ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ କୋମ୍ବିଂ ଅପରେଶନ ଜୋର୍‌ଦାର କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏହାର ପ୍ରଭାବରେ ମାଲକାନଗିରି ଜିଲାରୁ ଭୁବନେଶ୍ୱର, ବଲାଙ୍ଗୀର, କଟକ, ସମ୍ବଲପୁର, ଭବାନୀପାଟଣା, ଜୟପୁର, ବ୍ରହ୍ମପୁର, ଭଞ୍ଜନଗର, ବିଶାଖାପାଟଣା, ବିଜୟନଗରମ୍‌ ଆଦି ସ୍ଥାନକୁ ଯାଉଥିବା ସରକାରୀ ବସ୍‌ଗୁଡିକ ବନ୍ଦ ହୋଇଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜିର ପିଏଲ୍‌ଜିଏ ସପ୍ତାହ ପ୍ରଥମ ଦିନରେ ମାଓବାଦୀଙ୍କ ପକ୍ଷରୁ ଜିଲାରେ କୌଣସି କିଛି ଅଘଟଣ ବର୍ତ୍ତମାନ ସୁଦ୍ଧା ଘଟି ନ ଥିବା ଜଣାପଡ଼ିଛି। ଏଥିସହ ସୀମାନ୍ତ ଛତିଶଗଡ଼ ଏବଂ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି ବୋଲି ଏସ୍‌.ପି. ହୃଷୀକେଶ ଡି. ଖିଲାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଞ୍ଝାରପୁର ବ୍ଲକରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର,୧୨।୫(ଡି.ଏନ.ଏ)-ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ୧୦ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ...

ଛଟପଟ ହୋଇ ମଲା ଦନ୍ତା, ପହଞ୍ଚିଲାନି ବନ ବିଭାଗ

ଖୋର୍ଦ୍ଧା ଅଫିସ,୨୬।୧୨: ଖୋର୍ଦ୍ଧା ଜିଲା ଟାଙ୍ଗି ବନାଞ୍ଚଳ ଭୂଷଣ୍ଡପୁର ନିକଟ ରେଳ ଧାରଣା କଡ଼ରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ଦନ୍ତାର ଟ୍ରେନ୍‌ ଧକ୍କାରେ...

୬ ମାସ ହେଲା ସଏଲାନ ବିଜୁ ପକ୍କାଘର କାମ୍‌: ବିଲ୍‌ ଲାଗି ହିତାଧିକାରୀ ବାରଦୁଆର

ବୌଦ୍ଧ, ୧୫ା୮(ସ୍ବ.ପ୍ର.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସି ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ...

ତୁକୁଡ଼ା-ମଝିକା ରାସ୍ତା ସମ୍ପ୍ରସାରଣ ଦାବି

ଛେଣ୍ଡିପଦା,୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ତୁକୁଡା-ମଝିକା ରାସ୍ତା ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨୫ କିମି...

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ପରଜଙ୍ଗ,୭।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଲୋଧଣି ପଞ୍ଚାୟତ ପାଳସାହି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।...

ରାସ୍ତା ନିର୍ମାଣକୁ ନେଇ ପୁଣି ବିବାଦ ଘନେଇଲା: ପ୍ରଶାସନ ଉପସ୍ଥିତିରେ ମାଟି ଉଠାଯିବାରୁ ଉତ୍ତେଜନା

ଖଣ୍ଡପଡ଼ା,୧୮।୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦରାଜପୁର ପଞ୍ଚାୟତ ନୂଆସହି ରାସ୍ତା ନିର୍ମାଣକୁ ନେଇ ସୋମବାର ବରକୋଳି ଗ୍ରାମର ବହୁ ବ୍ୟକ୍ତି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା...

ଲୋକଙ୍କୁ କାଳ ଶିଳ୍ପାଞ୍ଚଳ ରେଳଲାଇନ

ଯାଜପୁର ଅଫିସ/କଳିଙ୍ଗନଗର, ୧୬ା୮(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲମ୍ବିଥିବା ରେଳଲାଇନ ଉତ୍ତରପାର୍ଶ୍ୱ ଲୋକଙ୍କ ପାଇଁ କାଳ ହୋଇଛି। ଚଳିତ ବର୍ଷା ମାସରେ ଏହି ରେଳଲାଇନ...

ଯାତ୍ରା ଦେଖିବାକୁ ଯାଇଥିଲେ ଦମ୍ପତି: ତାଲା ଭାଙ୍ଗି ଘରେ ପଶିଲେ ଚୋର

ଗୋପବନ୍ଧୁନଗର,୧୩।୧(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକ କୁଆମରା ପଞ୍ଚାୟତ ତଳକଡ଼ଦା ଗ୍ରାମର ସୁମନ୍ତ କୁମାର ଦାଶଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଟଙ୍କା ଓ ଗହଣା...

Advertisement
Archives

Model This Week