ମହିଳାଙ୍କୁ ଧକ୍କାଦେଲା ଜନନୀ ଏକ୍ସପ୍ରେସ: ସିଡିଏମ୍‌ଓ କହିଲେ ତଦନ୍ତ କରି ନେବେ ପଦକ୍ଷେପ

ନୟାଗଡ ଅଫିସ/ଖଣ୍ଡପଡ଼ା,୨୧ା୨(ସ୍ବ.ପ୍ର.): ନୟାଗଡ଼ ଜିଲାର କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ଗୁରୁବାର ଭୋର ୫ଟାରେ ଜଣେ ଅପରିଚିତା ମହିଳାଙ୍କୁ ୧୦୨ ଆମ୍ବୁଲାନ୍ସ (ଜନନୀ ଏକ୍ସପ୍ରେସ) ଧକ୍କା ଦେଇଥିଲା। ତେବେ ଡ୍ରାଇଭର ଜଣକ ତରବରିଆ ଭାବେ ଆହତ ମହିଳାଙ୍କୁ ଗାଡ଼ିରେ ନେଇ କୁଆଡେ ଉଭାନ ହୋଇ ଯାଇଥିଲେ। ପ୍ରାୟ ୫୦୦ ମିଟର ଦୂରରେ କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବାବେଳେ ଡ୍ରାଇଭର ଅନ୍ୟତ୍ର ନେଇଯିବା ଘଟଣା ସନ୍ଦେହ ସୃଷ୍ଟି କରିଥିଲ। ତେବେ ମହିଳା ଜଣକ ମୃତା କି ଜୀବିତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷେ ଡ୍ରାଇଭର ବାରମ୍ବାର କଥା ବଦଳାଇବା ଘଟଣାକୁ ରହସ୍ୟମୟ କରିଛି। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ କଣ୍ଟିଲୋରେ ଚାପା ଉତ୍ତେଜନା ଦେଖାଦେଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସନ୍ତୋଷ ପଣ୍ଡା ଚଳାଉଥିବା ଜନନୀ ଏକ୍ସପ୍ରେସ ଦୁର୍ଘଟଣା ଘଟାଇଥିଲେ। ସନ୍ତୋଷ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ତାଙ୍କ କହିବା କଥା କୁହୁଡି ଯୋଗୁ ମହିଳାଙ୍କୁ ଜନନୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ତେବେ ଗୁରୁବାର କଣ୍ଟିଲୋ ଅଞ୍ଚଳରେ କୁହୁଡି ହୋଇ ନ ଥିଲା। ଆହତ ମହିଳାଙ୍କୁ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରେ ସେବାଶ୍ରମରେ ଛାଡିଥିଲେ ବୋଲି କହିଥିଲେ। ପରେ କିନ୍ତୁ କଥା ବଦଳାଇ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ସିଡିଏମଓଙ୍କ ପରାମର୍ଶ ଅନୁସାରେ କ୍ୟାପିଟାଲ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସନ୍ତୋଷ କହିଥିଲେ। ଘଟଣା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ସିଡିଏମଓ ଶ୍ୱେତ ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କ ସୂଚନା ଅନୁସାରେ ସେ ଜନନୀ ଏକ୍ସପ୍ରେସ ଧକ୍କା ସମ୍ପର୍କରେ ଅବଗତ ନୁହନ୍ତି ବୋଲି କହିଥିଲେ, ଯାହାକି ଡ୍ରାଇଭରଙ୍କ ସୂଚନାକୁ ମିଥ୍ୟା ବୋଲି ପ୍ରମାଣ କରୁଛ। ତେବେ ଶୁକ୍ରବାର ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ସିଡିଏମଓ କହିଛନ୍ତି। ସୂଚନାଯୋଗ୍ୟ ଦୁର୍ଘଟଣାର ଶିକାର ହୋଇଥିବା ମହିଳା କିଛିଦିନ ହେବ କଣ୍ଟିଲୋ ଅଞ୍ଚଳରେ ଘୂରି ବୁଲୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର...

୫ ବଛର ହେଲା ଖଟେ ପଡ଼ିଛନ୍‌ ଲମ୍ବୋଦର

ବିନିକା,୨୦।୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା କଲୋନୀ ପଡ଼ାର ଲମ୍ବୋଦର ବାଘ(୪୫)। ସେ ଅନେକ୍‌ ବଛର ହେଲା ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌।...

ଲାଞ୍ଜିଗଡ ବେଦାନ୍ତ ଚିକିତ୍ସାଳୟ ଦ୍ୱାରା ଟେଲିମେଡିସିନ ସେବା ଆରମ୍ଭ

ଲାଞ୍ଜିଗଡ,୨୩।୪(ଡି.ଏନ୍‌.ଏ):ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ନେଇ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ...

୨୮ ବର୍ଷରେ ଅଧୁରା

ଢେଙ୍କାନାଳ ଅଫିସ, ୨୮ା୪(ରତନ ନାୟାର): ଅନୁଗୋଳ ଜିଲା ବ୍ରାହ୍ମଣୀ ନଦୀରେ ୧୯୯୫ରେ ସମଲ ବ୍ୟାରେଜ ନିର୍ମାଣ ପରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲାର...

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ...

ଗଣେଶ ପୂଜାର ଅନ୍ତିମ ଦିନ, ଭସାଣି ଉତ୍ସବ ଲାଗି ଚଳଚଞ୍ଚଳ ତାଳଚେର

ତାଳଚେର,୧୪।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଗଣେଶ ପୂଜାର ଶନିବାର ଅନ୍ତିମ ଦିବସ। ଏହି ଉପଲକ୍ଷେ ସହରରେ ଭସାଣି ଉତ୍ସବ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ...

ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ମୃତ

ଖଲ୍ଲିକୋଟ,୨୦ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଞ୍ଚାୟତର କଣ୍ଡରାପଡ଼ା ଗ୍ରାମରେ ରବିବାର ସ୍ବାମୀଙ୍କ ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣ୍ଡରାପଡ଼ା ଗ୍ରାମର...

ପାଟ୍ରୋଲିଂ ସମୟରେ ଚୋରା ଗାଡ଼ି ଧରିଲା ପୋଲିସ

ଆଠଗଡ଼,୧୩।୩(ସ୍ବ.ପ୍ର.): ଚୋରଙ୍କୁ ଅଡୁଆ ଏବେ ପୋଲିସର ଚେକିଂ। ଏହାର ପ୍ରଭାବ ଆଠଗଡ଼ରେ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଏକ ଚାରିଚକିଆ ଚୋରା ଗାଡ଼ିକୁ ଦୁର୍ବୃତ୍ତମାନେ ଆଠଗଡ଼...

Advertisement
Archives

Model This Week