ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା: ଡାକ୍ତରଖାନା ଗେଟ୍‌ରେ ତାଲା ପକାଇ ବିକ୍ଷୋଭ

ନୂଆଗାଁ,୧୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହେଉଛି। ରବିବାର ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ଯୋଗୁ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ସନ୍ଧ୍ୟାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଡାକ୍ତରଖାନା ସୋମବାର ସକାଳ ୧୦ଟା ଯାଏ ବନ୍ଦ ରହିଥିଲା । ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମନୋଜ ସାହୁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ତାଲା ଖୋଲିବା ପାଇଁ ରାଜି ହୋଇ ନ ଥିଲେ । ଆବଶ୍ୟକ ମୁତାବକ ଡାକ୍ତର ନ ଆସିବା ଯାଏ ଲୋକମାନେ ତାଲା ଖୋଲିବେ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ । ନୂଆଗାଁ ଥାନା ଅଧିକାରୀ ମନୋରମା ମଲିକ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିବା ସହ ମଙ୍ଗଳବାର ହେବାକୁ ଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଡାକ୍ତର ପଦବୀ ପୂରଣ ପାଇଁ ଦାବି ଉପସ୍ଥାପନ କରିବାକୁ କହିବା ପରେ ଡାକ୍ତରଖାନା ଗେଟରୁ ତାଲା ଖୋଲା ଯାଇଥିଲା।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ମହୀପୁର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ତାଙ୍କର ଚିକିତ୍ସା ପାଇଁ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେଠାରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ନ ଥିଲେ । ତେଣୁ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ଗେଟରେ ତାଲା ପକାଇ ଦେଇଥିଲେ । ଦୀର୍ଘ ଦିନ ହେଲା ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହାର ସମାଧାନ ଲାଗି କୌଣସି ଅଧିକାରୀ ଦୃଷ୍ଟି ଦେଉ ନାହାନ୍ତି। ମହୀପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ମେଡିକାର ଅଫିସରଙ୍କ ସହ ପ୍ରତି ବିଭାଗର ଜଣେ ଲେଖାଏ ଏପରି ମୋଟ ୬ ଜଣ ଏମ୍‌ବିବିଏସ ଡାକ୍ତର ଓ ୨ ଜଣ ଆୟୁଷ ଡାକ୍ତର ରହିବା କଥା । କିନ୍ତୁ ଏଠାରେ ୩ ଜଣ ଡାକ୍ତର ଓ ଜଣେ ଆୟୁଷ ଡାକ୍ତରଙ୍କ ଅଭାବ ରହିଛି । ପ୍ରତି ଡାକ୍ତରଖାନାରେ ଜଣେ ଏମ୍‌ବିବିଏସ ଡାକ୍ତର ଓ ଜଣେ ଆୟୁଷ ଡାକ୍ତର ରହିବା ନିୟମ ଥିବା ବେଳେ ନୂଆଗାଁ ଡାକ୍ତରଖାନାରେ ଦୀର୍ଘ ୨ ବର୍ଷ ହେଲା କୌଣସି ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚାଲିଛି ଡାକ୍ତରଖାନା । ବାହାଡାଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଧିକ ଆଦିବାସୀ ଜନସାଧାରଣ ନିର୍ଭର କରୁଥିବା ଯୋଗୁ ତାହାକୁ ନବୀକରଣ ପରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମକରଣ କରାଯାଇ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆୟୁଷ ଡାକ୍ତରଙ୍କ ଅଭାବ ପୂରଣ କରାଯାଇନାହିଁ । ସେହିପରି ଡିମିରିପଲିରେ ଜଣେ ଆୟୁଷ ଡାକ୍ତର, ଜଗନ୍ନାଥପ୍ରସାଦରେ ଏମ୍‌ବିବିଏସ ଡାକ୍ତରଙ୍କ ଅଭାବ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ପାଣ୍ଡିଆ ଗ୍ରାମକୁ ସଟ୍‌ଡାଉନ ଘୋଷଣା

ପୁରୁଷୋତ୍ତମପୁର,୨୭।୫(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ପାଣ୍ଡିଆ ଗ୍ରାମରେ। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ...

ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ ସରୋଜ

ନୟାଗଡ଼ ଅଫିସ,୨୪।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ କରିଛି ଏସ୍‌ଆଇଟି। ପରୀର ମୃତଦେହ...

ଗରଦପୁର ବ୍ଲକରେ ଦୁର୍ନୀତି ଅଭିଯୋଗ

ପାଟକୁରା,୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି। ଉନ୍ନୟନ ଅର୍ଥର ବ୍ୟାପକ ହେରଫେର ହୋଇଛି। ଏପରି ଅଭିଯୋଗର...

କଟକରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

କଟକ ଅଫିସ,୧୬ା୮- ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ...

ଇଏ କି ଶାଳଗ୍ରାମ

ପୁରୀ ଅଫିସ,୧୬।୬: ସନାତନ ପରମ୍ପରାରେ ଶାଳଗ୍ରାମଙ୍କୁ ସ୍ବୟଂ ବିଷ୍ଣୁଙ୍କ ସ୍ବରୂପ ଭାବେ ଉପାସନା କରାଯାଇଥାଏ। ବର୍ତ୍ତମାନ ପ୍ରକୃତ ଶାଳଗ୍ରାମ ପ୍ରାୟତଃ ଆଉ ମିଳୁନାହିଁ। ଶ୍ରୀମନ୍ଦିରରେ ଚିତ୍ରିତ...

ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ...

ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି...

ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ...

Advertisement
Archives

Model This Week