରେ ସୁରକ୍ଷାକର୍ମୀ ଆଣି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହାପରେ ପ୍ରଶାସନ ସେ ସବୁ ଅଞ୍ଚଳରେ ରହିଯାଇଥିବା ଗାଡି ଆଣିବା ବ୍ୟବସ୍ଥା କଲାନାହିଁ। ଫଳରେ ଚିନ୍ତାରେ ପଡିଥିଲେ ଗାଡି ମାଲିକ। ଏଭଳି ପରିସ୍ଥିତିରେ ଜଣେ ମାଲିକ ନିଜେ ତାଙ୍କ ଗାଡି ଫେରାଇ ଆଣିଛନ୍ତି। ଗୋଛାପଡା ଥାନା ବାରାହାଲାକୁ ନିର୍ବାଚନ କାର୍ଯ୍ୟରେ ଗତ ୧୭ ତାରିଖରେ କଟ୍ରିଙ୍ଗିଆର ସମରଜିତ୍‌ ପଣ୍ଡାଙ୍କ ବୋଲେରୋ (ଓଆର୧୨ଏ-୮୪୧୭) ପୋଲିଂ ପାର୍ଟିକୁ ନେଇ ଯାଇଥିଲା। ସେହିଦିନ ଅପରାହ୍ନରେ ଏକ ଗାଡିରେ ଉକ୍ତ ବୁଥକୁ ତଦାରଖ କରିବାକୁ ଯାଉଥିବା ଏକ ଟିମ୍‌ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ମହିଳା ଜିଆରଏସ୍‌ ସଞ୍ଜୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା। ୧୮ ତାରିଖ ନିର୍ବାଚନ ଦିନ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଡିରେ ପୋଲିଂ ପାର୍ଟିଙ୍କୁ ଅଣାଇନଥିଲା। ସେହିଦିନ ଠାରୁ ଗାଡି ବାରାହାଲାରେ ହିଁ ରହିଯାଇଥିଲା। ଗାଡି ମାଲିକ ଗାଡି ଫେରାଇ ଆଣିବାକୁ ପ୍ରଶାସନ ଓ ପୋଲିସ୍‌କୁ ଅନୁରୋଧ କରିଥିଲେ ମଧ୍ୟ ଆବଶ୍ୟକ ଫୋର୍ସ ନ ଥିବାରୁ ଅକ୍ଷମତା ପ୍ରକାଶ କରିଥିଲେ। ୨ ଦିନ ଭିତରେ ନିର୍ବାଚନ କାର୍ଯ୍ୟ ସରିବାପରେ ଫୋର୍ସ ଆସିଲେ ଗାଡି ଆଣିବାର ବ୍ୟବସ୍ଥା କରାଯିବ ବୋଲି ଉପ ଜିଲାପାଳ ଗାଡି ମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଗାଡି ଫେରାଇ ଆଣିବାକୁ ପ୍ରଶାସନ କୌଣସି ପଦେକ୍ଷପ ନେଲା ନାହିଁ। ମଙ୍ଗଳବାର ମାଲିକ ସମରଜିତ ନିଜେ ଗାଡି ଆଣିବାକୁ ବାହାରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ସନ୍ଧ୍ୟାରେ ସେ ବାରାହାଲାରେ ପହଞ୍ଚତ୍ ରାସ୍ତାରେ ପଡିଥିବା କଟା ଗଛଗୁଡିକୁ ସାଇଡ କରି ବୋଲେରୋକୁ ଆଣି ରାତିରେ କଟ୍ରିଙ୍ଗିଆରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନମେଣ୍ଟ ଜୋନ୍‌ ହେଲା ଗୁଣ୍ଠପଡ଼ା

ଆସିକା,୨୯ା୬(ଡି.ଏନ୍‌.ଏ.)- ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତର ଗୁଣ୍ଠପଡା ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଓ ରାଇପଲ୍ଲୀ, ଖଣ୍ଡବନ୍ଧ ଏବଂ ସୁମନ୍ତପଲ୍ଲୀକୁ ବଫର ଜୋନ...

କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...

ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୁଷୋତ୍ତମପୁର,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଚାଲିଛି। ତେବେ ଆଜି ମା’ଙ୍କ ଶେଷ ପାଳି। ଏହି ଅବସରରେ ମଙ୍ଗଳବାର ୫-ଟି...

ବଳଦେବ ଠାକୁରଙ୍କ ଜନ୍ମଉତ୍ସବ

ବୁଗୁଡ଼ା,୧୫।୮(ଡି.ଏନ୍‌.ଏ.)- ବୁଗୁଡ଼ାରେ ଅବସ୍ଥିତ ବଳଦେବ ସ୍ବାମୀ ମନ୍ଦିରରେ ଗୁରୁବାର ଗୁରୁପୂର୍ଣ୍ଣିମା ଅବସରରେ ବଳଦେବ ଠାକୁରଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ହୋମ, ଯଜ୍ଞ ସହ...

ଗଞ୍ଜାମ ମାନଚିତ୍ରରୁ ଲିଭିଯିବ ପୋଡ଼ମପେଟା

ଛତ୍ରପୁର/ଗଞ୍ଜାମ(ଡି.ଏନ.ଏ)/ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଗାଁ ଗଞ୍ଜାମ ମାନଚିତ୍ରରୁ ଲିଭିଯିବାକୁ ବସିଛି। ଦିନକୁ ଦିନ ସମୁଦ୍ର କୂଳ ଖାଉଥିବାରୁ ଏହି ଆଶଙ୍କା...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ସରପଞ୍ଚ ମହାସଂଘ

ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ): ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲା ସରପଞ୍ଚ ମହାସଂଘ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ...

ମହାଗୁଡ଼ି, ତାଜୁଙ୍ଗିଆ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୬।୭(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ପକ୍କାରାସ୍ତା ନ ଥିବା ବିଭିନ୍ନ ଗ୍ରାମବାସୀଙ୍କ ସମସ୍ୟା ବଢିଯାଇଛି। ତାଜୁଙ୍ଗିଆ...

ବାଲି ବ୍ୟବସାୟୀ ୨ ଭାଇ ଗିରଫ, ଟ୍ରାକ୍ଟର ଜବତ

ପୁରୁଷୋତ୍ତମପୁର,୨୪।୪ (ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ୨ ଜଣ ଆର୍‌ଆଇଙ୍କୁ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ...

Advertisement
Archives

Model This Week