ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ ଜଞ୍ଚଲ ରାସ୍ତାରେ ସୁରକ୍ଷାକର୍ମୀ ଆଣି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହାପରେ ପ୍ରଶାସନ ସେ ସବୁ ଅଞ୍ଚଳରେ ରହିଯାଇଥିବା ଗାଡି ଆଣିବା ବ୍ୟବସ୍ଥା କଲାନାହିଁ। ଫଳରେ ଚିନ୍ତାରେ ପଡିଥିଲେ ଗାଡି ମାଲିକ। ଏଭଳି ପରିସ୍ଥିତିରେ ଜଣେ ମାଲିକ ନିଜେ ତାଙ୍କ ଗାଡି ଫେରାଇ ଆଣିଛନ୍ତି। ଗୋଛାପଡା ଥାନା ବାରାହାଲାକୁ ନିର୍ବାଚନ କାର୍ଯ୍ୟରେ ଗତ ୧୭ ତାରିଖରେ କଟ୍ରିଙ୍ଗିଆର ସମରଜିତ୍ ପଣ୍ଡାଙ୍କ ବୋଲେରୋ (ଓଆର୧୨ଏ-୮୪୧୭) ପୋଲିଂ ପାର୍ଟିକୁ ନେଇ ଯାଇଥିଲା। ସେହିଦିନ ଅପରାହ୍ନରେ ଏକ ଗାଡିରେ ଉକ୍ତ ବୁଥକୁ ତଦାରଖ କରିବାକୁ ଯାଉଥିବା ଏକ ଟିମ୍ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ମହିଳା ଜିଆରଏସ୍ ସଞ୍ଜୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା। ୧୮ ତାରିଖ ନିର୍ବାଚନ ଦିନ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଡିରେ ପୋଲିଂ ପାର୍ଟିଙ୍କୁ ଅଣାଇନଥିଲା। ସେହିଦିନ ଠାରୁ ଗାଡି ବାରାହାଲାରେ ହିଁ ରହିଯାଇଥିଲା। ଗାଡି ମାଲିକ ଗାଡି ଫେରାଇ ଆଣିବାକୁ ପ୍ରଶାସନ ଓ ପୋଲିସ୍କୁ ଅନୁରୋଧ କରିଥିଲେ ମଧ୍ୟ ଆବଶ୍ୟକ ଫୋର୍ସ ନ ଥିବାରୁ ଅକ୍ଷମତା ପ୍ରକାଶ କରିଥିଲେ। ୨ ଦିନ ଭିତରେ ନିର୍ବାଚନ କାର୍ଯ୍ୟ ସରିବାପରେ ଫୋର୍ସ ଆସିଲେ ଗାଡି ଆଣିବାର ବ୍ୟବସ୍ଥା କରାଯିବ ବୋଲି ଉପ ଜିଲାପାଳ ଗାଡି ମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଗାଡି ଫେରାଇ ଆଣିବାକୁ ପ୍ରଶାସନ କୌଣସି ପଦେକ୍ଷପ ନେଲା ନାହିଁ। ମଙ୍ଗଳବାର ମାଲିକ ସମରଜିତ ନିଜେ ଗାଡି ଆଣିବାକୁ ବାହାରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ସନ୍ଧ୍ୟାରେ ସେ ବାରାହାଲାରେ ପହଞ୍ଚତ୍ ରାସ୍ତାରେ ପଡିଥିବା କଟା ଗଛଗୁଡିକୁ ସାଇଡ କରି ବୋଲେରୋକୁ ଆଣି ରାତିରେ କଟ୍ରିଙ୍ଗିଆରେ ପହଞ୍ଚତ୍ଥିଲେ।
Posted inଆଞ୍ଚଳିକ ଖବର, ଗଞ୍ଜାମ View All
ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…
ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…
ଏନ୍ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି
ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…
ଭଡ଼ାଘରେ ଚାଲିଥିଲା ଅନ୍ଲାଇନ୍ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…
ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟ୍ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…
ଭଞ୍ଜନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା; ଜଗଦିଶ ସଭାପତି, ଶିଶିର କାର୍ଯ୍ୟକାରୀ ସମ୍ପାଦକ
ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (NPS) ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସଂଘର ନୂତନ କର୍ମକର୍ତ୍ତା…
ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା
ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…
ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…
ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…
ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…
ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

