ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାଲିଗୁଡା ବ୍ଲକରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଘଟଣା ପଦାକୁ ଆସିବା ପରେ କ.ନୂଆଗଁ। ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ୧୪ ଲକ୍ଷର ଦୁର୍ନୀତି ଲୋକାଲ ଅଡିଟ ପରେ ଏବେ କ.ନୂଆଗଁ। ବ୍ଲକର ମହାସିଙ୍ଗି ପଞ୍ଚାୟତରେ ପ୍ରାୟ ୨୯ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଛି । ମିଥ୍ୟା ବିଲ୍ ମାଧ୍ୟମରେ ୨୯ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାଯାଇଛି ।
ମହାସିଙ୍ଗି ପଞ୍ଚାୟତରେ ୨୦୧୬-୧୭ ଓ ୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥକମିଶନ ପକ୍ଷରୁ ଆସିଥିବା ଟଙ୍କାରେ ଏହି ଜାଲିଆତି କରାଯାଇଛି । ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ହଡ଼ପ ନେଇ ଲୋକାଲ ଅଡ଼ିଟ ଫଣ୍ଡରେ ପ୍ରକାଶ ପାଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଓ ସରପଞ୍ଚ ଏହି ମହା ଘୋଟାଲାରେ ସାମିଲ ଥିବା ନେଇ ଅଡ଼ିଟ୍ ରିପୋର୍ଟରେ ପ୍ରକାଶ ପାଇଛି। ବିଭିନ୍ନ ଚେକ ମାଧ୍ୟମରେ ଏହି ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଯାହା ପଞ୍ଚାୟତ କ୍ୟାସ ବୁକ୍ରେ ଉଲ୍ଲେଖ ନାହିଁ। କ୍ୟାସ ବୁକରେ ଲେଖା ନ ହୋଇ କିପରି ଏହି ଟଙ୍କାଙ୍କୁ ଚେକ ମାଧ୍ୟମରେ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ଟଙ୍କା ନିର୍ବାହି ଅଧିକାରୀମାନେ ପାଖରେ ରଖି ପଞ୍ଚାୟତରୁ ବଦଳି ପରେ ମଧ୍ୟ ଉପରିସ୍ଥ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରି ନାହାନ୍ତି । ଅର୍ଥ ଅତ୍ମସାତ କରା ଯାଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି।
ଏନେଇ ଅଡ଼ିଟ ସୁପରିଟେଣ୍ଡେଣ୍ଟ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ସମସ୍ତେ ଚାହିଁ ବସିଛନ୍ତି । ସେହିପରି ଗଞ୍ଜିବାଡ଼ି, କଞ୍ଜାମେଣ୍ଡି ପଞ୍ଚଚାୟତରେ ମଧ୍ୟ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ(ଡିପିଓ) କିଶୋର ଚନ୍ଦ୍ର ପାଢୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଆମେ ଜିଲାପାଳଙ୍କୁ ଅବଗତ କରିଛୁ। ଜିଲାପାଳଙ୍କ ସ୍ବତନ୍ତ୍ର ଅଡ଼ିଟ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।

ସ୍ତ୍ରୀଙ୍କ ବେକକୁ କଟୁରିରେ ହାଣିଲେ ସ୍ବାମୀ
ବାଲିଗୁଡ଼ା,୭ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ନିକଟସ୍ଥ ବୁହୁକିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକକୁ...

ଆସନ୍ନ ପ୍ରସବାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଫୁଲବାଣୀ ଅଫିସ,୧ା୯- ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର କକ୍ଷରେ ମୃତ୍ୟୁ ଘଟିଛି । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ...
ମହାରାଷ୍ଟ୍ରରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ
ଖଜୁରିପଡା,୧୨।୫(ଡି.ଏନ.ଏ.): କନ୍ଧମାଳ ଜିଲା ଖଜୁରିପଡା ଥାନା ଟିଟ୍ରାପଙ୍ଗା ପଞ୍ଚାୟତ ଭୁକ୍ତାକନାଡ଼ି ଗ୍ରାମର ବିନାୟକ କହଁରଙ୍କର ମହାରାଷ୍ଟ୍ରରେ ମୃତ୍ୟୁ ଘଟିିଥିଲା। ସୋମବାର ତାଙ୍କ ମୃତଦେହ ଗଁାକୁ ଆସିବା...

ପାଣି ପାଇଁ ରାଜପଥରେ ହାତୀପଲ, ଲୋକେ ଆତଙ୍କିତ
ଦାରିଙ୍ଗବାଡ଼ି,୫।୪(ଡି.ଏନ୍.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ...

କନ୍ଧମାଳରେ କରୋନା ଭୟ, ଚାଇନାରେ ରହି ଏମ୍ବିବିଏସ୍ କରୁଥିବା ଛାତ୍ର ଆକ୍ରାନ୍ତ ସନ୍ଦେହ
ଫୁଲବାଣୀ ଅଫିସ, ୩୧।୧: ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ। କେରଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ...

ଜୀବନ ଜୀବିକା ଆଗରେ ହାର୍ ମାନିଛି ଲକ୍ଡାଉନ
ଖଜୁରିପଡା,୬ା୫(ଡି.ଏନ.ଏ.)- ଜଙ୍ଗଲ ସୀମାବର୍ତ୍ତୀ ଜନଜାତି ଗରିବ ପରିବାରର ମହିଳାମାନେ ଦିନ ମଜୁରୀ ଠାରୁ ଆରମ୍ଭ କରି ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା...

ଖସୁଛି ପାରଦ, ବଢୁଛି ଶୀତ
ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ...

ଚାଷକାର୍ଯ୍ୟରୁ କଟକଣା ଉଠିବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ: ଦାରିଙ୍ଗବାଡ଼ିରେ ଚାଲିଛି ହଳଦୀ ଚାଷ
ଦାରିଙ୍ଗବାଡ଼ି,୧୮ା୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା ଅବଧି ବୃଦ୍ଧି ପାଇଛି ା ଆସନ୍ତା ମେ’୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିଥିବା ବେଳେ ସରକାର...