ମହାପ୍ରଭୁଙ୍କ ସେବାରେ ସାନପଦର ବୁଣାକାର: ପହଣ୍ଡି, ଅଣସର ଗାମୁଛା ପ୍ରସ୍ତୁତିରେ ଲାଗିଛନ୍ତି

ଖୋର୍ଦ୍ଧା ଅଫିସ,୨୪ା୫: ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ରଥକାମ ଅନୁକୂଳ ହୋଇଥିଲା। ୧୧ଦିନ ବିଳମ୍ବରେ ହେଲେ ମଧ୍ୟ ରଥକାମ ଆଗେଇ ଚାଲିଛି। ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ଅଣସର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଚାଲିଛି। ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଗାମୁଛା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ସାନପଦର ଗ୍ରାମର ବୁଣାକାର। ମା’ ଦୁର୍ଗା ଟେକ୍ସଟାଇଲ୍‌ ଆଣ୍ଡ ଡାଇଙ୍ଗ ଓ୍ବାର୍କସ୍‌ ବୁଣାକାର ସଂସ୍ଥାର ସ୍ବତ୍ୱାଧିକାରୀ ପ୍ରଭାସ ନାୟକଙ୍କ ତତ୍ତ୍ୱାବଧାନରେ ୧୬ଜଣ ବୁଣାକାର ଏହି କାର୍ଯ୍ୟରେ ଲାଗିଛନ୍ତି। ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଲାଗି ଗାମୁଛା ବୟନିକା ଯୋଗାଇଥାଏ। ଗତ ୨୦୧୮ ମସିହାରୁ ପ୍ରଭାସ ବୟାନିକା ଠାରୁ ଏହି ଅର୍ଡର ପାଇ ମହାପ୍ରଭୁଙ୍କ ଲାଗି ହାତ ତିଆରି ଗାମୁଛା ପ୍ରସ୍ତୁତି କରୁଛନ୍ତି। ସ୍ନାନଯାତ୍ରା ପୂର୍ବରୁ ବୟନିକାକୁ ଏହା ହସ୍ତାନ୍ତର କରିଥାନ୍ତି। ୭୦ପ୍ରତିଶତ କାର୍ଯ୍ୟ ସରିଲାଣି। ମେ’ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ପ୍ରଭାସ କହିଛନ୍ତି।

ସେବାରୁ ମିଳୁଛି ଆନନ୍ଦ
ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛି। ଏଭଳି ସେବା କରିବାର ସୁଯୋଗ ମିଳୁଥାଉ ବୋଲି ପ୍ରଭାସ କହିଛନ୍ତି। ଲକ୍‌ଡାଉନ୍‌ ଲାଗି ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଗୋଟିଏ ତନ୍ତ ଠାରୁ ଅନ୍ୟ ଏକ ତନ୍ତ ୨ଫୁଟ ବ୍ୟବଧାନ ରହିଛି। ବୁଣାକାରମାନେ ହାତ ସାନିଟାଇଜ ସହ ସଜାଗ ରହିଛନ୍ତି।
ବୟନିକା ଯୋଗାଏ କଞ୍ଚାମାଲ
ଅକ୍ଷୟ ତୃତୀୟାଠାରୁ କାମ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ବୟନିକା ଠାରୁ ଏପ୍ରିଲ ୧୮ ତାରିଖରେ ଅର୍ଡର ମିଳିଥିଲା। ଅର୍ଡର ପାଇବା ପରେ କାମ ଆରମ୍ଭ ହୋଇଥିଲା। ସୂତାଲୁଗା ପ୍ରସ୍ତୁତି ଲାଗି ବୟନିକା କଞ୍ଚାମାଲ ଯୋଗାଇଥାଏ। ଲକ୍‌ଡାଉନ୍‌ ଲାଗି କଞ୍ଚାମାଲ ଆଣିବାରେ ବିଳମ୍ବ ହୋଇଥିଲା। ସ୍ଥାନୀୟ ପୋଲିସ ଠାରୁ ଯାତାୟତ ଲାଗି ଅନୁମତି ମିଳିବା ପରେ କଞ୍ଚାମାଲ ଆଣି କାମ ଆରମ୍ଭ ହୋଇଛି।

ତ୍ୱରିତ ଗତିରେ ଚାଲିଛି କାମ
ମହାପ୍ରଭୁଙ୍କ ଅଣସର ଲାଗି ୧୮୫ଟି ୬ହାତି ଲମ୍ବର ଗାମୁଛା ଏବଂ ପହଣ୍ଡି ଲାଗିି ୧୮୫ଟି ୫ହାତି ଗାମୁଛା ବୁଣା ଚାଲିଛ। ପ୍ରଭୁଙ୍କ ଏହି ଗାମୁଛାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅଣସର ଗାମୁଛା ଧଳାରଙ୍ଗର ହୋଇଥିବା ବେଳେ କୁମ୍ଭପକା(ଡିଜାଇନ) ଥାଇ ପାଢିର ରଙ୍ଗ କମଳା ଏବଂ ପହଣ୍ଡି ଗାମୁଛାର ରଙ୍ଗ କମଳା ହୋଇଥିବା ବେଳେ କୁମ୍ଭ ଥାଇ ପାଢିର ରଙ୍ଗର ସବୁଜ ରଖାଯାଇଥାଏ ବୋଲି ପ୍ରଭାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ ରୋଗରେ ଗାଈ ମୃତ୍ୟୁ ଆଶଙ୍କା: ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ସନ୍ଦେହ

ଭଞ୍ଜନଗର,୧୬।୯(ଡି.ଏନ.ଏ): ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ବର୍ତ୍ତମାନ ଗୋରୁଙ୍କୁ ଚର୍ମ ରୋଗ ଲୁମ୍ପି ହେଉଛି । ଏଥିରେ ବହୁ ଗାଈ, ବାଛୁରୀ ମରିଯାଉଛନ୍ତି।...

ଜଙ୍ଗଲକୁ ଯାଇଥିଲେ ବ୍ୟକ୍ତି, ଘରକୁ ଫେରିଲା ମୃତଦେହ

କେନ୍ଦୁଝର,୯।୧୧(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ବାଲି ପୋଖରୀ ସଂରକ୍ଷିତ ଜଙ୍ଗଲରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ଜଳଧର...

ଅଭିଯୋଗ ସତ୍ତ୍ୱେ ଶୁଣିଲାନି ପ୍ରଶାସନ, ସରିଗଲା ସ୍କୁଲ ପାଚେରି କାମ

ରାଇଘର, ୧୩।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚେରି କାମ ନିମ୍ନମାନର ହୋଇଛି। କାମ ଚାଲିଥିବା ବେଳେ ବାରମ୍ବାର...

ପଞ୍ଚାୟତ ବୈଠକରୁ ମିଳିଲାନି ସୁଫଳ, ବିଷ ପିଇଲେ ସ୍ବାମୀ

ମାଲକାନଗିରି, ୨୩ା୫(ଡି.ଏନ.ଏ.): ବସିଲା ପଞ୍ଚାୟତ, ବିଷ ପିଇଲେ ସ୍ବାମୀ ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲା ଏମଭି -୯ ଗ୍ରାମରେ। ମୃତକ ହେଲେ ସଞ୍ଜିତ ହାଲଦାର।...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ସାଇକେଲ ରାଲି

ବଲାଙ୍ଗୀର ଅଫିସ,୧୭।୩: ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ବଲାଙ୍ଗୀର ପକ୍ଷରୁ ବୁଧବାର ସାଇକେଲ ଶୋଭାଯାତ୍ରା ଆୟୋଜନ ହୋଇଛି। ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରୁ ଆରମ୍ଭ ହୋଇଥିବା...

ବାହୁଦା ମୁହାଣରେ ହେଉ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର

ବ୍ରହ୍ମପୁର ଅଫିସ,୨୩।୧୧: ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ପାତି ସୁନାପୁର ଉପକୂଳ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପାଇଁ...

ଟ୍ରେନ୍‌ରେ କଟି ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା

କୁଆଁରମୁଣ୍ଡା,୨୬ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରେଳ ଷ୍ଟେଶନ ନିକଟସ୍ଥ କାଲୋସିହିରିଆ ରେଲଓ୍ବେ ବ୍ରିଜ୍‌ଠାରୁ ଶହେ ମିଟର ଦୂର ବୁଗଦା ପୁଲିଆ ନିକଟରେ ଥିବା ରେଳଧାରଣାର ଶନିବାର...

ଗଁ। ମଝି ଦେଇ ଯୋରରେ ମିଶୁଛି ଶୌଚାଳୟ ପାଣି:ତାତିଲେ ଲୋକେ, ଘେରିଲେ ନର୍ସିଂହୋମ

ଅନୁଗୋଳ ଅଫିସ, ୪।୬ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ନିକଟ ଗଁା ମଝି ଦେଇ ଛଡ଼ାଯାଉଥିବା ବେଳେ ତାହା ଲିଙ୍ଗରାଯୋଡ଼ି ଯୋରକୁ...

Advertisement
Archives

Model This Week