ମହିଳା ପୋଲିସ ଅଧିକାରୀଙ୍କ କରୋନା ଗୀତ ଭାଇରାଲ

ଖୋର୍ଦ୍ଧା ଅଫିସ,୨୭ା୪ : ସାରା ବିଶ୍ୱ ଆଜି କରୋନା ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। ଏ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କଠାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏ ସଂକ୍ରାନ୍ତରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ଅର୍ଚ୍ଚନା ମଲ୍ଲିକଙ୍କ ଦ୍ୱାରା ପ୍ରସ୍ତୁତ ଗୀତ କରୋନାକୁ ଆମେ ଡରିବା ନାହିଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ”ଶୁଣ ଶୁଣ ହେ ଭାଇ ଭଉଣୀ…ଘରେ ରହିବା, ସାବୁନରେ ହାତ ଧୋଇବା, ମାସ୍କ ପରିଧାନ କରିବା, ଯୋଦ୍ଧା ହୋଇ ଲଢିବା, କରୋନାକୁ ଡରି ଯିବାନି।“ ଏହି ଗୀତ ହ୍ବାଟ୍‌ସ ଆପ, ଫେସବୁକ, ଟୁଇଟର ଆଦି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଁ।ଠାରୁ ସହର ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ଏହି ଗୀତର ଏବେ ଚର୍ଚ୍ଚା ଚାଲିଛି। ବିଭିନ୍ନ ମହଲରେ ଅର୍ଚ୍ଚନାଙ୍କ ଏହି ଗୀତକୁ ବେଶ ପ୍ରଶଂସା କରାଯାଇଛି।
ଅର୍ଚ୍ଚନା କୁହନ୍ତି, କରୋନା ରୂପକ ମହାମାରୀ କବଳରେ ସାରା ବିଶ୍ୱ ଆଜି କବଳିତ। ଏହି ସମୟରେ ଜନସଚେତନତା ହେଉଛି ଏକମାତ୍ର ମାଧ୍ୟମ। ଏହାର ମୁକାବିଲା ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ। ଏହାର ମୁକାବିଲା ଲାଗି ସରକାର କେତେକ କଟକଣା ଜାରି କରିଛନ୍ତି। ଏହାକୁ ସମସ୍ତେ ପାଳନ କରିବା ଉଚିତ। ଏହାଦ୍ୱାରା ଏହି ମହାମାରୀ କରୋନାଠାରୁ ନିସ୍ତାର ମିଳିପାରିବ। ନିକଟରେ ଖୋର୍ଦ୍ଧା ପୋଲିସ ଅର୍ଚ୍ଚନାଙ୍କ ଏହି ଗୀତକୁ ମାଧ୍ୟମ କରି ଜନସଚେତନତା ଲାଗି ଏକ ରଥ ବାହାର କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ଏ ନେଇ ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ କୁହନ୍ତି, କରୋନାକୁ ରୋକିବା ଲାଗି ଜଣେ ସଚେତନ ନାଗରିକ ଭାବେ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ବ୍ୟକ୍ତି ଏହାକୁ କାର୍ଯ୍ୟକାରୀ କରିଲେ, ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?