Posted inଖେଳ

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ମ୍ୟାଚ୍‌ ପାଇଁ କାର୍ଯ୍ୟସୂଚୀ ରହିଛି। ତେବେ ଅଦିନିଆ ବର୍ଷା ସହିତ ଖରାପ ଆଲୋକ ଯୋଗୁଁ ଏହି ମ୍ୟାଚ୍‌ ଖେଳାଯିବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଉଟଫିଲ୍ଡରେ ପାଣି ଜମି ରହିଥିବା ବେଳେ ପିଚ୍‌କୁ ଘୋଡାଇ ରଖାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଉଭୟ ଦଳ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ନିମନ୍ତେ ଆସିଥିଲେ। ହେଲେ ପାଗ ଖରାପ ରହିବା ଫଳରେ ଉଭୟ ଦଳର ଖେଳାଳି ଅଭ୍ୟାସ ଠିକ ଭାବେ କରି ପାରି ନାହାନ୍ତି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଦଳ ଓ ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି ଦଳ ଦିନ ୧୧ଟାରେ ପହଞ୍ଚିଥିଲେ। ହରମନପ୍ରୀତଙ୍କ ଦଳ ପ୍ରଥମେ ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ପରେ ସ୍ମୃତି ମାନ୍ଧାନାଙ୍କ ଦଳ ଅଭ୍ୟାସ କରିଥିଲା। ସ୍ମୃତିଙ୍କ ଦଳରେ ଓଡ଼ିଆ ଖେଳାଳି ସୁଶ୍ରୀ ଦିବଦର୍ଶିନୀ ରହିଛନ୍ତି। ଅଭ୍ୟାସ କରି ନପାରି ୨ଟି ଯାକ ଦଳ କେବଳ ଓ୍ବାର୍ମଅପ୍‌ କରି ଦିନ ପ୍ରାୟ ୨ଟା ବେଳେ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ...

ଦ୍ରାଭିଡ ଆସିବା ପରେ ଫେରିଲା ପୁରୁଣା ପରମ୍ପରା

କାନପୁର,୨୫।୧୧: କାନପୁରରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଶ୍ରେୟାସ ଆୟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଟସ ପୂର୍ବରୁ...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ଜୋକୋଭିଚ୍‌- ସିତିସ୍‌ପାସ୍‌ ଫାଇନାଲ

ପ୍ୟାରିସ୍‌,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍‌ ସିଡ୍‌...

ଏହି ଭାରତୀୟ କ୍ରିକେଟରଙ୍କ ନାମରେ ରହିଛି ଏକ ଲଜ୍ଜାଜନକ ରେକର୍ଡ: ଗୋଟିଏ ଭୁଲ୍‌ ଯୋଗୁ ଐତିହାସିକ ରନ୍‌ କରିଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଟିମ ଏବେ ଉନ୍ନତମାନର ଫିଲ୍ଡିଂ ପାଇଁ ଜଣାଣୁଣା। ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଦଳ ଭଲ ଫିଲ୍ଡିଂ କରୁ...

ଟେନିସ୍‌କୁ ଗ୍ରିଗୋରଙ୍କ ସଫଳ ପ୍ରତ୍ୟାବର୍ତ୍ତନ

ନ୍ୟୁୟର୍କ, ୨୫ା୮ (ପି.ଟି.)-ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ୍‌ ଟେନିସ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ ଟେନିସ ପ୍ରତିଯୋଗିତାରେ ସେ ଫ୍ରାନ୍ସର ଉଗୋ ହମବର୍ଟଙ୍କୁ...

ଦିଲ୍ଲୀ କ୍ରିକେଟ ପାଇଁ ବିସିସିଆଇ ଆଡ-ହକ୍‌ କମିଟି ଗଠନ କରିବ

ନୂଆଦିଲ୍ଲୀ,୮।୫(ପି.ଟି.): ବିନା ଅଧ୍ୟକ୍ଷ ଓ ସମ୍ପାଦକରେ ଦୁର୍ନୀତି କବଳିତ ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) କିପରି ଚାଲିବ ସେ ନେଇ ଭାରତୀୟ କ୍ରିକେଟ...

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି।...

ଦ୍ୱିତୀୟ ଟେଷ୍ଟ: ଇନିଂସ ପରାଜୟ ଏଡ଼ାଇଲା ଜିମ୍ବାଓ୍ବେ

ଆବୁଧାବି,୧୪।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ...

Advertisement
Archives

Model This Week