ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା: ଜେଲ ଗଲେ କେସିସିଏସ୍‌ ସଭାପତି ପ୍ରମୋଦ

କେନ୍ଦ୍ରାପଡ଼ା ଅଫିସ,୫ା୧୧: ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି (କେସିସିଏସ୍‌) ସଭାପତି ପ୍ରମୋଦ ସାହୁ ସୋମବାର ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା ଟାଉନ ଥାନାପୋଲିସ ପ୍ରମୋଦଙ୍କୁ ଏସ୍‌ଡିଜେଏମ୍‌ ଦିଗ୍‌ବିଜୟ ଦାଶଙ୍କ କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରବିବାର ବିଳମ୍ବିତ ରାତିରେ ପୋଲିସ ପ୍ରମୋଦଙ୍କୁ ବଣିଆମାଳସ୍ଥିତ ତାଙ୍କ ବାସଗୃହରୁ ଉଠାଇ ନେଇଥିଲା। ପରେ ଏକ ଅଜ୍ଞାତ ସ୍ଥାନରେ ରଖି ଅଭିଯୋଗ ସମ୍ପର୍କରେ ପଚରାଉଚରା କରିଥିଲେ। ସୋମବାର ଭୋର ସାଢେ ୪ଟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରମୋଦଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟାରେ କୋର୍ଟରେ ପୋଲିସ ତାଙ୍କୁ ହାଜର କରାଇଥିଲା। ଅପରପକ୍ଷରେ ରାଜ୍ୟ ସମବାୟ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ ସଭାପତି ପ୍ରମୋଦଙ୍କ ସଦସ୍ୟତା ଏବଂ ସଭାପତି ପଦ କାହିଁିକି ରଦ୍ଦ କରା ନ ଯିବ ତାହାର ଜବାବ ତଲବ କରିଛନ୍ତି। ୭ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କହିବା ସହ ସୋସାଇଟିର ଉପସଭାପତି ଅନୁସ୍ବୟା ସାମଲଙ୍କୁ ଅସ୍ଥାୟୀ ଭାବେ ସଭାପତି ଦାୟିତ୍ୱ ଦେବାକୁ ଏଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏ ସମ୍ପର୍କରେ ଏଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ୍‌ ମହାନ୍ତି କହିଛନ୍ତି, ସମ୍ପୃକ୍ତା ମହିଳା କର୍ମଚାରୀଙ୍କ ଅଭିଯୋଗ କ୍ରମେ ହୋଇଥିବା ମାମଲା (ନଂ-୧୩୮/୧୯)ରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆଇପିସି ଧାରା ୩୫୪(କ) ଓ (ଘ), ୫୦୯, ୫୦୬ ଓ ୨୯୪ ଦଫା ଲାଗୁ ହୋଇ କୋର୍ଟ ଚାଲାଣ କରାଯାଇଛି। ପ୍ରମୋଦଙ୍କ ଗିରଫ ପରେ ଅଭିଯୋଗକାରିଣୀ କହିଛନ୍ତି ଯେ, ପୋଲିସର ଏହି ପଦକ୍ଷେପ ବିଳମ୍ବ ହୋଇଥିଲେ ମଧ୍ୟ ସ୍ବାଗତଯୋଗ୍ୟ। ଭାରତୀୟ ନ୍ୟାୟାଳୟର ଦଣ୍ଡବିଧାନ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଅଭିଯୁକ୍ତ କଠୋର ଦଣ୍ଡରେ ଦଣ୍ଡିତ ହେବା ଆଶା ରଖିଛି। ଏଥିସହ ସେ କହିଛନ୍ତି ଯେ, ପ୍ରମୋଦ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ତାଙ୍କ ନିକଟରେ ଲୋକବଳ, ବାହୁବଳ ଓ ଅର୍ଥବଳ ରହିଛି। ଗିରଫ ପରେ ତାଙ୍କ ସମର୍ଥକମାନେ କୌଣସି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ବଢ଼ିଛିି। ଏଥିପାଇଁ ନିଜକୁ ଅସୁରକ୍ଷିତ ଓ ଜୀବନ ପ୍ରତି ବିପଦ ଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପ୍ରମୋଦଙ୍କ ଓକିଲ ଦେବୀପ୍ରସାଦ କର କହିଛନ୍ତି ଯେ, ଏହି ମାମଲାରେ ପୋଲିସ ଯେଉଁସବୁ ଦଫା ଲଗାଇଛି ,ସେହିସବୁ ଦଫାର କାରାଦଣ୍ଡ ଅବଧି ୭ ବର୍ଷରୁ କମ୍‌ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଦଫାରେ ପୋଲିସ ଅଭିଯୁକ୍ତଙ୍କୁ ଥାନାରୁ ଜାମିନ ଦେଇ ପାରିଥାନ୍ତା। ଏହି ମାମଲାରେ ଗିରଫ ପରେ ପ୍ରମୋଦଙ୍କ ସାମାଜିକ ସମ୍ମାନହାନୀ ହୋଇଥିବା ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ପୃକ୍ତା ଅଭିଯୋଗକାରିଣୀ ଏହି କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟିର କର୍ମଚାରୀ ଥିଲେ। ସେ କାର୍ଯ୍ୟରତ ଥିବା ସମୟରେ ସୋସାଇଟି ସଭାପତି ନିଜ ଚାମ୍ବରକୁ ତାଙ୍କୁ ଡାକି ଅସଦାଚରଣ କରିଥିଲେ। ଏପରି କି ପ୍ରମୋଦ ନିଜ ମୋବାଇଲରୁ ଅଶ୍ଳୀଳ ଭାବ ସହ କଥାବାର୍ତ୍ତା ହେବା , ଭିଡିଓ ଚାଟିଂ କରିବା, ସାନମଙ୍ଗଳାସ୍ଥିତ ଫାର୍ମ ହାଉସରେ ଅସଦାଚରଣ ପ୍ରଦର୍ଶନ କରିବା ଆଦି ଘଟଣା ନେଇ ମହିଳା କର୍ମଚାରୀ ଜଣକ ଏପ୍ରିଲ ୩୦ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏସମ୍ପର୍କିତ ଅଡିଓ, ଭିଡିଓ ସିଡ଼ୀ ଦାଖଲ କରିଥିଲେ। ତେବେ ଏହି ଅଭିଯୋଗକୁ ଟାଉନ ଥାନା ପୋଲିସ ପଞ୍ଜୀକୃତ ନ କରିବାରୁ ଗତ ଜୁଲାଇରେ ଅଭିଯୋଗକାରିଣୀ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଓ୍ବାନ୍‌ସିସି ମାମଲା ଦାଏର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ମାମଲା ରୁଜୁ କରାଯାଇଥିଲେ ସୁଦ୍ଧା ପୋଲିସ ତଦନ୍ତକୁ ଗୁରୁତ୍ୱ ଦେଇ ନ ଥିଲା କି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ପୋଲିସର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେତୁ ଅଭିଯୋଗକାରିଣୀ ମହିଳା କମିଶନ, ଜିଲା ପ୍ରଶାସନ ଓ ପରେ ଗଣମାଧ୍ୟମର ସହଯୋଗ ଲୋଡିଥିଲେ। ଗଣମାଧ୍ୟମରେ ଏହି ଘଟଣାର ପର୍ଦ୍ଦାଫାଶ ପରେ ଜିଲା ପୋଲିସ ଏନେଇ ତଦନ୍ତ କରିବା ସହ ପ୍ରମୋଦଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri