![](https://www.dharitri.com/wp-content/uploads/2020/05/a1ce1e8c-f55e-49cd-adb9-c7676ccc02eb.jpg)
ଅନୁଗୋଳ ଅଫିସ,୧୧ା୫: ଅନୁଗୋଳ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ମହିଳାଙ୍କ ଦେହରେ ସୋମବାର ମଧ୍ୟାହ୍ନରେ ପୋଲିସର ଗୁଳି ବାଜିଛି। ଫାୟାରିଂ ରେଞ୍ଜରେ ଅଭ୍ୟାସ ଚାଲିଥିବା ବେଳେ ଗୁଳି ସରଧାପୁର ଗ୍ରାମର ଏକ କାନ୍ଥରେ ବାଜିବା ପରେ ସେହି ଗ୍ରାମର ପୁଷ୍ପଲତା ନାଏକଙ୍କ ବାମ ହାତରେ ବାଜିଥିବା ଜଣାପଡ଼ିଛି। ଏହା ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ମହିଳାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।