Posted inଜାତୀୟ

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା: ୩ ପୋଲିସ ନିଲମ୍ବିତ

ହାଇଦ୍ରାବାଦ, ୧ା୧୨ (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶନିବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲା ରୁଜୁ କରିବାରେ ବିଳମ୍ବ କରିଥିବା ୩ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମହିଳା ଡାକ୍ତରଙ୍କ ନିଖୋଜ ସମ୍ପର୍କରେ ପରିବାର ପକ୍ଷରୁ ବୁଧବାର ରାତିରେ ପୋଲିସରେ ଏତଲା ଦିଆଯାଇଥିଲେ ହେଁ ସେମାନେ ମାମଲା ଦାଏର କରିବାରେ ଅଯଥା ବିଳମ୍ବ କରିବାରୁ ମୂଲ୍ୟବାନ ସମୟ ଅପଚୟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମହିଳା ଡାକ୍ତରଙ୍କ ଜୀବନ ବଞ୍ଚତ୍ପାରିଥାନ୍ତା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ସାଇବରାବାଦ ଥାନାର ଏସ୍‌ଆଇ ଏମ. ରବିକୁମାର, ହେଡ୍‌ କନ୍‌ଷ୍ଟେବଲ ପି, ବେଣୁଗୋପାଳ ରେଡ୍ଡୀ ଏବଂ ଏ. ସତ୍ୟନାରାୟଣ ଗୌଡ଼।
ଥାନା ବାହାରେ ଉତ୍ତେଜନା ଲାଗିରହିଥିବାରୁ ଅଭିଯୁକ୍ତମାନଙ୍କୁ ମହବୁବନଗର ଫାଷ୍ଟଟ୍ରାକ୍‌ କୋର୍ଟରେ ହାଜର କରାଯାଇ ପାରି ନ ଥିଲା। ଫଳରେ ମଣ୍ଡଲ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶାଦନଗର ଥାନାକୁ ଆସି ୪ ଅଭିଯୁକ୍ତଙ୍କୁ ହାଜତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ମହମ୍ମଦ ଅରିଫ୍‌, ଚିନ୍ତାକୁଣ୍ଟା ଚେନ୍ନାକେଶୁଭାଲୁ, ଜୋଲୁ ଶିବା ଏବଂ ଜୋଲୁ ନବୀନଙ୍କୁ ମହବୁବ୍‌ନଗର ଜେଲ୍‌କୁ ପଠାଯିବ ବୋଲି ଜଣାପଡିଛି।
ବଳାତ୍କାର ଓ ହତ୍ୟା ଘଟଣାର ଅପରାଧୀମାନଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ। ହଜାର ହଜାର ଲୋକ ସକାଳଠାରୁ ଥାନା ଆଗରେ ବିକ୍ଷୋଭ ଚଳାଇବାରୁ ଉତ୍ତେଜନା ଲଗି ରହିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ମହିଳା ସଂଗଠନ, ଛାତ୍ର ସଂଗଠନ ଆନ୍ଦୋଳନରେ ସାମିଲ ହୋଇଥିଲେ। ତୁରନ୍ତ ଅପରାଧୀଙ୍କୁ ଫାଶୀ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ହିଂସା ରୋକିବା ପାଇଁ ଥାନା ଚାରିପଟେ ସୁରକ୍ଷା ବଢ଼ାଇବା ସହ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଥିଲା।
ବୁଧବାର ରାତିରେ ହାଇଦ୍ରାବାଦ ଉପକଣ୍ଠ ଶାମଶାବାଦ ଆଉଟର ରିଙ୍ଗ୍‌ରୋଡ୍‌ଠାରେ ଦୁଇଜଣ ଟ୍ରକ୍‌ ଡ୍ରାଇଭର ଓ ୨ କ୍ଲିନର ୨୫ ବର୍ଷୀୟା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏହା ପରେ ସେମାନେ ମୃତଦେହକୁ ଶାଦନଗର ସହର ନିକଟକୁ ନେଇ ପୋଡିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଥୁରାମଙ୍କୁ ଦେଶଭକ୍ତ କହିବା ଘଟଣା: ପ୍ରିୟଙ୍କା କହିଲେ ‘ହେ ରାମ୍‌’

ନୂଆଦିଲ୍ଲୀ, ୧୭।୫: ମାଲେଗାଁଓ ବିସ୍ଫୋରଣରେ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନର ଭାଜପା ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ...

୧୩ ମାସରେ ୩ଥର ଆକ୍ରାନ୍ତ ହେଲେଣି ଏହି ମହିଳା ଡାକ୍ତର

ମୁମ୍ବାଇ,୨୮।୭: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ପ୍ରକୋପ ଜାରି ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ମୁମ୍ବାଇରେ ରହୁଥିବା...

ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି

ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା...

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ

ଚଣ୍ଡିଗଡ,୧୮।୨:ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମୁହାଁମୁହିଁ ହୋଇଛନ୍ତି। ଉଭୟ...

ପାରାମିଲିଟାରୀ କର୍ମଚାରୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା…

ନୂଆଦିଲ୍ଲୀ,୩।୧୧: ଦେଶର ସମସ୍ତ କେନ୍ଦ୍ରୀୟ ପାରାମିଲିଟାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତରେ ମାଗଣା ଏବଂ ନଗଦ ବିହୀନ ଚିକିତ୍ସା...

ଲୋକ ସଭା ନିର୍ବାଚନ:ମଇଦାନରେ ୧୬୩ ନିରକ୍ଷର

ନୂଆଦିଲ୍ଲୀ,୧୭।୫(ଆଇଏଏନ୍‌ଏସ୍‌):୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪୮% ସ୍ନାତକ ହୋଇଥିବାବେଳେ ୧୬୩ ଜଣ ନିରକ୍ଷର। ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ...

ବାପୁଙ୍କ ଅବଦାନ କେବେ ଭୁଲି ହେବନି: ମୋଦି

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ବାପୁଙ୍କୁ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ମୂଳା

ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି।...

Advertisement
Archives

Model This Week