Posted inଖେଳ

ମହିଳା ଫିଫା ବିଶ୍ୱକପ୍‌:ଫାଇନାଲରେ ନେଦରଲାଣ୍ଡ-ଆମେରିକା

ଲିଓନ,୪।୭(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ସ୍ବିଡେନ ବିପକ୍ଷ ସେମିଫାଇନାଲକୁ ଜ୍ୟାକି ଗ୍ରୋନେନଙ୍କ ଗୋଲ ଯୋଗୁ ନେଦରଲାଣ୍ଡ ୧-୦ ବ୍ୟବଧାନରେ ଜିତିନେଇଛି। ଏହି ବିଜୟ ସହ ଚଳିତ ମହିଳା ଫିଫା ବିଶ୍ୱକପ୍‌ରେ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ୩ ଥର ତଥା ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଓ ୟୁରୋପିଆନ ଚାମ୍ପିୟନ ନେଦରଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ ଲଢ଼େଇ ହେବ। ୯୦ ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଗୋଲ ଶୂନ୍ୟ ରହିଥିଲା। ଅତିରିକ୍ତ ସମୟ ତଥା ୯୯ ତମ ମିନିଟ୍‌ରେ ଭାନ ଡେ ଡଙ୍କଙ୍କଠାରୁ ମିଳିଥିବା ପାସ୍‌କୁ ମିଡ୍‌ଫିଲ୍ଡର ଗ୍ରୋନେନ ଗୋଲରେ ପରିଣତ କରିଥିଲେ। ଏହାପରେ ମ୍ୟାଚ୍‌କୁ ବରାବର କରିବାକୁ ସକ୍ଷମ ହୋଇ ନ ଥିଲା ୨୦୦୩ ବିଶ୍ୱକପ୍‌ ଉପବିଜେତା ସ୍ବିଡେନ। ପୂର୍ବତନ ଚାମ୍ପିୟନ ଜାପାନ ଓ ପରେ ଇଟାଲିକୁ ପୂର୍ବ ଦୁଇ ରାଉଣ୍ଡରେ ହରାଇଥିବା ନେଦରଲାଣ୍ଡ ତା’ର ପ୍ରଥମ ବିଶ୍ୱକପ୍‌ଠାରୁ ଆଉ ଗୋଟିଏ ବିଜୟ ଦୂରରେ ଅଛି। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଆମେରିକା କ୍ରମାଗତ ୩ୟ ଥର ପାଇଁ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ସ୍ବିଡେନ ଓ ଇଂଲଣ୍ଡ ମଧ୍ୟରେ ୩ୟ ସ୍ଥାନ ପାଇଁ ମ୍ୟାଚ୍‌ ଶନିବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆରେ ପହଞ୍ଚତ୍ଲା ଭାରତ

ସିଡ୍‌ନୀ : ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଗୁରୁବାର ସିଡ୍‌ନୀଠାରେ ପହଞ୍ଚତ୍ଛି। ସିରିଜ ଆରମ୍ଭ ପୂର୍ବରୁ ଦଳର ସମସ୍ତ ସଦସ୍ୟ ବାଧ୍ୟତାମୂଳକ ୧୪...

ଯୁବରାଜଙ୍କୁ ଗମ୍ଭୀରଙ୍କ ସମର୍ଥନ: କହିଲେ ‘ପ୍ରଶଂସକ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି, ପଞ୍ଜାବରୁ କାହିଁକି ନୁହେଁ’

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ...

ୟୁଏସ୍‌ ଓପନ୍‌ ଟେନିସ୍‌: ନାଡାଲଙ୍କ ବିଜୟ ଅଭିଯାନ, ତୃତୀୟ ରାଉଣ୍ଡରେ ଡିମିଟ୍ରୋଭ, ନିଶିକୋରି

ନ୍ୟୁୟର୍କ,୨୯।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତେଜଣ ସିଡେଡ ଖେଳାଳି...

ପେରେଜଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ସାଖୀର (ବାହାରିନ୍‌),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍‌ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍‌ରେ...

ଅହମ୍ମଦାବାଦରେ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ନୂଆଦିଲ୍ଲୀ,୧୮।୫(ପି.ଟି.)- ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦସ୍ଥିତ ଟ୍ରାନ୍ସଷ୍ଟାଡିୟା ଏରିନାଠାରେ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ଅଷ୍ଟ୍ରେଲିଆନ୍‌ ଓପନ୍‌ : କ୍ୱାର୍ଟରରେ ନାଡାଲ, ଓ୍ବାରିଙ୍କା, ହାଲେପ୍‌

ମେଲବୋର୍ନ, ୨୮।୧ (ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ୭ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ଏକ...

ଧୋନୀଙ୍କୁ କୋହଲିଙ୍କ ପ୍ରଶଂସା ଟୁଇଟ୍‌କୁ ମିଳିଛି ସର୍ବାଧିକ ଲାଇକ୍‌

ନୂଆଦିଲ୍ଲୀ,୧୩।୧୨: ଚଳିତ ବର୍ଷ ଭାରତରେ ଖେଳ ଉପରେ କରାଯାଇଥିବା ଟୁଇଟ୍‌ ମଧ୍ୟରୁ ଗତ ଆଇପିଏଲ ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସା ଲାଗି ଭାରତୀୟ ଟେଷ୍ଟ...

Advertisement
Archives

Model This Week