ମହାପ୍ରଭୁ ପରୀକ୍ଷା ନେଲେ: ଗଜପତି

ପୁରୀ ଅଫିସ, ୨୪ା୬: ଲକ୍‌ଡାଉନ କଟକଣା ଯୋଗୁ ସ୍ନାନବେଦିକୁ ଛେରା ପହଁରା କରିବାକୁ ଯାଇ ନ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ପୂର୍ଣ୍ଣିମାରେ ରଥରେ ଛେରାପହଁରା କରିଥିଲେ। ମାତ୍ର ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ଏବଂ ସମସ୍ତ କୋଭିଡ୍‌ କଟକଣା ପାଳନ କରି ମଙ୍ଗଳବାର ରଥଯାତ୍ରାରେ ସାମିଲ ହୋଇଥିଲେ ଗଜପତି ମହାରାଜା। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଯିବା ପରେ ତାମଯାନରେ ପହଞ୍ଚତ୍ଥିଲେ ଗଜପତି। ତିନିରଥରେ ଛେରାପହଁରା ସାରି ଫେରିବା ବେଳେ ରଥଯାତ୍ରାକୁ ନେଇ ଯେଉଁ ଆଇନଗତ ଲଢେଇ ଚାଲିଥିଲା ସେ ସମ୍ପର୍କରେ କହିଥିଲେ ମହାପ୍ରଭୁ ଆମର ପରୀକ୍ଷା ନେଲେ। କୌଣସି ପିଲା ସ୍କୁଲ କିମ୍ବା କଲେଜରେ ପଢୁଥିଲେ ତାଙ୍କୁ ମଝିରେ ମଝିରେ ପରୀକ୍ଷା ଦେବାକୁ ପଡ଼ିଥାଏ। କୋଭିଡ୍‌କୁ ନେଇ ଅକ୍ଷୟ ତୃତୀୟାଠାରୁ ଆଜି ପର୍ଯ୍ୟନ୍ତ ଯାହା ଘଟିଲା ତାହା ଥିଲା ଆମ ସମସ୍ତଙ୍କର ପରୀକ୍ଷାର ଦିବସ। ଏହି ପରୀକ୍ଷାର ସମୟ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ରହିଛି। ଏହା ଥିଲା ମହାପ୍ରଭୁଙ୍କ ଲୀଳା। ଆମେ ତାଙ୍କୁ ଭୁଲି ଯାଇଛୁ ନା ଅନ୍ତରରେ ରଖିଛୁ ସେଥିପାଇଁ ମଝିରେ ମଝିରେ ମହାପ୍ରଭୁ ଏହିଭଳି ପରୀକ୍ଷା ନେଉଛନ୍ତି। ତେବେ କୌଣସି ଗଜପତିଙ୍କର ଏଭଳି ଅନୁଭୂତି ହୋଇ ନ ଥିବ। ଏହା ଏକ ଐତିହାସିକ ଘଟଣା, ଇତିହାସ ସୃଷ୍ଟି ହେଲା। ସମସ୍ତ ଭକ୍ତ ଓ ସେବକଙ୍କ ଆନ୍ତରିକ ପ୍ରାର୍ଥନା ଶୁଣି ମହାପ୍ରଭୁ ବିଜେ କଲେ। ତାଙ୍କ ଯାତ୍ରା ସେ ହିଁ ଅନୁଷ୍ଠିତ କରେଇଲେ। ତେବେ ବର୍ତ୍ତମାନ ବିଶ୍ୱରେ ଯେଉଁପରି ଭାବେ ମହାମାରୀ କରୋନା ସମସ୍ତଙ୍କୁ ଦୁଃଖ ଓ କଷ୍ଟ ଦେଇଚାଲିଛି ଅତିଶୀଘ୍ର ମହାପ୍ରଭୁୁ ତା’ର ଶେଷ କରନ୍ତୁ ଏତିକି ପ୍ରାର୍ଥନା କରିବା। ସେହିପରି ଯିଏ ଯେଉଁଠି ଥାନ୍ତୁ ନା କାହିଁକି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କର ଯେଉଁ ଦର୍ଶନ ମିଳୁଛି ତାକୁ ବାସ୍ତବ ଦର୍ଶନ ଭାବି ଠାକୁରଙ୍କ କୃପା ଲାଭ କରନ୍ତୁ ବୋଲି କହିଛନ୍ତି ଗଜପତି। ଛେରାପହଁରା ଅନୁଭୂତି ଭାଷାରେ କହିହେବ ନାହିଁ। ସେହିପରି ଜଣେ ଆଦ୍ୟସେବକ ମହାପ୍ରଭୁଙ୍କର ରାଜସେବା, ରାଜନୀତି ଏବଂ ଛେରାପହଁରା କରୁଛନ୍ତି ଏବଂ ଆଉଜଣେ ଭକ୍ତ ବଡ଼ଦାଣ୍ଡରେ ଥାଇ ମହାପ୍ରଭୁଙ୍କୁ ଗୁହାରି ଜଣାଉଛନ୍ତି ବାସ୍ତବରେ ସେଥିରେ ତଫାତ୍‌ ନାହିଁ। ତଫାତ୍‌ ହେଉଛି ଭାବନାର। ଯଦି ଭାବନା ଏକ ତା’ହେଲେ ସେଥିରେ କୌଣସି ପାର୍ଥକ୍ୟ ନାହିଁ। ସେବା ଭିନ୍ନ ହେଲେ ବି ଅନ୍ତରର ଭାବନା ମହାପ୍ରଭୁ ଜାଣନ୍ତି। ଭକ୍ତ ବିନା ବଡ଼ଦାଣ୍ଡ ସେ ରଥଯାତ୍ରା ଭଳିଆ ଜଣାପଡେ ନାହିଁ। ମହାପ୍ରଭୁ ମଧ୍ୟ ରଥ ଉପରେ ବସି ତାଙ୍କ ଭକ୍ତଙ୍କୁ ଖୋଜୁଥିବେ। କିନ୍ତୁ ଆମେ ଯାହା ଦେଖୁଛୁ ମହାପ୍ରଭୁ କେବଳ ତାହା ଦେଖୁନାହାନ୍ତି। ସେ ତାଙ୍କ ଘରୁ ବଡ଼ଦାଣ୍ଡକୁ ବାହାରିଛନ୍ତି କେବଳ ବଡ଼ଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ହେଉଛନ୍ତି ଜଗତର ନାଥ। ତେଣୁ ସମସ୍ତ ଜଗତ ପାଇଁ ସେ ବାହାରିଛନ୍ତି । ସମଗ୍ର ସୃଷ୍ଟିରେ ଯେତିକି ପ୍ରାଣୀ ଅଛନ୍ତି ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେ ଶରୀରରେ ଥାନ୍ତୁ ବା ଅଶରୀରି ଥାନ୍ତୁ। ସେହିପରି ସମସ୍ତ କଟକଣାକୁ ମାନି ବଡ଼ଦାଣ୍ଡକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରି ନ ଥିବା ଭକ୍ତଙ୍କୁ ଗଜପତି ମହାରାଜା ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି।...

ଚାଷୀଙ୍କୁ ୪୫୦ କୋଟି କୃଷିଋଣ

କଟକ ଅଫିସ,୫ା୬: ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ୨୦୨୦ ଖରିଫ ଚାଷ ପାଇଁ କଟକ ଜିଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ...

ପଢ଼ୁଛନ୍ତି ୧୦ରୁ କମ୍‌ ଛାତ୍ରୀଛାତ୍ର: ବନ୍ଦ ହେବ କାକଟପୁର ବ୍ଲକର ୪, ଅସ୍ତରଙ୍ଗ ବ୍ଲକର ୩ ବିଦ୍ୟାଳୟ

କାକଟପୁର,୨୭।୬(ଡି.ଏନ୍‌.ଏ.): ପ୍ରାଥମିକ ବିଦ୍ୟାଳୟରେ ୧୦ରୁ କମ୍‌ ଛାତ୍ରୀଛାତ୍ର ପାଠ ପଢ଼ୁଥିଲେ, ଉକ୍ତ ବିଦ୍ୟାଳୟକୁ ବନ୍ଦ କରିଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବନ୍ଦ କରିଦିଆଯାଇଥିବା ବିଦ୍ୟାଳୟର ଛାତ୍ରୀଛାତ୍ର,...

ଆରମ୍ଭ ହେଲା ଟ୍ରେନ୍‌ ଟିକେଟ୍‌ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ବୁକ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍‌ ପହିଲାରୁ ଟ୍ରେନ୍‌ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ...

ଆଜିଠାରୁ ଡବଲ ହେଲ୍‌ମେଟ ଚେକିଂ

ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ପହିଲାରୁ ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯିବ। ଏ ନେଇ ଯାଞ୍ଚ କଡ଼ାକଡ଼ି କରାଯିବ। ଯେଉଁମାନେ ହେଲ୍‌ମେଟ...

ବାଟ ହୁଡ଼ିପାରେ ଖରିଫ ଚାଷ

ଖୋର୍ଦ୍ଧା ଅଫିସ, ୩।୮ଖୋର୍ଦ୍ଧା ଜିଲାରେ ପ୍ରାୟ ଦୁଇମାସ ହେଲା ବର୍ଷା ନାହିଁ। ଚାଷଜମି ଫାଟି ଆଁ କଲାଣି। ଏଥର ଖରିଫ ଚାଷ ବାଟ ହୁଡ଼ିପାରେ ବୋଲି...

ଅଧାରେ ଅଟକିଛି ପ୍ରକଳ୍ପ ପୁନରୁଦ୍ଧାର

କଣିହାଁ, ୯ା୭(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ କୁଳୁମା ପଞ୍ଚାୟତର କୁଳୁମା ଗ୍ରାମରେ ଥିବା ଦୁଇଟି କ୍ଷୁଦ୍ର ଜଳସଚନ ପ୍ରକଳ୍ପର ପୁନରୁଦ୍ଧାର ସମ୍ପୂର୍ଣ୍ଣ ହୋଇପାରୁ ନାହିଁ।...

ଭିମସାରରେ ୧୦୦ ଶଯ୍ୟା କୋଭିଡ ହସ୍ପିଟାଲ ହେବ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟ ସରକାର ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭିମସାର)ରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବାକୁ...

Advertisement

BGU

Archives

Model This Week

Why Dharitri