ମହିଳାଙ୍କୁ ଆର୍ଥିକ ସ୍ବଚ୍ଛଳ କରୁଛି ମକାଚାଷ, ବିକ୍ରି

ନବରଙ୍ଗପୁର,୧୧।୧୧(ବି.ପ୍ର.):ମକା କିଣି ମହିଳା ଚାଷୀ ହୋଇଛନ୍ତି ସ୍ବାବଲମ୍ବୀ। ଲାଭାଂଶର ୨୫ ପ୍ରତିଶତ ସେମାନଙ୍କ ଭବିଷ୍ୟତକୁ ଆର୍ଥୀକ ସ୍ବଚ୍ଛଳ କରିଛି। ଜିଲାର ମିଶନ ଶକ୍ତି ଓ ଓରମାସ ଏଥିପ୍ରତି ଗୁରୁତ୍ୱ ଦେଇ ମହିଳାଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ପାଇଁ ଚେଷ୍ଟା ଜାରି ରଖିଛି। ଜିଲାର ଉମରକୋଟ ଓ ଝରିଗାଁ ଅଞ୍ଚଳରେ ୮ଟି ପ୍ରଡ୍ୟୁସର ଗ୍ରୁପ୍‌ ମକା କିଣି ବିଭିନ୍ନ ଜିଲାକୁ ପଠାଉଛନ୍ତି। ମକା କିଣିବା ପରେ ଚାଷୀ ୨୪ ଘଣ୍ଟା ମଧ୍ୟରେ ତାହାର ପ୍ରାପ୍ୟ ପାଇ ଯାଉଥିବାରୁ ଚାଷୀ ଓ ମହିଳାମାନେ ବେଶ ଖୁସି ରହିଛନ୍ତି।
ମହିଳା ଚାଷୀଙ୍କୁ ନେଇ ଜିଲାରେ ଗଠିତ ହୋଇଛି ୪୨ଟି ପ୍ରଡ୍ୟୁସର ଗ୍ରୁପ୍‌ । ସେମାନଙ୍କ ମଧ୍ୟରୁ ଉମରକୋଟ ଓ ଝରିଗାଁ ବ୍ଲକର ୮ଟି ପ୍ରଡ୍ୟୁସର ଗ୍ରୁପ୍‌ର ୩୮୦ ଜଣ ମହିଳା ନିଜେ ମକା ଚାଷ କରି ଲାଭ ପାଇବା ସହ ଅନ୍ୟ ଚାଷୀଙ୍କଠାରୁ ମଧ୍ୟ ମକା କିଣି ଟ୍ରକ ମାଧ୍ୟମରେ ବାହାରକୁ ପଠାଉଛନ୍ତି। ଜିଲାପାଳ କମଳ ଲୋଚନ ମିଶ୍ର ମିଶନ ଶକ୍ତି ଓ ଓରମାସ ପକ୍ଷରୁ ଏହା କିଭଳି ପରିଚଳିତ ହେଉଛି ଏ ନେଇ ନିୟମିତ ବ୍ୟବଧାନରେ ସମୀକ୍ଷା କରୁଛନ୍ତି। ଫାର୍ମର ପ୍ରଡ୍ୟୁସର ଗ୍ରୁପ୍‌ କମ୍ପାନୀ ଖୋଲାଯାଇଛି। ଏହା ମାଧ୍ୟମରେ ପ୍ରଡ୍ୟୁସର ଗ୍ରୁପ୍‌ର ମହିଳା ଚାଷୀମାନେ ମକା ସଂଗ୍ରହ କରିବା ସହ ଚାଷୀଙ୍କ ନିକଟରେ ପହଞ୍ଚତ୍ ମକାର ଆଦ୍ରତା ଯାଞ୍ଚ କରି ଉନ୍ନତମାନର ମକା କିଣୁଛନ୍ତି। ୧୪ ପ୍ରତିଶତ ଅଦ୍ରତା ଥିଲେ ତହା ବିକ୍ରୀ ଯୋଗ୍ୟ। କମ୍ପାନୀ ମାଧ୍ୟମରେ ଜୟପୁରସ୍ଥିତ ସାରଳା ଏଣ୍ଟରପ୍ରାଇଜେସ୍‌ ଜରିଆରେ ଅନୁଗୁଳର ସାହୁ ବ୍ରୟଲର ଓ ଢେଙ୍କାନାଳର ନଳିନୀ ବ୍ରୟଲରକୁ ଟ୍ରକ ମାଧ୍ୟମରେ ପଠାଉଛନ୍ତି। ସେହିଭଳି ଉମରକୋଟ ବୁର୍ଜା ଗାଁର ହରିୟମ ଟ୍ରେଡର୍ସ ଜରିଆରେ ପଶୁପତିକୁ ମକା ପଠାଯାଉଛି। ସରକାରୀ ଦର ୧୯୬୨ ଟଙ୍କା ରହିଥିବା ବେଳେ ୨୧୦୦ ଟଙ୍କାରେ ବର୍ତ୍ତମାନ ସୁଦ୍ଧା ୬ ହଜାର ମେଟ୍ରିକ ଟନ ମକା କିଣିଛନ୍ତି। ୯୦ ଲକ୍ଷ ୫୦ ହଜାରଟଙ୍କାର ମକା କିଣି ଚାଷୀ ଟଙ୍କା ପାଇ ସାରିଛନ୍ତି। ୨୦୨୧- ୨୨ ବର୍ଷରେ ୧ କୋଟି ୧୫ ଲକ୍ଷ ଟଙ୍କାର ମକା କିଣି ଉଦାହରଣ ସାଜିଥିଲେ ମହିଳା ଚାଷୀ ଓ ପ୍ରଡ୍ୟୁସର ଗ୍ରୁପ୍‌। ଜିଲାରେ ପ୍ରଡ୍ୟୁସର ଗ୍ରୁପ୍‌ମାନଙ୍କୁ ନେଇ ଏକ ଫାର୍ମର ପ୍ରଡ୍ୟୁସର ଗ୍ରୁପ୍‌ କମ୍ପାନୀ ଖୋଲା ଯାଇଛି । କମ୍ପାନୀ ଚାଷୀଙ୍କ ଘରକୁ ଟ୍ରକ ପହଞ୍ଚାଇ ମକା ଉଠାଉଛି। ଏହାର ୨୪ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଟଙ୍କା ଆସୁଛି। କମ୍ପାନୀ ଟ୍ରେଡର୍ସଙ୍କଠାରୁ ୭ରୁ ୧୦ ଦିନ ମଧ୍ୟରେ ଟଙ୍କା ପାଉଛି। କମ୍ପାନୀ ବିକ୍ରୀ ବଡାରେ ଯାହାରୋଜଗାର କରୁଛି ତାର ୨୫%ପ୍ରଡ୍ୟୁସର ଗ୍ରୁପ୍‌ ଲାଭାଂଶ ପାଉଛନ୍ତି। ପ୍ରଡ୍ୟୁସର ଗ୍ରୁପ୍‌ର ମହିଳାମାନେ ନିଜେ ଚାଷୀ ହୋଇଥିବାରୁ କମ୍ପାନୀ ପକ୍ଷରୁ ବିହନ ପାଇବା ପରେ ଚାଷ କାର୍ଯ୍ୟକରି ନିଜ ଖର୍ଚ୍ଚ ବାହାର କଲା ପରେ କୁଇଣ୍ଟାଲ ପିଛା ୬ ଶହ ଟଙ୍କା ଲାଭ ପାଉଛନ୍ତି। ଏହା ବ୍ୟତିତ ସରକାରୀ ନିର୍ଦ୍ଧାରିତ ଦରରୁ ଅଧିକ ମୂଲ୍ୟରେ ମକା ବିକ୍ରି କରି ଲାଭ ପାଉଛନ୍ତି। ଏହାକୁ ପରିଚାଳନା ଦାୟିତ୍ୱ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ. ଧନୁର୍ଯ୍ୟୟ ନାଇଡୁ, ନିର୍ଦ୍ଦେଶକ ତୁଳସୀ ସୋରୀ ଓ ଅଧ୍ୟକ୍ଷ ଆରତି ସମାଦାର ନେଇଛନ୍ତି। ଏହା ବ୍ୟତିତ ୧୦ ଜଣ ନିର୍ଦ୍ଦେଶକ ମଧ୍ୟରୁ ଉମରକୋଟର ଦୀପାଙ୍କର ମିସ୍ତ୍ରୀ ଓ ଝରିଗାଁର ମାଳତି ପାଙ୍ଗୀ ସକ୍ରୀୟ ଭାବେ କାର୍ଯ୍ୟ କରୁନ୍ତି। ଏନେଇ ମିଶନ ଶକ୍ତ ଓ ଓରମାସର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ.ଉମା ମହେଶ ପ୍ରଡ୍ୟୁସର ଗ୍ରୁପ୍‌ମାନେ କିଭଳି ମକା କିଣୁଛନ୍ତି ଓ ସଠିକ ଭାବେ ଟ୍ରେଡର୍ସମାନେ ଟଙ୍କା ପୈଠ କରୁଛନ୍ତିକି ନାହିଁ ସେ ବିଷୟରେ ମନଟରିଙ୍ଗ କରିବା ସହ ନିୟମିତ ବ୍ୟବଧାନରେ ପ୍ରଡ୍ୟୁସର ଗ୍ରୁପ୍‌ମାନଙ୍କ ସହ ବୈଠକ କରୁଛନ୍ତି। ଆଗକୁ ଆହୁରି କିଭଳି ରୋଜଗାର କ୍ଷମ ହୋଇ ପାରିବେ ସେ ନେଇ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?