ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାଲିଗୁଡା ବ୍ଲକରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଘଟଣା ପଦାକୁ ଆସିବା ପରେ କ.ନୂଆଗଁ। ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ୧୪ ଲକ୍ଷର ଦୁର୍ନୀତି ଲୋକାଲ ଅଡିଟ ପରେ ଏବେ କ.ନୂଆଗଁ। ବ୍ଲକର ମହାସିଙ୍ଗି ପଞ୍ଚାୟତରେ ପ୍ରାୟ ୨୯ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଛି । ମିଥ୍ୟା ବିଲ୍ ମାଧ୍ୟମରେ ୨୯ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାଯାଇଛି ।
ମହାସିଙ୍ଗି ପଞ୍ଚାୟତରେ ୨୦୧୬-୧୭ ଓ ୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥକମିଶନ ପକ୍ଷରୁ ଆସିଥିବା ଟଙ୍କାରେ ଏହି ଜାଲିଆତି କରାଯାଇଛି । ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ହଡ଼ପ ନେଇ ଲୋକାଲ ଅଡ଼ିଟ ଫଣ୍ଡରେ ପ୍ରକାଶ ପାଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଓ ସରପଞ୍ଚ ଏହି ମହା ଘୋଟାଲାରେ ସାମିଲ ଥିବା ନେଇ ଅଡ଼ିଟ୍ ରିପୋର୍ଟରେ ପ୍ରକାଶ ପାଇଛି। ବିଭିନ୍ନ ଚେକ ମାଧ୍ୟମରେ ଏହି ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଯାହା ପଞ୍ଚାୟତ କ୍ୟାସ ବୁକ୍ରେ ଉଲ୍ଲେଖ ନାହିଁ। କ୍ୟାସ ବୁକରେ ଲେଖା ନ ହୋଇ କିପରି ଏହି ଟଙ୍କାଙ୍କୁ ଚେକ ମାଧ୍ୟମରେ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ଟଙ୍କା ନିର୍ବାହି ଅଧିକାରୀମାନେ ପାଖରେ ରଖି ପଞ୍ଚାୟତରୁ ବଦଳି ପରେ ମଧ୍ୟ ଉପରିସ୍ଥ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରି ନାହାନ୍ତି । ଅର୍ଥ ଅତ୍ମସାତ କରା ଯାଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି।
ଏନେଇ ଅଡ଼ିଟ ସୁପରିଟେଣ୍ଡେଣ୍ଟ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ସମସ୍ତେ ଚାହିଁ ବସିଛନ୍ତି । ସେହିପରି ଗଞ୍ଜିବାଡ଼ି, କଞ୍ଜାମେଣ୍ଡି ପଞ୍ଚଚାୟତରେ ମଧ୍ୟ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ(ଡିପିଓ) କିଶୋର ଚନ୍ଦ୍ର ପାଢୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଆମେ ଜିଲାପାଳଙ୍କୁ ଅବଗତ କରିଛୁ। ଜିଲାପାଳଙ୍କ ସ୍ବତନ୍ତ୍ର ଅଡ଼ିଟ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।
ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…
ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍ ମ୍ୟାପ୍’ ଦେଖି ଫସିଲା ଟ୍ରକ୍, ଅଟକି ରହିଛି ଶହ ଶହ…
ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…
ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି
ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…
ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି
ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…
ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …
ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…
Archives

