Posted inଖେଳ

ମହିଳା ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଇଦୁଲଜୀ, ଶାନ୍ତାଙ୍କ ଆପତ୍ତି

ନୂଆଦିଲ୍ଲୀ,୧୯।୧୦(ପି.ଟି.)- କ୍ରିକେଟ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାଏନା ଇଦୁଲଜୀ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂଆ ଆପେକ୍ସ କାଉନ୍‌ସିଲ ସଦସ୍ୟା ଶାନ୍ତା ରଙ୍ଗାସ୍ବାମୀ ଭାରତୀୟ ମହିଳା କ୍ରିକେଟ ଦଳର ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଅସନ୍ତୋଷ ଜାହିର କରିବା ସହ ଆପତ୍ତି ଉଠାଇଛନ୍ତି। ଷ୍ଟାଫ୍‌ଙ୍କ ନିଯୁକ୍ତି ଅଣ ସାମ୍ବିଧାନିକ ବୋଲି ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ରାହୁଲ ଜୋହରୀଙ୍କୁ ଏହି ଦୁଇ ମହିଳା ପ୍ରଶାସିକା ଚିଠି ଲେଖି ଜଣାଇଛନ୍ତି।
କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର (ଜିଏମ୍‌) ସବା କରିମ ମହିଳା କ୍ରିକେଟର ଇନ୍‌ ଚାର୍ଜ ଅଛନ୍ତି ଓ ତାଙ୍କୁ ଏହି ନିଯୁକ୍ତି ନେଇ ଦାୟୀ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ହେମଲତା କାଲାଙ୍କ ନେତୃତ୍ୱାଧୀନ ଚୟନ କମିଟି ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାରେ ଅଣଦେଖା ହେଉଥିବାର ଅଭିଯୋଗ ଆଣି ସିଇଓଙ୍କୁ ଚିଠି ଲେଖିଥିଲେ। ବିସିସିଆଇ ସମ୍ବିଧାନ ଅନୁସାରେ ଚୟନକର୍ତ୍ତାମାନେ ହିଁ ପୁରୁଷ ଓ ମହିଳା ଦଳ ପାଇଁ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରିଥାନ୍ତି। ଏହି ପ୍ରକ୍ରିୟା ପୁରୁଷ ଦଳ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାରେ ଅନୁସରଣ କରାଯାଇଥିଲା। ମହିଳା ଦଳର ବୋଲିଂ ଓ ଫିଲ୍ଡିଂ କୋଚ୍‌ ନିଯୁକ୍ତିରେ ଚୟନକର୍ତ୍ତାଙ୍କୁ ଅନ୍ଧାରରେ ରଖାଯାଇଥିଲା। କେବଳ ମାତ୍ର ଭିଡିଓ ଆନାଲିଷ୍ଟ ସାକ୍ଷାତକାର ନେବାକୁ କୁହାଯାଇଥିଲା ଓ ଏହି ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଥିଲା। ଏହି ସମ୍ପୂର୍ଣ୍ଣ ପ୍ରକରଣରେ ନିୟମର ଉଲ୍ଲଂଘନ ହୋଇଛି ବୋଲି ଇଦୁଲଜୀ ଓ ରଙ୍ଗାସ୍ବାମୀ କହିଛନ୍ତି। ଏନ୍‌ସିଏ ବୋଲିଂ କୋଚ୍‌ ନରେନ୍ଦ୍ର ହିରଓ୍ବାନୀ ଓ ଟି. ଦିଲୀପ ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍‌ ହିସାବରେ ଭାରତୀୟ ଦଳ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବେ। ଏହି ବିବାଦରେ ସବା କରିମ୍‌ଙ୍କୁ ମୁଖ୍ୟ ବୋଲି କୁହାଯାଉଥିବା ବେଳେ ସେ କିଛି ମତାମତ ଦେଇନାହାନ୍ତି। ସିଇଓଙ୍କୁ ଇମେଲ୍‌ ପଠାଯାଇଥିବାରୁ ସେ ହିଁ ଏ ସଂକ୍ରାନ୍ତରେ କିଛି କହିପାରିବେ ବୋଲି କରିମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଫିଫା ବିଶ୍ୱକପ୍‌: କ୍ୱାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ

ପ୍ୟାରିସ,୨୩ା୬(ଏଏଫ୍‌ପି): ମହିଳା ଫିଫା ବିଶ୍ୱକପ୍‌ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆମାଣ୍ଡିନେ ହେନ୍‌ରୀଙ୍କ ଗୋଲ ଯୋଗୁ...

ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସିଜନ୍‌ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା...

ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଘୋଷାଲ ପ୍ରି-କ୍ୱାର୍ଟରରେ

ଦୋହା, ୧୧ା୧୧ (ପି.ଟି.)- ଭାରତର ସୌରଭ ଘୋଷାଲ ଏଠାରେ ଚାଲିଥିବା ପିଏସ୍‌ଏ ପୁରୁଷ ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ସେ ଫ୍ରାନ୍ସର ଲୁକାସ ସେରମିଙ୍କୁ...

ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍‌

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ...

ବନମାଳୀପୁର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖଣ୍ଡପଡା,୫ା୧୦(ସ୍ବ.ପ୍ର.): ଆଞ୍ଚଳିକ ସ୍ପୋଟର୍‌ସ କ୍ଲବ ବନମାଳୀପୁର ଆନୁକୂଲ୍ୟରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀପୁର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ୩୨ ତମ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର...

ହାମଷ୍ଟ୍ରିଙ୍ଗ୍‌ ଇଞ୍ଜୁରୀ: ଘରକୁ ଫେରିଲେ ଇଶାନ ପୋରେଲ

ନୂଆଦିଲ୍ଲୀ,୨।୧୨(ପି.ଟି.): ଉଦୀୟମାନ ବେଙ୍ଗଲ ଦ୍ରୁତ ବୋଲର ଇଶାନ ପୋରେଲ ଅଷ୍ଟ୍ରେଲିଆରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନେଟ୍‌ରେ ଅଭ୍ୟାସ କରୁଥିବା ବେଳେ ସେ ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରିର ଶିକାର...

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ...

ପ୍ରାର୍ଥିପତ୍ର ଦାଖଲ କଲେ ଗାଙ୍ଗୁଲି

ମୁମ୍ବାଇ, ୧୫ା୧୦ (ପି.ଟି.)- ଅକ୍ଟୋବର ୨୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ...

Advertisement
Archives

Model This Week