Posted inଜାତୀୟ

ମହାରାଷ୍ଟ୍ରରେ ଜଳ ତାଣ୍ଡବ:ବର୍ଷାବିତ୍ପାତରେ ୧୯ ମୃତ, ୧୧ ନିଖୋଜ

ପୁଣେ,୨୭।୯(ପି.ଟି.):ମହାରାଷ୍ଟ୍ରରେ ଲଗାଣବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣେ, ଜଲଗାଓଁ ଓ ନାଶିକ୍‌ରରେ କାନ୍ଥ ଭୁଶୁଡ଼ିଯିବା ସହ ଗଛ ଓ ବିଦ୍ୟୁତ୍‌ ପୋଲ ଉପୁଡ଼ିଯାଇଛି। ଏଥିଯୋଗୁ ୧୯ ଜଣଙ୍କ ପ୍ରାଣହାନି ଘଟିବା ସହ ୧୧ ନିଖୋଜ ହୋଇଯାଇଛନ୍ତି।
ମହାରାଷ୍ଟ୍ରର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ବୁଧବାର ମୁମ୍ବାଇ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଥିବା ଏକ ଦରଘାରେ ଲୋକେ ଶୋଇଥିବାବେଳେ ବନ୍ୟାପାଣି ମାଡ଼ିଆସିଥିଲା। ଏଥିରେ ୫ ଜଣ ଲୋକ ଭାସିଯାଇଛନ୍ତି। ପୁଣେର କେତେକ ସ୍ଥାନରେ ଦୁଇ ମହଲା ଉପରକୁ ପାଣି ଚଢ଼ିଯାଇଥିଲା। ଏହାବ୍ୟତୀତ ଅରଣ୍ୟେଶ୍ୱର ସମେତ ବିଭିନ୍ନ ସ୍ଥାନରେ ୫ ମହିଳାଙ୍କ ସହ ୧୨ ଜଣ ପ୍ରାଣ ହରାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ରଣପିସେ ସୂଚନା ଦେଇଛନ୍ତି। ନାଶିକ୍‌ର ଏକ ଗ୍ରାମରେ ଜଣେ ଅଟୋ ଡ୍ରାଇଭର ଶୋଇଥିବାବେଳେ ପାଣି ମାଡ଼ିଆସିବାରୁ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବୀସ ଏହାକୁ ନେଇ ଶୋକବ୍ୟକ୍ତ କରିବା ସହ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ୧୬ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ପୁଣେ ଓ ବାରାମତି ତହସିଲରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଯବାନଙ୍କୁ ମୁତୟନ କରାଯାଇଛି। ସେନା ପକ୍ଷରୁ ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଯବାନମାନେ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଜରୁରୀ ସାମଗ୍ରୀ ଯୋଗାଇଦେଉଛନ୍ତି। ଗୁରୁବାର ସକାଳେ ବର୍ଷା ଛାଡ଼ିଯାଇଥିଲେ ହେଁ ସହରର ଅନେକ ସ୍ଥାନରେ ପାଣି ଜମା ହୋଇରହିଛି। ଡେଙ୍ଗୁ ବ୍ୟାପିବାର ଆଶଙ୍କା ଥିବାରୁ ଗୁରୁବାର ସ୍କୁଲ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ପରେ ଜେଲ୍‌ରୁ ମୁକୁଳିଲେ ଅନିଲ ଦେଶମୁଖ

ମୁମ୍ବାଇ,୨୮।୧୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ଆର୍ଥର ରୋଡ ଜେଲରୁ ମୁକ୍ତ କରାଯାଇଛି। ବାହାରକୁ ଆସି ସେ ସମର୍ଥକଙ୍କୁ ହାତ ଯୋଡି ଅଭିବାଦନ...

ଇଡ଼ି ସତ୍ୟପାଠ ନେଇ ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌ଙ୍କ ପାଲଟା ଜବାବ: ସମସ୍ତ ସମ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଜବାବ...

ନାବାଳିକାଙ୍କୁ ୧୫ ଘଣ୍ଟା ଗଣବଳାତ୍କାର: ପୁରୁଷ ବନ୍ଧୁଙ୍କ ସହ ଧରାପଡ଼ିଲେ ୮ ଅଭିଯୁକ୍ତ

ମୁମ୍ବାଇ,୧୯।୧୨: ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଏକ ଜଜ୍ଜାଜନକ ଘଟଣା ଘଟିଛି। ଜଣେ ୧୬ ବର୍ଷୀୟା ବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୮ ଜଣ ବ୍ୟକ୍ତି...

ଆସାମରେ ବନ୍ୟାସ୍ଥିତି: ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୁଆହାଟୀ,୨୫।୬: ଆସାମରେ ବନ୍ୟାସ୍ଥିତି ଅଣାୟତ। ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଥିବା ବେଳେ ୨୮ ଜିଲାର ୩୩.୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।...

ମହାରାଷ୍ଟ୍ରରେ ବଢିବ ଲକ୍‌ଡାଉନ ଅବଧି !

ମୁମ୍ବାଇ,୩୦।୫: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ କରୋନାରେ...

ଭାରତରେ ଦେଢ଼ ଲକ୍ଷ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା: ମହାରାଷ୍ଟ୍ରରେ ୫୨ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଖୁବ୍‌ ଶୀଘ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବ। ମଙ୍ଗଳବାର ସୁଦ୍ଧା...

ନାବାଳିକା ବଳାତ୍କାରୀଙ୍କୁ ବାନ୍ଧିଲା ପୋଲିସ

ପଶ୍ଚିମବଙ୍ଗର,୧୮।୧୨: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି ବୋଲି...

ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ

କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

Advertisement
Archives

Model This Week