ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ ଜଞ୍ଚଲ ରାସ୍ତାରେ ସୁରକ୍ଷାକର୍ମୀ ଆଣି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହାପରେ ପ୍ରଶାସନ ସେ ସବୁ ଅଞ୍ଚଳରେ ରହିଯାଇଥିବା ଗାଡି ଆଣିବା ବ୍ୟବସ୍ଥା କଲାନାହିଁ। ଫଳରେ ଚିନ୍ତାରେ ପଡିଥିଲେ ଗାଡି ମାଲିକ। ଏଭଳି ପରିସ୍ଥିତିରେ ଜଣେ ମାଲିକ ନିଜେ ତାଙ୍କ ଗାଡି ଫେରାଇ ଆଣିଛନ୍ତି। ଗୋଛାପଡା ଥାନା ବାରାହାଲାକୁ ନିର୍ବାଚନ କାର୍ଯ୍ୟରେ ଗତ ୧୭ ତାରିଖରେ କଟ୍ରିଙ୍ଗିଆର ସମରଜିତ୍‌ ପଣ୍ଡାଙ୍କ ବୋଲେରୋ (ଓଆର୧୨ଏ-୮୪୧୭) ପୋଲିଂ ପାର୍ଟିକୁ ନେଇ ଯାଇଥିଲା। ସେହିଦିନ ଅପରାହ୍ନରେ ଏକ ଗାଡିରେ ଉକ୍ତ ବୁଥକୁ ତଦାରଖ କରିବାକୁ ଯାଉଥିବା ଏକ ଟିମ୍‌ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ମହିଳା ଜିଆରଏସ୍‌ ସଞ୍ଜୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା। ୧୮ ତାରିଖ ନିର୍ବାଚନ ଦିନ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଡିରେ ପୋଲିଂ ପାର୍ଟିଙ୍କୁ ଅଣାଇନଥିଲା। ସେହିଦିନ ଠାରୁ ଗାଡି ବାରାହାଲାରେ ହିଁ ରହିଯାଇଥିଲା। ଗାଡି ମାଲିକ ଗାଡି ଫେରାଇ ଆଣିବାକୁ ପ୍ରଶାସନ ଓ ପୋଲିସ୍‌କୁ ଅନୁରୋଧ କରିଥିଲେ ମଧ୍ୟ ଆବଶ୍ୟକ ଫୋର୍ସ ନ ଥିବାରୁ ଅକ୍ଷମତା ପ୍ରକାଶ କରିଥିଲେ। ୨ ଦିନ ଭିତରେ ନିର୍ବାଚନ କାର୍ଯ୍ୟ ସରିବାପରେ ଫୋର୍ସ ଆସିଲେ ଗାଡି ଆଣିବାର ବ୍ୟବସ୍ଥା କରାଯିବ ବୋଲି ଉପ ଜିଲାପାଳ ଗାଡି ମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଗାଡି ଫେରାଇ ଆଣିବାକୁ ପ୍ରଶାସନ କୌଣସି ପଦେକ୍ଷପ ନେଲା ନାହିଁ। ମଙ୍ଗଳବାର ମାଲିକ ସମରଜିତ ନିଜେ ଗାଡି ଆଣିବାକୁ ବାହାରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ସନ୍ଧ୍ୟାରେ ସେ ବାରାହାଲାରେ ପହଞ୍ଚତ୍ ରାସ୍ତାରେ ପଡିଥିବା କଟା ଗଛଗୁଡିକୁ ସାଇଡ କରି ବୋଲେରୋକୁ ଆଣି ରାତିରେ କଟ୍ରିଙ୍ଗିଆରେ ପହଞ୍ଚତ୍ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଏମିତି ବି ଆସେ ମୃତ୍ୟୁ! ଭୋଜି ଖାଉଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ତାପରେ….

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଭୋଜି ଖାଉଥିବା ସମୟରେ ଟଳିପଡ଼ିଲେ ବୃଦ୍ଧା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ…

ଖୋଲା ଆକାଶ ତଳେ ପଡିରହିଛି ଶବ ଫ୍ରିଜର ବକ୍ସ, ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୯।୭(ଦିଲ୍ଲୀପ ସାମଲ) : ପରିବାରର କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ଶୋକାକୁଳ ପରିବେଶ ଖେଳିଯାଏ । ଦୂର ସହରରେ ରହୁଥିବା ଝିଅ କିମ୍ବା ପୁଅର ଅପେକ୍ଷା…

ଉଦ୍‌ଘାଟନ ପୂର୍ବରୁ ଚକରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ସୁରକ୍ଷା ଚିନ୍ତା, ନଚେତ୍‌…

ଭଞ୍ଜନଗର,୧୯ା୭(ବାବୁଲା ପ୍ରଧାନ): ଘୁମୁସର ମାଟିରେ ଭଞ୍ଜ ରାଜବଂଶର ଯାହା କିଛି ସ୍ମୃତି ଅଛି ସେଥିମଧ୍ୟରୁ ଚକରାଘାଟି ଅନ୍ୟତମ। ଉକ୍ତ ଘଞ୍ଚ ଜଙ୍ଗଲ ଘାଟିରେ ଘୁମୁସର ବୀର ଚକରା…

ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…

ବ୍ରହ୍ମପୁର, ୧୯।୭ (ଅଶୋକ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କାର୍ଯ୍ୟକ୍ରମ ସଂଯୋଜକ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡାଙ୍କୁ ରବିବାର ବିଦାୟକାଳୀନ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ

ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…

ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା

ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri