Posted inଖେଳ

ମହିଳା ହକି ତାରକା ସୁନୀତାଙ୍କ ଅବସର

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ବର୍ଷ ଆରମ୍ଭରୁ ଓଡ଼ିଶା ହକି ପାଇଁ ଆସିଛି ଏକ ଖରାପ ଖବର। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ଆଘାତ ଜନିତ ସମସ୍ୟା ଯୋଗୁ ସେ କ୍ୟାରିୟର ଅଧାରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସୁନୀତା ଦୀର୍ଘଦିନଧରି ହକିରୁ ଦୂରେଇ ରହିଥିଲେ। ଏବେ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକ ଥିବା ଡାକ୍ତରଙ୍କଠାରୁ ଜାଣିବା ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ଏହି ଓଡ଼ିଆ ଡିଫେଣ୍ଡର। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ସୁନୀତା ୨୦୧୮ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଥିଲେ ମଧ୍ୟ ଆଘାତଜନିତ ସମସ୍ୟା ଏଥିରେ ବାଧକ ସୃଷ୍ଟି କଲା ବୋଲି ୨୮ ବର୍ଷୀୟା ଏହି ରାଜଗାଙ୍ଗପୁର ଖେଳାଳି କହିଛନ୍ତି।
‘ଅନ୍ତର୍ଜାତୀୟ ହକିରୁ ଅବସର ନିଷ୍ପତ୍ତି ମୋ ପାଇଁ ସହଜ ନ ଥିଲା। ୨୦୦୮ରୁ ଭାରତୀୟ ମହିଳା ହକି ଦଳ ସହ ମୁଁ ଏହି ଚମତ୍କାର ଯାତ୍ରାରେ ସାମିଲ ରହିଥିଲି। ଏହି ଯାତ୍ରା ମଧ୍ୟରେ ଆମେ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛୁ, କିନ୍ତୁ ଗୋଟିଏ ୟୁନିଟ୍‌ ରୂପେ ଏକାଠି ରହିଛୁ। ଦେଶ ପାଇଁ ସଫଳତା ଆଣିବା ଲାଗି ଏହା ଆମକୁ ମଜଭୁତ ରଖିବା ସହ ଲଢ଼େଇ କରିବାକୁ ଶକ୍ତି ଓ ପ୍ରେରଣା ଦେଇଥିଲା’ ଅତ୍ୟନ୍ତ ଭାବପ୍ରବଣ ବୋଲି ସୁନୀତା ପ୍ରକାଶ କରିଛନ୍ତି। ‘୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବାରୁ ନିଜକୁ ଭାଗ୍ୟଶାଳୀ ମନେକରୁଛି। ତିନି ଦଶନ୍ଧି ପରେ ଅଲିମ୍ପିକ୍ସରେ ଭାରତର ଏହା ପ୍ରଥମ ଅଂଶଗ୍ରହଣ ରହିଥିଲା। ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ହେବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଆଣ୍ଠୁ ସମସ୍ୟା ମୋ ସ୍ବପ୍ନକୁ ଛୋଟ କରିଦେଲା’ ବୋଲି ସୁନୀତା ପ୍ରକାଶ କରିଛନ୍ତି। ତେବେ ଭାରତୀୟ ମହିଳା ହକି ଦଳ ଆହୁରି ଅଧିକ କିଛି ହାସଲ କରିପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଗାମୀ ଦିନରେ ଆଣ୍ଠୁରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକତା ଥିବାରୁ ପୂରା ସୁସ୍ଥ ହେବାକୁ ମୋତେ କେତେ ସମୟ ଲାଗିବ ମୁଁ ନିଶ୍ଚିତ ନୁହେଁ। କିନ୍ତୁ ଅସ୍ତ୍ରୋପଚାର ପରେ ଘରୋଇ ହକି ଓ ମୋତେ ଚାକିରି ଦେଇ କ୍ୟାରିୟର ଗଢ଼ିତୋଳିବାରେ ସମର୍ଥନ କରିଥିବା ନାଲ୍‌କୋ ପକ୍ଷରୁ ଖେଳିବି। ଖେଳରେ ମୁଁ ବହୁତ ବାଟ ଯାତ୍ରା କରିଛି ଏବଂ ଭାରତୀୟ ଦଳ ସହ ବିତେଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ସାଥିରେ ନେଇ ଯାଉଛି’ ବୋଲି ସୁନୀତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ...

ଓଡ଼ିଶା ଏଫସିରୁ ବିଦାୟ ନେଲେ ଆଶିଷ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରଭିତ୍ତିକ ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ) କ୍ଲବ ଓଡ଼ିଶା ଏଫସିରୁ ବିଦାୟ ନେଇଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର(ସିଇଓ) ଆଶିଷ ଶାହ। କ୍ଲବ ସହିତ...

୧୭ ଭାରତୀୟ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି

ନୂଆଦିଲ୍ଲୀ,୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁରେ ମେଗା ଅକ୍‌ଶନ ହେବ। ଖେଳାଳିଙ୍କ ସର୍ବାଧିକ...

୧୮ରୁ ଦକ୍ଷିଣ ଆଫ୍ରିକାରେ ଲାଇଭ୍‌ କ୍ରିକେଟ ଆରମ୍ଭ ହେବ

ଜୋହାନ୍ସବର୍ଗ,୧।୭(ପି.ଟି.): ଆସନ୍ତା ୧୮ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଲାଇଭ୍‌ କ୍ରିକେଟ। କୋଭିଡ୍‌-୧୯ କାରଣରୁ ‘୩ଟି କ୍ରିକେଟ କମ୍ବିଟିଶନ’ସ୍ଥଗିତ ରହିଥିଲା। ଜୁନ୍‌ ୨୭ରେ...

ୟୁଏସ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ନ୍ୟୁୟର୍କ,୮।୯ (ପି.ଟି.): ଚଳିତ ୟୁଏସ୍‌ ଓପନ୍‌ରୁ ଭାରତୀୟ ତାରକା ରୋହନ ବୋପାନ୍ନା ଓ ତାଙ୍କ କାନାଡ଼ା ପାର୍ଟନର ଡେନିସ୍‌ ଶାପୋଭାଲୋଭ ବିଦାୟ ନେଇଛନ୍ତି। ଏହି ଯୋଡି...

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...

ପଦାର୍ପଣରେ ବେପରୁଆ ବ୍ୟାଟିଂ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ୩ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଦିନିକିଆରେ ପଦାର୍ପଣ କରିଛନ୍ତି ସଞ୍ଜୁ ସାମସନ। ଟି୨୦ ପଦାର୍ପଣର ୬ ବର୍ଷ ପରେ ମିଳିଥିଲା...

ଏହି ୨ ଖେଳାଳିଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଦାମୀ ଉପହାର: ରିଟର୍ନରେ ମିଳିଲା…

୨୦୨୧ ଜାନୁଆରୀରେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁକୁ ଧୂଳି ଚଟାଇଥିବା ଭାରତୀୟ ଦଳର ଐତିହାସିକ ବିଜୟ ହୋଇଥିଲା। ଭାରତର ଏହି ବିଜୟ ପରେ ଦଳର ୬ ଯୁବ...

Advertisement
Archives

Model This Week