ମହିଳାଙ୍କୁ ଧକ୍କାଦେଲା ଜନନୀ ଏକ୍ସପ୍ରେସ: ସିଡିଏମ୍‌ଓ କହିଲେ ତଦନ୍ତ କରି ନେବେ ପଦକ୍ଷେପ

ନୟାଗଡ ଅଫିସ/ଖଣ୍ଡପଡ଼ା,୨୧ା୨(ସ୍ବ.ପ୍ର.): ନୟାଗଡ଼ ଜିଲାର କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ଗୁରୁବାର ଭୋର ୫ଟାରେ ଜଣେ ଅପରିଚିତା ମହିଳାଙ୍କୁ ୧୦୨ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) ଧକ୍କା ଦେଇଥିଲା। ତେବେ ଡ୍ରାଇଭର ଜଣକ ତରବରିଆ ଭାବେ ଆହତ ମହିଳାଙ୍କୁ ଗାଡ଼ିରେ ନେଇ କୁଆଡେ ଉଭାନ ହୋଇ ଯାଇଥିଲେ। ପ୍ରାୟ ୫୦୦ ମିଟର ଦୂରରେ କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବାବେଳେ ଡ୍ରାଇଭର ଅନ୍ୟତ୍ର ନେଇଯିବା ଘଟଣା ସନ୍ଦେହ ସୃଷ୍ଟି କରିଥିଲ। ତେବେ ମହିଳା ଜଣକ ମୃତା କି ଜୀବିତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷେ ଡ୍ରାଇଭର ବାରମ୍ବାର କଥା ବଦଳାଇବା ଘଟଣାକୁ ରହସ୍ୟମୟ କରିଛି। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ କଣ୍ଟିଲୋରେ ଚାପା ଉତ୍ତେଜନା ଦେଖାଦେଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସନ୍ତୋଷ ପଣ୍ଡା ଚଳାଉଥିବା ଜନନୀ ଏକ୍ସପ୍ରେସ ଦୁର୍ଘଟଣା ଘଟାଇଥିଲେ। ସନ୍ତୋଷ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ତାଙ୍କ କହିବା କଥା କୁହୁଡି ଯୋଗୁ ମହିଳାଙ୍କୁ ଜନନୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ତେବେ ଗୁରୁବାର କଣ୍ଟିଲୋ ଅଞ୍ଚଳରେ କୁହୁଡି ହୋଇ ନ ଥିଲା। ଆହତ ମହିଳାଙ୍କୁ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରେ ସେବାଶ୍ରମରେ ଛାଡିଥିଲେ ବୋଲି କହିଥିଲେ। ପରେ କିନ୍ତୁ କଥା ବଦଳାଇ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ସିଡିଏମଓଙ୍କ ପରାମର୍ଶ ଅନୁସାରେ କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସନ୍ତୋଷ କହିଥିଲେ। ଘଟଣା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ସିଡିଏମଓ ଶ୍ୱେତ ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କ ସୂଚନା ଅନୁସାରେ ସେ ଜନନୀ ଏକ୍ସପ୍ରେସ ଧକ୍କା ସମ୍ପର୍କରେ ଅବଗତ ନୁହନ୍ତି ବୋଲି କହିଥିଲେ, ଯାହାକି ଡ୍ରାଇଭରଙ୍କ ସୂଚନାକୁ ମିଥ୍ୟା ବୋଲି ପ୍ରମାଣ କରୁଛ। ତେବେ ଶୁକ୍ରବାର ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ସିଡିଏମଓ କହିଛନ୍ତି। ସୂଚନାଯୋଗ୍ୟ ଦୁର୍ଘଟଣାର ଶିକାର ହୋଇଥିବା ମହିଳା କିଛିଦିନ ହେବ କଣ୍ଟିଲୋ ଅଞ୍ଚଳରେ ଘୂରି ବୁଲୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?