ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ସୃଷ୍ଟି ହେଉନି ହେନ୍ତାଳ ବଣ, ଚିନ୍ତାରେ ଉପକୂଳବାସୀ

କେନ୍ଦ୍ରାପଡା ଅଫିସ, ୨୯ା୧୦-୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୦ ବର୍ଷ ପୂରୁଛି। ମାତ୍ର ଏହାର କରାଳ ରୂପ ଲୋକଙ୍କ ମନରେ ଏବେ ବି ଜୀବିତ ହୋଇ ରହିଛି। ଏହି ସମୟରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମହାବାତ୍ୟା ତାଣ୍ଡବଲୀଳା ରଚିଥିଲା। ଏହି ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ଜିଲାର ୪୬୯ରୁ ଊର୍ଦ୍ଧ୍ୱ ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା। ମାତ୍ର ଏହାସତ୍ତ୍ୱେ ଊପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ହେନ୍ତାଳବଣ ସୃଷ୍ଟି ପାଇଁ କୌଣସି ଉଦ୍ୟମ ହେଉନାହିଁ। ବାଲିବନ୍ଧ ଓ ହେନ୍ତାଳବଣ ଅଭାବରୁ ସାତଭାୟାର କାହ୍ନୁପୁର ମୌଜା ୨୦୧୧ରୁ ଜିଲା ନକ୍ସାରୁ ଉଭାନ ହୋଇଯାଇଛି। ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶାସନ ପାଇଁ ଏବେ ଆହ୍ବାନ ସୃଷ୍ଟି କରିଛି।
୧୯୯୯ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ସହ ତୋଫାନ ସୃଷ୍ଟି ହୋଇ ମହାବାତ୍ୟାର ରୂପ ନେଇଥିଲା। ଏହି ମହାବାତ୍ୟାରେ ରାଜ୍ୟର ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ଓ ଲକ୍ଷାଧିକ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ କେନ୍ଦ୍ରାପଡା ଜିଲାରେ ୩୮୭ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ମାତ୍ର ଏହି ସଂଖ୍ୟା ୪୬୯ରୁ ଅଧିକ ହେବ ବୋଲି ମହାବାତ୍ୟା ପରେ କ୍ଷୟକ୍ଷତି ପୂରଣ ପାଇଁ ହୋଇଥିବା ଆବେଦନରୁ ଜଣାପଡିଛି।
ମହାବାତ୍ୟା ପରେ ଜିଲାର ୩୮ ଜଣଙ୍କ ଅଦ୍ୟାବଧି ପତ୍ତା ମିଳିନାହିଁ । ଏହାର ପ୍ରଭାବରେ ୧୮୦୩ ଜଣ ଗୁରୁତର ହୋଇଥିବା ବେଳେ ୩୦୦୦ରୁ ଊର୍ଦ୍ଧ୍ୱ ମାଛଧରା ଓ ଦେଶୀ ଡଙ୍ଗା ନିଖୋଜ ହୋଇଯାଇଥିଲା। ସେତେବେଳେ ୨,୯୭,୮୧୪ଟି ପରିବାରର ଘର ଭାଙ୍ଗିଯାଇଥିଲା ବୋଲି ଜିଲା ଜରୁରିକାଳୀନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୩,୭୨,୮୪,୦୦୦ ଟଙ୍କାର ଘରଭଙ୍ଗା ସହାୟତା ଯୋଗାଇ ଦିଆଯାଇଥିଲା । ମହାବାତ୍ୟା ପରଠୁ ସାମ୍ପ୍ରତିକ ସମୟରେ ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ବହୁ ଶିକ୍ଷା ମିଳିଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି ।କେନ୍ଦ୍ରାପଡା ଜିଲାର ସମୁଦ୍ର ତଟାଞ୍ଚଳରେ ଥିବା ଜିଲାର ୬୪ଟି ଗ୍ରାମକୁ ସୁନାମୀପ୍ରବଣ ଭାବେ ଚିହ୍ନଟ କରାଯାଇ ସେଠାରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ଗମନାଗମନ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏଥିସହ ଉକ୍ତ ଅଞ୍ଚଳରେ ବର୍ଷକୁ ୨ରୁ ଅଧିକ ଥର ସମୀକ୍ଷା କରାଯାଉଛି । ଏନେଇ ମକ୍‌ଡ୍ରିଲ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ଅପରପକ୍ଷେ ଜିଲାରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳ ଓ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକ ଏବେ ମରଣଯନ୍ତା ପାଲଟିଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଜିଲାର ୩୧୨ ବହୁମୁଖୀ ବାତ୍ୟା ଆଶୟସ୍ଥଳ ଅସୁରକ୍ଷିତ ଘୋଷଣା କରାଯାଇଛି । ଏହି ଆଶ୍ରୟସ୍ଥଳ ବ୍ୟବସ୍ଥା ହୋଇଥିବା ଜେନେରେଟର, କୁରାଢ଼ି, ରଶି ପରି ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ତଦାରଖ ହେଉନାହିଁ ବୋଲି ସେମାନେ କହିଛନ୍ତି।
ସେମାନେ କୁହନ୍ତି
ମହାବାତ୍ୟା ଛାଡ଼ିଗଲା ପରର ଦୃଶ୍ୟ ଆହୁରି ଭୟଙ୍କର ଥିଲା । ସରକାରୀ ସାହାଯ୍ୟ ଲୋକଙ୍କ ନିକଟରେ ପହଞ୍ଚିବାକୁ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା ା ମହାବାତ୍ୟାରୁ ବର୍ତ୍ତିଥିବା ଜିଲାବାସୀ ଝାଡ଼ାବାନ୍ତି ରୋଗର ସମ୍ମୁଖୀନ ହୋଇଥିଲେ। ଫସଲ ନଷ୍ଟ ଓ ବେଘର ହୋଇଥିବାରୁ ଖାଇବା ତ ଦୂରର କଥା ପିଇବା ପାଣି ଟୋପେ ପାଇଁ ଡହଳବିକଳ ହୋଇଥିଲେ । ଏହା ପ୍ରଭାବରେ ମହାକାଳପଡ଼ା ଓ ରାଜନଗର ସମୁଦ୍ର ତଟାଞ୍ଚଳର ବହୁ ଗ୍ରାମକୁ ସମୁଦ୍ର ଜୁଆର ପାଣି ପଶିଯାଇଥିଲା । ଚାଷଜମିରେ ଲୁଣାପାଣି ଓ ବାତ୍ୟାମାଡ଼ରେ ଫସଲ ଧ୍ୱଂସ ଯୋଗୁ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଦୋହଲି ଯାଇଥିଲା।
– ଗଣେଶ ଚନ୍ଦ୍ର ସାମଲ, ବୁଦ୍ଧିଜୀବୀ, କେନ୍ଦ୍ରାପଡା
ମହାବାତ୍ୟାରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଥିବା ବତିଘର, ହୁକିଟୋଲା, ରାଜନଗର ପେଣ୍ଠ, ସାତଭାୟା ଅନ୍ତର୍ଗତ ପଞ୍ଚବରାହୀ ମନ୍ଦିର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ମହାବାତ୍ୟାରେ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାପକ କ୍ଷତି ଘଟିଥିଲା । ମହାବାତ୍ୟା ପରେ ସମୁଦ୍ର ତଟାଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଇଥିଲେ ୨୦୧୧ରେ କାହ୍ନୁପୁର ମୌଜା ନିଶ୍ଚିହ୍ନ ହୋଇ ନ ଥାନ୍ତା । ହେନ୍ତାଳ ବଣ ସୃଷ୍ଟି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ
– ହେମନ୍ତ କୁମାର ରାଉତ, ପରିବେଶବିତ, ବାରହାପୁର, ରାଜନଗର
ବାତ୍ୟାର ବହୁ ପୂର୍ବରୁ ପାଣିପାଗ ବିଶେଷଜ୍ଞଙ୍କ ସତର୍କ ସୂଚନା ପ୍ରଦାନ ଏବେ ଆଶ୍ୱସ୍ତି ଆଣିଛି ା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲା ପ୍ରଶାସକଙ୍କୁ ସୁଯୋଗ ଦେଉଛି । ଗତ ୧୯୯୯ ମହାବାତ୍ୟା ସମୟରେ ଏପରି ଜ୍ଞାନକୌଶଳ ନ ଥିଲା ା ସଡ଼କ ଯୋଗାଯୋଗଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ କେନ୍ଦ୍ରାପଡା ଜିଲାରେ ମହାବାତ୍ୟା ବ୍ୟାପକ କ୍ଷତି ଘଟାଇଥିଲା। ଏବେ ଜିଲାର ଚିହ୍ନଟ ହୋଇଥିବା ସୁନାମୀପ୍ରବଣ ଗ୍ରାମଗୁଡିକରେ ହେନ୍ତାଳ ବନ ସୃଷ୍ଟି ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରିରହିଛି । ଏଥିସହ ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ନିୟମିତଭାବେ ତଦାରଖ କରାଯାଉଛି ା
– ଜିଲାପାଳ ସମର୍ଥ ବର୍ମା


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?