ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୯ା୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅବକାଶ ନୀତି ଶେଷ ହେବା ପରେ ଠାକୁରମାନଙ୍କ ବାଙ୍କଚୁଡ଼ା ବେଶ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପକାଯାଇଥିଲା। ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା। ଏକ ଛୋଟ ସ୍ବର୍ଣ୍ଣ କୀରିଟ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇଥିଲା। ଲକ୍ଷ୍ମୀ ନାରାୟଣ ବେଶରେ ବ୍ୟବହୃତ ହେଉଥିବା ଅଧିକାଂଶ ଅଳଙ୍କାର ଏହି ବେଶରେ ମହାପ୍ରଭୁ ଲାଗି ହୋଇଥିଲେ। ଏଥିସହ ଶ୍ରୀମନ୍ଦିରରେ ଗରୁଡ଼ ଉତ୍‌ଥାପନ ନୀତି ସମ୍ପନ୍ନ ହୋଇଛି। ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଥିବାବେଳେ ଶନିବାର ଦ୍ୱାଦଶୀରେ ଗରୁଡ଼ ନିଦ୍ରା ତ୍ୟାଗ କରିଛନ୍ତି। ରବିବାର ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ଚିନ୍ତା: ତାଲିମ ନେବେ ୧୬୨୦ ଆୟୁଷ ଡାକ୍ତର

ଭୁବନେଶ୍ୱର,୮।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ତାଲିମ ଦେଇ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ହୋମିଓପାଥିକ, ଆୟୁର୍ବେଦିକ, ଏଏନ୍‌ଏମ୍‌ଙ୍କୁ...

ବରୀ ବିଇଓଙ୍କ କାର୍ଯ୍ୟାଳୟରେ ବିଧାୟିକାଙ୍କ ସମୀକ୍ଷା ବୈଠକ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ବରୀ,୬।୧୨ (ସ୍ବ.ପ୍ର.)- ବରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ବିଧାୟିକା ସୁନନ୍ଦା ଦାସ ଏକ ସମୀକ୍ଷା ବୈଠକ କରିଛନ୍ତି। ବିଇଓ ଅଭୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ...

ଗାଁ ମାଟିରେ ପର୍ବତାରୋହୀ ଲିପିକାଙ୍କୁ ସମ୍ବର୍ଦ୍ଧନା

ବରଗଡ଼ ଅଫିସ,୧୩।୧୦: ଋଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁଶ୍‌କୁ ସଫଳତାର ସହିତ ଆରୋହଣ କରି ଶିଖରରେ ଦେଶ ମାତୃକାର ତ୍ରିରଙ୍ଗା ଉଡ଼ାଇବା ପରେ ପର୍ବତାରୋହୀ ଲିପିକା...

ଏମ୍‌କେସିଜିରେ ଅଘଟଣ: ଲେବର୍‌ ରୁମ୍‌କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି...

୪ ଦିନ ୧୦ ଜିଲାରେ ହିଟ୍‌ ୱେଭ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାରା ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ଖରା ତାତି। ଗତ ଦୁଇଦିନ ହେଲା ୪୫ ଡିଗ୍ରୀ ଉପରେ ପାରଦ ରହିଥିବାବେଳେ ରବିବାର ମଧ୍ୟ ୧୪ ସହରରେ...

CORONAVIRUS UPDATE: ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ, ଏଯାବତ୍‌ ମୋଟ୍‌ ଆରୋଗ୍ୟ ହେଲେଣି ୪,୧୨୩

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ବୁଧବାର ଅପରାହ୍ନରେ ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୧୨୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍‌ଘାଟିତ: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ସୋନପୁର, ୮।୧(ନି.ପ୍ର.): ସାଂସ୍କୃତିକ ଶୋଭାଯାତ୍ରା ଓ ଲୋକନୃତ୍ୟର ତାଳେ ତାଳେ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଲୋକ ବାଦ୍ୟ...

ପାଟଣାରେ ମୁସଲିମ ଭଉଣୀଭାଇଙ୍କ ଇଦ୍‌ ପର୍ବ ପାଳିତ

ପାଟଣା,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ବୁଧବାର ସଂଖ୍ୟାଲଘୁ ମୁସଲିମ ଭଉଣୀଭାଇଙ୍କୁ ନେଇ ଇଦ୍‌ ପର୍ବ ପାଳିତ ହୋଇଯାଇଛି। ଏକ ମାସ ଧରି ଚାଲିଥିବା ଏହି...

Coronavirus Update


Archives

Model This Week

Why Dharitri