Posted inଖେଳ

ମହିଳା ହକି: ଭାରତ- ବ୍ରିଟେନ ମ୍ୟାଚ୍‌ ଡ୍ର

ମାର୍ଲୋ (ଇଂଲଣ୍ଡ), ୩୦।୯ (ପି.ଟି.)- ୟୁକେ ଗସ୍ତରେ ଯାଇଥିବା ଭାରତୀୟ ମହିଳ ହକି ଦଳ ତା’ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଗ୍ରେଟ ବ୍ରିଟେନ୍‌ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଛି। ରବିବାର ଏଠାରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ବ୍ରିଟେନ ତରଫରୁ ଗୋଲ ସ୍କୋର ହୋଇଥିଲା ଓ ଘରୋଇ ଦଳ ୧-୦ରେ ଅଗ୍ରଣୀ ହୋଇଥିଲା। ତେବେ ତୃତୀୟ କ୍ୱାର୍ଟରରେ ୩୨ତମ ମିନିଟ୍‌ରେ ଲାଲରେମସିଆମି ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଭାରତ ପ୍ରଥମ ଦୁଇଟି ମିନିଟ୍‌ରେ ଦୁଇ ପେନାଲ୍ଟି କର୍ନର ପାଇଥିଲେ ଗୋଲରେ ପରିଣତ କରିପାରି ନ ଥିଲା। ଏହାପରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଡ୍ର ରହିଥିଲା। ୧ ତାରିଖ ମଙ୍ଗଳବାର ଭାରତ ଓ ବ୍ରିଟେନ ତୃତୀୟ ମ୍ୟାଚ୍‌ରେ ମୁହଁାମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରଜ: ୫-୦ରେ ଭାରତର କ୍ଲିନ୍‌ ସୁଇପ୍‌, ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ୍‌

ମାଉଣ୍ଟ ମାଉଁଗାନୁଇ,୩।୨(ପି.ଟି.)- କିକେଟର ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଭାରତ ରେକର୍ଡ କରିଛି। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ ବୃହତ୍‌ ବ୍ୟବଧାନରେ ସିରିଜ ଜିତି...

ଦୀପିକା ଭାରି ନର୍ଭସ, ମୁଁ ତାଙ୍କ ସହ ରହିବାକୁ ଚାହୁଁଛି: କାହିଁକି ଏମିତି କହିଲେ ରଣବୀର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅନେକ ଅଭିନେତ୍ରୀଙ୍କୁ ପଚରାଉଚରା କରୁଛି। ସାରା...

ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ

ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସି ୨-୦ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍‌...

ଇତିହାସ ରଚିଲେ ରାହୁଲ: ୬ ବଡ଼ ରେକର୍ଡ କଲେ ହାସଲ

ଲଣ୍ଡନ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ ଆରମ୍ଭ କରିଛି। ଲର୍ଡସରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ୩ ଉଇକେଟ୍‌...

ଷ୍ଟ୍ରସ ଇସିବି କ୍ରିକେଟ କମିଟି ମୁଖ୍ୟ

ଲଣ୍ଡନ,୧୩।୯(ଏଏଫ୍‌ପି): ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରେୁ ଷ୍ଟ୍ରସ ପୁଣି ଥରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କ୍ରିକେଟ କମିଟି ଅଧ୍ୟକ୍ଷ ପଦକୁ ଫେରିଛନ୍ତି।...

ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ: ପୁରୁଷ ୫ମ, ମହିଳା ୯ମ

ଲାଉସାନେ (ସୁଇଜରଲାଣ୍ଡ), ୮ା୯ (ପି.ଟି.)- ଓସେନିଆ କପ୍‌ ଶେଷ ହେବା ପରେ ରବିବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ...

କୋଭିଡ୍‌-୧୯: ଟୁର ଡି ଫ୍ରାନ୍ସ ସ୍ଥଗିତ

ପ୍ୟାରିସ୍‌,୧୫।୪ (ଏପି): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟୁର ଡି ଫ୍ରାନ୍ସ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି।...

ରୋହିତଙ୍କ ମୂଲ୍ୟାୟନ କରିବ ମେଡିକାଲ ଟିମ୍‌

ନୂଆଦିଲ୍ଲୀ, ୧୩ା୧୨ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ‘କ୍ଲିନିକାଲି ଫିଟ୍‌’ ଘୋଷଣା କରିଛି। ଫଳରେ ସେ...

Advertisement
Archives

Model This Week