Posted inଜାତୀୟ

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଖଣ୍ଡପୀଠ ଏହା ଉପରେ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ମରାଠା କୋଟା ୨୦୧୮ ନଭେମ୍ବରରେ କାର୍ଯ୍ୟକାରୀ କରାଯାଇଥିଲା। ବମ୍ବେ ହାଇକୋର୍ଟ ଏହାକୁ କାଏମ ରଖିବା ସହ କାର୍ଯ୍ୟକାରୀ କରାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ।
ସର୍ବୋଚ୍ଚ ଅଦାଲତ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିବାରୁ ଏହା ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ କରିଛି। କୋଟା ସୁବିଧା ୨୦୧୮ ନଭେମ୍ବରରୁ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ନିଶାନ୍ତ କଟନେଶ୍ୱରକର କହିଛନ୍ତି। ଏହି କୋଟା ଆଇନର ସାମ୍ବିଧାନିକ ବୈଧତାକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ। ତେବେ ଏହି ସ୍ଥାନ ସଂରକ୍ଷଣ କେବଳ ମରାଠାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାକୁ ୨୦୧୪ରୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ୧୬ ପ୍ରତିଶତ ସଂରକ୍ଷଣ ଠିକ୍‌ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ସୁପାରିସ୍‌ ଅନୁଯାୟୀ ଏହାକୁ ୧୨ରୁ ୧୩ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବା ଆବଶ୍ୟକ ବୋଲି କହିଥିଲେ। କୋଟାର ସାମ୍ବିଧାନିକ ବୈଧତା ସମ୍ପର୍କିତ ହାଇକୋର୍ଟଙ୍କ ରାୟକୁ ଜେ. ଲକ୍ଷ୍ମଣ ରାଓ ପାଟିଲ ଚ୍ୟାଲେଞ୍ଜ କରିଥିଲେ।
୨୦୧୮ ନଭେମ୍ବର ୩୦ରେ ମହାରାଷ୍ଟ୍ର ବିଧାନସଭାରେ ମରାଠାମାନଙ୍କ ଲାଗି ୧୬ ପ୍ରତିଶତ ସଂରକ୍ଷଣ ସୁବିଧା ଦେବା ଲାଗି ବିଲ୍‌ ଗୃହୀତ ହୋଇଥିଲା। ସମ୍ବିଧାନର ୧୦୨ତମ ସଂଶୋଧନ ଅନୁଯାୟୀ ଯଦି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତୁତ ତାଲିକାରେ ସ୍ଥାନ ପାଇଥାଏ, ତେବେ ତାହାକୁ ସଂରକ୍ଷଣ ସୁବିଧା ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ମୂଳକ ଉଡ଼ାଣ ବେଳେ ଡିଆର୍‌ଡିଓର ରୁସ୍ତମ୍‌-୨ୟୁଏବି ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ,୧୭।୯: କର୍ନାଟକରେ ମଙ୍ଗଳବାର ସକାଳ ୬ଟା ସମୟରେ ଡିଆର୍‌ଡିଓର ରୁସ୍ତମ୍‌-୨ ୟୁଏବି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମାନବ ବିହୀନ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଉଥିବା ବେଳେ...

ମୋଦିଙ୍କ ସାତମନ୍ତ୍ରର ସପ୍ତପଦୀ: ଉଷୁମ ପାଣି-ହର୍ବାଲ ଚା କାଢ଼ା ପିଇବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।...

କଂଗ୍ରେସ ଦଖଲ କଲା ଭାନୁପ୍ରତାପପୁର ଆସନ

ରାୟପୁର,୮।୧୨: ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡଭି ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତମଙ୍କୁ...

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୫।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧...

ଗାଜିପୁର ସୀମାରେ ଚାଷୀଙ୍କୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ,୨୨।୮: ଦେଶରେ ବେକାରି ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଦରଦାମ ଆକାଶଛୁଆଁ ହୋଇଛି। ଏହାର ପ୍ରତିବାଦରେ ସୋମବାର ଦିଲ୍ଲୀର ଯନ୍ତରମନ୍ତରରେ ଭାରତୀୟ କିଷାନ ୟୁନିୟନ (ବିକେୟୁ)...

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର...

ପୂର୍ବତନ ମୁମ୍ବାଇ କମିଶନରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ମୁମ୍ବାଇ,୨୧।୩ : ନିକଟରେ ମୁମ୍ବାଇ କମିଶନର ପଦରୁ ବିଦା ହୋଇଥିଲା ପରମ ବୀର ସିଂଙ୍କ ବୟାନକୁ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ...

ଆସାମ ବନ୍ୟାରେ ୮ ମୃତ, ୨ ଲକ୍ଷ ପ୍ରଭାବିତ

ଗୁଆହାଟୀ,୧୮।୫: ପ୍ରାକ୍‌ ମୌସୁମୀ ବର୍ଷାରେ ଆସାମର ବିଭିନ୍ନ ନଦୀରେ ପ୍ରବଳ ବନ୍ୟା ଆସି ୨୪ ଜିଲା କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ବନ୍ୟା...

Advertisement
Archives

Model This Week