ମହିଳାଙ୍କୁ ମାଡ଼ ମାରି ତଡ଼ିଦେଲେ ଶାଶୁଘର ଲୋକେ: ଅଭିଯୋଗ ପରେ ଶିଶୁପୁତ୍ର ଫେରିପାଇଲେ ମା

ବିଞ୍ଝାରପୁର,୭|୯(ଡି.ଏନ.ଏ)- ଜଣେ ମହିଳାଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିସ୍ତୁକ ମାଡ ମାରି ଘରୁ ବାହାର କରିଦେବା ସହିତ ତାଙ୍କଠାରୁ ବର୍ଷକର ଶିଶୁକୁ ଛଡ଼ାଇ ରଖିବା ଭଳି ଘଟଣା ବିଞ୍ଝାରପୁର ବ୍ଲକରେ ଦେଖିବାକୁ ମିଳିଛି। ଏ ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହେବା ପରେ ବି ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି।
ମଙ୍ଗଳପୁର ଥାନା ଷାଠିବାଟି ଅଞ୍ଚଳର ଅଲେଖ ମଲ୍ଲିକଙ୍କ ଝିଅ କାଜଲ(୨୧) ଦୁଇ ବର୍ଷ ପୂର୍ବରୁ ବିଞ୍ଝାରପୁର ଥାନା ପ୍ରୀତିପୁର ପଞ୍ଚାୟତର ଭାଗବତ ମଲ୍ଲିକଙ୍କ ପୁଅ ସୁରେନ୍ଦ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିବାବେଳେ ବିବାହ ପରେ ଅଧିକ ୧୦ହଜାର ଟଙ୍କା ଦାବି କରି ଶାଶୁଘର ଲୋକେ କାଜଲଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଗୁରୁବାର ଏହି ଘଟଣାକୁ କେନ୍ଦ୍ରକରି କାଜଲଙ୍କ ସ୍ବାମୀ, ଶାଶୁ ଓ ନଣନ୍ଦ କାଜଲଙ୍କ ବର୍ଷକର ଶିଶୁପୁତ୍ରକୁ ରଖି କାଜଲଙ୍କୁ ପିଟି ପିଟି ତଡି ଦେଇଥିଲେ। ଏହାପରେ କାଜଲ ଭୟଭୀତ ହୋଇ ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ପକ୍ଷରୁ କାଜଲଙ୍କ ଶାଶୁ ଘର ଲୋକଙ୍କୁ ଡକାଯାଇଥିଲେ ମଧ୍ୟ ସେମାନେ ପୋଲିସ କଥା ଶୁଣି ନ ଥିଲେ କିମ୍ବା କାଜଲଙ୍କୁ ଶିଶୁପୁତ୍ରକୁ ଦେଇ ନ ଥିଲେ। ଗୁରୁବାର ସନ୍ଧ୍ୟାରେ କାଜଲ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ କାଜଲଙ୍କ ଶାଶୁଘରୁ ତାଙ୍କ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ କାଜଲଙ୍କୁ ଦିଆଯାଇଥିଲା। ମାତ୍ର ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରିବର୍ତ୍ତେ କାଜଲଙ୍କ ଶାଶୁଘର ଲୋକଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଶୁକ୍ରବାର କାଜୋଲଙ୍କ ଶାଶୁଘରକୁ ଯାଇ ସେ ବିବାହ ସମୟରେ ଆଣିଥିବା ଯୌତୁକକୁ ତାଙ୍କ ବାପଘରକୁ ପଠାଇ ଦେଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଞ୍ଝାରପୁର ଥାନାରେ ଏକ ମାମଲା (ନଂ. ୨୧୯/୧୯ ) ରୁଜୁ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ। ଫଳରେ ପୋଲିସ ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଘଟଣା ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଅଶୋକ କୁମାର ସ୍ବାଇଁଙ୍କୁ ପଚାରିବାରୁ, ଏହି ଘଟଣାରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ ଅଶାନ୍ତିରୁ ଆର୍‌ବିଆଇ ଜିଏମ୍‌ଙ୍କ ଆତ୍ମହତ୍ୟା

ଚଣ୍ଡିଖୋଲ,୨୫।୧୧(ଡ.ଏନ୍‌.ଏ.): ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲରେ ଜଣେ ବ୍ୟାଙ୍କ ଅଧିକାରୀ ବେକରେ ବେଡସିଟ୍‌ ଗୁଡ଼ାଇ ଗୁରୁବାର ରାତିିରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ...

ବୈତରଣୀ ନଦୀରେ ବନ୍ୟା ଜଳ:କାଣୀନଦୀର କଣ୍ଟପଡ଼ାଠାରେ ୪୦ଫୁଟ ଘାଇ

ଦଶରଥପୁର, ୧୧-୯(ଡିଏନ୍‌ଏ)- ଲଘୁଚାପ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଏହାର ଶାଖା କାଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଯାହଫାଳରେ ଦଶରଥପୁରବ୍ଲକସ୍ଥିତ ଦୁଦୁରାଅନ୍ତା...

କମୁନି ଝିଅବୋହୂଙ୍କୁ ଶାରିରୀକ ନିର୍ଯାତନା: ପ୍ରହସନ ପାଲଟିଛି ଆତ୍ମରକ୍ଷା କୌଶଳ ତାଲିମ

ଯାଜପୁର ଅଫିସ,୨୮।୯: ରାଜ୍ୟ ଯୁବ ନୀତି (ଷ୍ଟେଟ ୟୁଥ୍‌ ପଲିସି)-୨୦୧୩ ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି। ଉଚ୍ଚଶିକ୍ଷା ବିଭାଗ...

ଦୁଇ କଲେଜରେ ଅଧ୍ୟାପନା ମହଙ୍ଗା ପଡ଼ିଲା: ଦରମା ପ୍ରତ୍ୟାହାର ନିର୍ଦ୍ଦେଶ ଦେଲେ ଆର୍‌ଡିଇ

ଯାଜପୁର ଅଫିସ,୧୬।୧୧: ଯାଜପୁର ଜିଲାରେ ଜଣେ ଅଧ୍ୟାପକ ଦୁଇଟି କଲେଜରେ ଚଞ୍ଚକତାପୂର୍ଣ୍ଣ ନିଯୁକ୍ତି ଅଭିଯୋଗ ହେବା ପରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ(ଆରଡିଇ) କଠୋର କାର୍ଯ୍ୟାନୁଷ୍ଠାନ...

କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଯାଜପୁରଟାଉନ, ୧୭ା୬(ଡି.ଏନ୍‌.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ...

ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା...

ଖର୍ଚ୍ଚ ଉଠାଇ ପାରୁନାହାନ୍ତି କୋବିଚାଷୀ

ରସୁଲପୁର,୨।୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ କୋବିର ଅଭାବୀ ବିକ୍ରି ଦେଖାଦେଇଛି। ଗୋଟିଏ କୋବି ଉତ୍ପାଦନରେ ପାଖାପାଖି ୭ଟଙ୍କା ଖର୍ଚ୍ଚ ହେଉଥିବାବେଳେ ତାହା ବର୍ତ୍ତମାନ ୬ ଟଙ୍କାରେ ବିକ୍ରି...

ଅଗ୍ନିକାଣ୍ଡକୁ ୪ମାସ ବିତିଲା: ମିଳିପାରୁନି ପରିବାରକୁ ସହାୟତା

ଜେନାପୁର,୨|୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ପଣସପଡ଼ିଆ ଗ୍ରାମର ରମେଶ ମଳିକଙ୍କ ଘର ୪ ମାସ ହେବ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡ ଯାଇଥିଲା।...

Play 250+ Trending Games
Archives

Model This Week

Why Dharitri