ଦିଗପହଣ୍ଡି,୨୭ା୭(ଡି.ଏନ.ଏ.)-ଦିଗପହଣ୍ଡି ଏନ୍ଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗରରେ ରହୁଥିବା ଜଣେ ସାମରିକ ବାହିନୀ କର୍ମଚାରୀଙ୍କ ସ୍ତ୍ରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗତ ୧୯ ତାରିଖରେ ତାଙ୍କ ସ୍ବାମୀ ଗୁଗଲି ପେ ଆପ୍ ଯୋଗେ ସ୍ତ୍ରୀଙ୍କ ମୋବାଇଲ ନମ୍ବରରେ ୧୬୯ ଟଙ୍କା ରିଚାର୍ଜ କରିଥିଲେ। ରିଚାର୍ଜ ସଫଳ ନ ହେବାରୁ କଷ୍ଟମର କେୟାରକୁ ଫୋନ କରିଥିଲେ। ଫୋନ ଉଠାଇଥିବା ବ୍ୟକ୍ତିଜଣକ କୌଶଳକ୍ରମେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ପାସୱାର୍ଡ ଏଟିଏମ କାର୍ଡ ନମ୍ବର ସଂଗ୍ରହ କରି ନେଇଥିଲେ। ପରେ ୩ଟି ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଖାତାରୁ ସମୁଦାୟ ୩୯ ହଜାର ଟଙ୍କା ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ ଉଠାଣ କରାଯାଇଛି। ସାମରିକ ବାହିନୀ କର୍ମଚାରୀଙ୍କ ସ୍ତ୍ରୀ ଦିଗପହଣ୍ଡି ଥାନାରେ ଶୁକ୍ରବାର ଏତଲା ଦେଇଥିଲେ। ନଂ. ୧୩୧/୧୯ରେ ମାମଲା ରୁଜୁ କରି ଆଇଆଇସି ଗୌରାଙ୍ଗ ଚରଣ ସାହୁ ତଦନ୍ତ ଚଳାଇଛନ୍ତି।

୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ
ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍. ଶାନ୍ତି (୨୭)। ଗୋଳନ୍ଥରା...

୨ ଗୋଡ ହରାଇ ହାରିନାହାନ୍ତି ଗଦାଧର, ସରକାରୀ ସହାୟତା ପାଇଲେ ଜାତୀୟସ୍ତରରେ ଖେଳିବାକୁ ଇଚ୍ଛା
ଶେରଗଡ,୨ା୩(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଦାଧର ସାହୁ (୨୬)। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚଳିତ ବର୍ଷ ଗଞ୍ଜାମ...

୩ଦିନ ହେଲା ପାଣିଆସୁନି, ଟ୍ୟାଙ୍କର ଯୋଗେ ପାଣି ଯୋଗାଇଲେ ସରପଞ୍ଚ
ଗଞ୍ଜାମ,୧ା୫(ଡି.ଏନ୍.ଏ.)- ଲକ୍ଡାଉନ୍ ବେଳେ ପାନୀୟଜଳ ସମସ୍ୟା ଗଞ୍ଜାମ ବ୍ଲକ ପାଣିବନ୍ଧ ପଞ୍ଚାୟତବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ୩ ଦିନ...

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା ନଭେମ୍ବର ୫ରେ ଚାର୍ଜଫ୍ରେମ୍
ଛତ୍ରପୁର,୨୩ା୧୦(ଡି.ଏନ.ଏ.) ଛତ୍ରପୁର ଏନ୍ଏସିର ତତ୍କାଳୀନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ ବଚ୍ଚନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା...

ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ: ବିଫଳ ହେବା ପରେ ଫଟୋ ଭାଇରାଲ କରି ଜେଲଗଲେ ଶିକ୍ଷକ
ବ୍ରହ୍ମପୁର ଅଫିସ,୨୬।୯: ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଶିକ୍ଷକ। ପରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ତାଙ୍କୁ ବ୍ଲାକମେଲ୍ କରିବା ଜଣେ ବିଜ୍ଞାନ ଶିକ୍ଷକଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଦଲାଲଙ୍କୁ ଗିରଫ ନିର୍ଦ୍ଦେଶ
ଛତ୍ରପୁର,୨୫।୬(ଡି.ଏନ.ଏ) – ଗଞ୍ଜାାମ ଜିଲାର କେତେକ ଅଞ୍ଚଳରେ ଖଳ ପ୍ରକୃତିର ଲୋକ ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦଲାଲଗିରି କରି ଚାଷୀ ମାନଙ୍କୁ ମିଥ୍ୟା ବୀମା...

ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍
ବ୍ରହ୍ମପୁର ଅଫିସ,୫ା୬: ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।...

ଜମି କିଣିବା ନାଁରେ ୧୫ ଲକ୍ଷ ଠକେଇ; ୧୦ ବର୍ଷ ପରେ ଜମି ପାଇଲେ ମହିଳା
ଗୋପାଳପୁର,୭ା୧୧-ଜଣେ ମହିଳାଙ୍କ ନାଁରେ ଜମି କିଣିବା ପାଇଁ ସମ୍ପର୍କୀୟ ଭାଇ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣି ସମ୍ପୃକ୍ତା ମହିଳାଙ୍କ ନାଁରେ...