ମହିଳାଙ୍କୁ ଗଣବଳାତ୍କାର ଘଟଣା: ୩ ଅଭିଯୁକ୍ତ ଗିରଫ

ଜଳେଶ୍ୱର,୨୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଗଣବଳାତ୍କାର ଘଟଣାରେ ପୋଲିସ ଉଦାସୀନ ରହିଥିବା ଅଭିଯୋଗ ହୋଇଥିଲା। ପରେ ଗ୍ରାମବାସୀଙ୍କ ଚାପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି। ଉଲ୍ଲେଖନୀୟ ଯେ, ପୀଡ଼ିତା ମହିଳା ନିଜର ୪ ପିଲାଙ୍କ ସହ ବାପଘରେ ରହନ୍ତି। ଗତ ୧୭ ତାରିଖରେ ରାଇବଣିଆ ଅଞ୍ଚଳରେ ବାକିଥିବା ମଜୁରୀ ଟଙ୍କା ଆଣିବା ପାଇଁ ଜଣେ ପୁରୁଷ ବନ୍ଧୁଙ୍କ ସହ ସାଇକେଲରେ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ରାସ୍ତାରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ମହିଳାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁ ଜଣଙ୍କ ସାଇକେଲ ଛାଡ଼ି ପଳାଇ ଯାଇଥିଲେ। ମହିଳା ଜଣଙ୍କ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରି ତଳେ ପଡ଼ି ଯାଇଥିଲେ। ଯୁବକମାନେ ତାଙ୍କୁ ସେଠାରୁ ଟେକି ନେଇଯାଇ ଏକ ନିଛାଟିଆ ଜାଗାରେ ବଳାତ୍କାର କରିଥିଲେ। ଏକଥା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବେ ବୋଲି ସେମାନେ ମହିଳାଙ୍କୁ ଧମକ ଦେଇଥିଲେ। ପରେ ପୀଡ଼ିତା ମହିଳାଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା(ନଂ. ୫/୨୦) ରୁଜୁ କରିଥିଲା। ଗିରଫ ୩ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁପଙ୍କ ରିମାଣ୍ଡ ଅବଧି ଶେଷ: ସହଯୋଗ ନ କରି ପୋଲିସକୁ ଭୁଆଁ ବୁଲାଇଲେ

ଝାରସୁଗୁଡ଼ା ଅଫିସ,୨୩ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ଛତିଶଗଡ଼ ପୋଲିସ ଏବେ ଚିନ୍ତାରେ ପଡିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଓକିଲ ସଂଘର ଅର୍ଥନୈତିକ ଅବରୋଧ ଆରମ୍ଭ

ବରଗଡ ଅଫିସ, ୨୪।୯: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମଙ୍ଗଳବାରରୁ ଅର୍ଥନୈତିକ...

ଗଣେଶ ପୂଜା ଭୋଜି ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ

ନୀଳଗିରି,୩ା୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଉଁଶବଣିଆ ପ୍ରାଥମିକ ସ୍କୁଲରେ ଗଣେଶ ପୂଜା ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ...

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ...

ରାଶନ ବୋଝେଇ ପିକ୍‌ଅପ ଓଲଟିଲା

ପାଟପୁର,୩୦ା୪- ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ. ରାଜପଥ ପୋଡାମାରୀ ନିକଟସ୍ଥ କଂସାମାରୀ ଗ୍ରାମ ପାଖରେ ଗୁରୁବାର ଅପରାହ୍ନରେ ଏକ ରାଶନ ବୋଝେଇ ପିକ୍‌ଅପ (ନଂ.ଓଆର୍‌୦୭ୟୁ-୭୨୬୭) ଭ୍ୟାନ୍‌ର ଓଲଟି...

କେନ୍ଦୁଝରରେ ୪ ବର୍ଷରେ ଗଲାଣି ୨୬ ଜୀବନ

କେନ୍ଦୁଝର,୧ା୧୨ (ସ୍ବ.ପ୍ର.): ଦିନକୁ ଦିନ ଏଡ୍‌ସ ମାରାମତ୍କ ରୂପ ଧାରଣ କରୁଥିବାବେଳେ ଚିକିସତ୍ା ଅପେକ୍ଷା ଏଥିପ୍ରତି ସତର୍କତା ହେଲେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ।...

କୃଷକଙ୍କ ପାଇଁ ‘ସମୃଦ୍ଧି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ନୂଆ କୃଷି ନୀତି-୨୦୧୯ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ଏହି କୃଷି...

ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ...

Advertisement
Archives

Model This Week