ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ଘଟଣା: ୪୦୦ଙ୍କ ନାଁରେ ମାମଲା

ହାଟଡିହୀ/ଆନନ୍ଦପୁର/କେନ୍ଦୁଝର,୫ା୬(ଡି.ଏନ୍‌.ଏ/ସ୍ବ.ପ୍ର.)-କେନ୍ଦୁଝର ଜିଲା ବଉଳା ଫାଣ୍ଡିକୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଲୁଚି ପଳାଇଥିତ୍ବା ଜଣେ ପ୍ରବାସୀଙ୍କ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତ ଓ ସମିତି ସଭ୍ୟ ବିବେକାନନ୍ଦ ରାଉତଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରତିବାଦରେ ଫାଣ୍ଡି ଘେରାଉ ଓ ରାସ୍ତା ଅବରୋଧ କରିଥିତ୍ବା ଅଭିଯୋଗରେ ଲୋକ ପ୍ରତିନିଧିଙ୍କ ସମେତ ୪୦୦ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି। ଫାଣ୍ଡି ଏଏସଆଇ କୀର୍ତ୍ତନ ମହାନ୍ତଙ୍କ ଲିଖିତ ଅଭିଯୋଗ କ୍ରମେ କେଶନଂ.୩୫/୨୦୨୦, ଦଫା ୧୪୩,୧୮୮,୨୬୯,୨୭୦,୨୯୪,୫୦୬,୧୪୯ ଓ ୫୧ରେ ସରପଞ୍ଚ, ସମିତି ସଭ୍ୟ,ଜିଲା ପରିଷଦ ସଭ୍ୟ ଏବଂ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ସୋସୋ ପୋଲିସ ଲୋକଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗ ଏକ ଗୁଜବ ବୋଲି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଏଥିସହ ମାଫିଆଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି ବୋଲି ଟୁଇଟ୍‌ କରି ଏସ୍‌ପି ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ଏପରି ଟୁଇଟ୍‌କୁ ନେଇ ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଦୃଢ ନିନ୍ଦା ସହ ସମାଲୋଚନା କରି ଟୁଇଟ୍‌ କରିଛନ୍ତି। ମହିଳା ସରପଞ୍ଚଙ୍କୁ ପୋଲିସର ମାଡ ପ୍ରସଙ୍ଗକୁ ନେଇ ଏନ୍‌ଏଚ୍‌ଆର୍‌ସି ଏବଂ ଓଏଚ୍‌ଆର୍‌ସିରେ ମଧ୍ୟ ମାମଲା ଦାୟର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଜଣେ ପ୍ରବାସୀ ଖସି ପଳାଇଯାଇଥିବା ସମ୍ପର୍କରେ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀ ବଉଳା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସୋସୋ ଥାନା ଭାରପ୍ରାପ୍ତ ଅଧିକାରୀ ଗଗନ ନାୟକ ଏବଂ ଘସିପୁରା ଥାନା ଏସଆଇ ବିଶ୍ୱଜିତ୍‌ ବେହେରା ଆକ୍ରୋଶ ମୂଳକ ଭାବରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ସରପଞ୍ଚ ସୁପ୍ରଭା ଏହାର ପ୍ରତିବାଦ କରିବାରୁ ଦୁଇ ପୋଲିସ ଅଧିକାରୀ ତାଙ୍କୁ ମାଡ଼ ମାରିଥିବା ନେଇ ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡାଙ୍କ ନିକଟରେ ସରପଞ୍ଚ ଅଭିଯୋଗ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ବାଙ୍ଗୋର ପଞ୍ଚାୟତବାସୀ ଫାଣ୍ଡି ଘେରାଉ କରିବା ସହ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ରାସ୍ତାରୋକୋ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇମୋହନଙ୍କ ଜନ୍ମ ମାଟିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପାଟଣା,୨୫।୬(ସ୍ବ.ପ୍ର.): ଓଡ଼ିଆ ସିନେମା ଜଗତ ତଥା ଯାତ୍ରା ଜଗତର ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ଜନ୍ମ...

ଗୁରୁତର ଅବସ୍ଥାରେ ଭାଲୁଛୁଆ ଉଦ୍ଧାର

ପାଟଣା,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଫୁଲପାହାଡ଼ି ଗ୍ରାମ୍ୟ ଜଙ୍ଗଲରୁ ଶନିବାର ପୂର୍ବାହ୍ନରେ ଏକ ଆହତ ଭାଲୁ ଛୁଆକୁ ବନବିଭାଗ ଉଦ୍ଧାର କରି...

ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ...

ବିନା ଅନୁମତିରେ ଓଡ଼ିଶା ସୀମାରେ ପଶ୍ଚିମବଙ୍ଗ ବସ୍‌ ପଶି ଅଡୁଆରେ ପଡ଼ିଲା

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବଜାର ନିକଟରୁ ପଶ୍ଚିମବଙ୍ଗରୁ ବେଆଇନ ଭାବେ ପଶିଥିବା...

କୃଷି ଆଇନକୁ ବିରୋଧ: କଂଗ୍ରେସର ରାଜପଥ ଅବରୋଧ

ପାଟଣା,୨୭।୯(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ସାରା ଦେଶରେ ସୋମବାର ୧୦ ଘଣ୍ଟିଆ ଭାରତ...

ପାଟଣାରେ ବିଧାୟକ କଲେ ପତକା ଉତ୍ତୋଳନ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କୋଭିଡ ଗାଇଡ଼୍‌ଲାଇନ ମଧ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇଛି।ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ ପାଟଣା ବିଧାୟକ...

ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଅପେରା ଗାଡ଼ି

ଆନନ୍ଦପୁର,୨୭। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବାଲୁଙ୍କେଶ୍ୱର ଛକଠାରେ ମଙ୍ଗଳବାର (ନଂ.ଓଆର୦୫-ଏଫ୦୮୨୧) ବିଶିଷ୍ଟ ଏକ ୧୦ ଚକିଆ...

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ୪ ଗୁରୁତର, ୬ ଆହତ

ପାଟଣା,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳି ପାଟଣା ରାସ୍ତାର ଜଡିଚାତର ନିକଟରେ ବୁଧବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଛି। ଫଳରେ...

Advertisement
Archives

Model This Week