ମାଓବାଦୀଙ୍କ ଗଛ ପକାଇ ରାସ୍ତା ଅବରୋଧ ଘଟଣା: ପୋଲିସ ଦମନ ବିରୋଧରେ ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀଙ୍କ ପକ୍ଷରୁ ଗଛ କାଟି ରାସ୍ତା ଅବରୋଧ କରିବା ସହ ଲାଲ୍‌ ବ୍ୟାନର ଲଗାଇଥିଲେ। ଉକ୍ତ ବ୍ୟାନରରେ ସେମାନେ ବିଭିନ୍ନ ଦାବିନେଇ ଶୁକ୍ରବାର ୨୪ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି।
ଉକ୍ତ ବ୍ୟାନରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ପୋଲିସ ଦମନରେ ୨୫ ତାରିଖରେ ୨୪ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ସେମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥି ସହ ପ୍ରାକୃତିକ ସମ୍ପଦ ବହୁରାଷ୍ଟ୍ରୀୟ କମ୍ପାନୀ ଦଲାଲ୍‌ଙ୍କୁ ଟେକିଦେବା ପାଇଁ ଅପରେଶନ ଗ୍ରୀନହଣ୍ଟ ସମାଧାନ ଯୋଜନା ବିରୋଧ ଲାଗି ନିବେଦନ କରାଯାଇଛି। ଅସଲ ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷତା ପାଇଁ ଦେଶବ୍ୟାପୀ ଜନଆନ୍ଦୋଳନ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରୁ ଉକ୍ତ ଜାତୀୟ ରାଜପଥରେ ଗାଡ଼ିମୋଟର ବନ୍ଦ ଯୋଗୁ ସାଧାରଣ ଲୋକେ ହଇରାଣ ହେବା ସହ ଆମ୍ବୁଲାନ୍ସ ଅଟକି ରହିଛି। ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଥିବା ଆଶଙ୍କା କରି କୋକୁଆ ଭୟ ସୃଷ୍ଟି ହୋଇଛି। ସେହିପରି ସେଠାରେ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି। ଫଳରେ ଘଟଣାସ୍ଥଳରେ କୌଣସି ପୋଲିସ ପହଞ୍ଚି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ମାମୁଘରକୁ ବୁଲି ଆସିଥିଲେ,ହାତୀର ଜଳକ୍ରୀଡ଼ା ଦେଖିବା ହେଲା କାଳ; ପାଣିରେ ଖସିପଡ଼ି ୬ ବର୍ଷର ନାବାଳକଙ୍କ ମୃତ୍ୟୁ

ଦେବଗଡ଼,୧୨|୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳ‌ରେ ପାଣିରେ ବୁଡି ମଙ୍ଗଳବାର ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା…

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ଆବେଦନ କରିଥିବା ଚାଷୀଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ନ୍ୟାୟ ପାଇଁ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ଗ୍ରାମର ଚାଷୀ ରୋହିତ ଭୋଇ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ନ ପାରି…

ଆଙ୍କୋରଡା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉଦ୍‌ଯାପିତ; ପୂଜାର୍ଚ୍ଚନା କଲେ MP ପ୍ରଦୀପ ପାଣିଗ୍ରାହୀ

ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ମଙ୍ଗଳବାର ବିଳମ୍ବିତ…

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: କ୍ରୀଡ଼ା ଶିକ୍ଷକ ନିଲମ୍ବିତ,ବିଇଓ- ଡିଇଓଙ୍କ ବିରୋଧରେ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ…

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଦୁର୍ନୀତି’ ବିରୋଧରେ ଜନଗର୍ଜନ: ଭିଜିଲାନ୍ସ ତଦନ୍ତ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ…

ଥୁଆମୂଳ ରାମପୁର, ୧୨ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥର ହରିଲୁଟ୍ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri