ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଏବଂ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ତେତିଶି କୋଟି ଦେବଦେବୀଙ୍କ ସମେତ ଗନ୍ଧର୍ବ, କିନ୍ନର, ଦକ୍ଷ, ରକ୍ଷ, ଭୂତ, ପ୍ରେତ, ଚଣ୍ଡୀ ଚାମୁଣ୍ଡା ରଥରେ ଅଧିଷ୍ଠିତ ପାଶର୍‌ବ ଦେବଦେବୀ ପ୍ରଭୃତି ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ପ୍ରଦାନ କରାଯାଇଥାଏ। ଏମାନେ ରଥରେ ଅଦୃଶ୍ୟ ଭାବେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଧର ପଣା ସେବନ ପୂର୍ବକ ଆତ୍ମସନ୍ତୋଷ ଲାଭ କରି ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ନୀତିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରଚୁମ୍ବିତ ହେଲାପରି ତିନୋଟି ଲେଖାଏ ମାଟିହାଣ୍ଡି ରଖାଯାଏ। ଏଗୁଡ଼ିିକୁ କୁମ୍ଭାର ସେବକମାନେ ତିଆରି କରିଥାନ୍ତି। ତିନିରଥରେ ୩ଟି ହିସାବରେ ୯ଟି ହାଣ୍ଡି ଆବଶ୍ୟକ ପଡ଼େ। ତେବେ କୁମ୍ଭକାରଙ୍କ ପକ୍ଷରୁ ଗୋଟିଏ ଅଧିକ ହାଣ୍ଡି ନିର୍ମାଣ କରାଯାଇଥାଏ। ୧୦ଟି ହାଣ୍ଡି ରଥ ନିକଟରେ ରଖାଯାଇଥାଏ। ଯଦି କୌଣସି ହାଣ୍ଡିରେ ତ୍ରୁଟି ଦେଖାଦିଏ ତତ୍‌କ୍ଷଣାତ୍‌ ତାହାକୁ ବଦଳାଇ ଦିଆଯାଏ। ତେବେ ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ଅଧରପଣା ନୀତିରେ ମଧ୍ୟ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ନୀତି ନିମନ୍ତେ ହାଣ୍ଡି ଯୋଗାଇ ଦିଆଯାଇଥାଏ। ହାଣ୍ଡିଗୁଡ଼ିକ ଶ୍ରୀବିଗ୍ରହମାନଙ୍କ ଅଧର ଛୁଇଁଁବା ପର୍ଯ୍ୟନ୍ତ ଉଚ୍ଚର ହୋଇଥାଏ। ତେଣୁ ହାଣ୍ଡିଗୁଡ଼ିକୁ ଅଧର ହାଣ୍ଡି ବୋଲି କୁହାଯାଏ। ଅଧର ହାଣ୍ଡି ନିର୍ମାଣ କରୁଥିବା କୁମ୍ଭକାର ସେବକ ଅଜୟ କୁମାର ବିଶୋଇ କହିଛନ୍ତି, କୁମ୍ଭକାର ସେବକମାନେ ଶୁଦ୍ଧପୂତ ଭାବେ ଅକ୍ଷୟତୃତୀୟା ତିଥିରେ ଅଧରହାଣ୍ଡି ନିର୍ମାଣ ଆରମ୍ଭ କରିଥାନ୍ତି। ଏଥିପାଇଁ ୫ବସ୍ତା ମାଟି ଓ ୨ବସ୍ତା ବାଲି ଆବଶ୍ୟକ ହୋଇଥାଏ। ପ୍ରଥମେ ବାଲି ଓ ମାଟିକୁ ଉପଯୁକ୍ତ ପରିମାଣର ମିଶ୍ରଣ କରାଯାଇ ହାଣ୍ଡି ପାଇଁ ମାଟି ପ୍ରସ୍ତୁତ କରାଯାଏ। ପରେ ଉକ୍ତ ମାଟିକୁ ଚକରେ ପକାଯାଇ ଅଧର ହାଣ୍ଡି ଗଢ଼ାଯାଏ। ହାଣ୍ଡି ତିଆରି ପରେ ଖରାରେ ଶୁଖାଯାଏ। ଶୁଖିଯିବା ପରେ ହାଣ୍ଡିକୁ ଭାଟିରେ ପକାଯାଇ ପୋଡ଼ାଯାଏ। ଏହା ପରେ ଅଧର ହାଣ୍ଡି ପ୍ରସ୍ତୁତ ହୋଇଥାଏ। ହାଣ୍ଡିଗୁଡ଼ିିକର ଉଚ୍ଚତା ପ୍ରାୟ ସାଢେ ୪ଫୁଟରୁ ୫ ଫୁଟ ରହିଥାଏ। ସେହିପରି ଓସାର ୫ ଫୁଟ ୮ ଇଞ୍ଚ ହୋଇଥାଏ। ଅଧର ହାଣ୍ଡି ସହ ପାଣି ବୋହିବା ପାଇଁ ୩୦ଟି ଦାସିଆ ହାଣ୍ଡି ଓ ୫୦ଟି ଠେକ ହାଣ୍ଡି ଯୋଗାଇ ଦିଆଯାଏ। ଏହି ସେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭକାରମାନଙ୍କୁ ଖେଇ ଦିଆଯାଏ। ମହାପ୍ରଭୁଙ୍କ କାମ କରିବାର ସୁଯୋଗ ମିଳିଥିବାରୁ କୁମ୍ଭକାର ସେବକମାନେ ନିଜକୁ ଧନ୍ୟ ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ସ୍କୁଲ ବସ୍‌ ଜବତ

ଆନନ୍ଦପୁର,୨୪।୬(ସ୍ବ.ପ୍ର.): କ୍ଷମତାଠାରୁ ଅଧିକ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଦୁଇଟି ସ୍କୁଲ ବସ୍‌କୁ ଘସିପୁରା ପୋଲିସ ଜବତ କରିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ...

‘ଫୋନ୍‌ପେ’ରେ ଲାଞ୍ଚ ନେଇ ଟିପିସିଓଡିଏଲ୍‌ କର୍ମଚାରୀ ଗିରଫ 

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କ ପାଖରୁ ‘ଫୋନ୍‌ପେ’ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଦ୍ୟୁତ୍‌ ବିତରଣ ସଂସ୍ଥା ଟିପିସିଓଡିଏଲ୍‌ର ଜଣେ କର୍ମଚାରୀ ଭିଜିଲାନ୍ସ ଦ୍ୱାରା...

ରାଜସ୍ବ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ୨ ଭାଇ ଗିରଫ

ପୁରୁଷୋତ୍ତମପୁର,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲି ମାଫିଆମାନେ ଦିନକୁ ଦିନ ସେମାନଙ୍କ ପତିଆରା ବିସ୍ତାର କରି ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରି...

ଅନାଥ, ଅବହେଳିତ ଶିଶୁଙ୍କ ଯତ୍ନ ନିଅ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଅନାଥ, ଅବହେଳିତ ଏବଂ ଯେଉଁ ପିଲାମାନଙ୍କ ମାତାପିତା କୋଭିଡ୍‌ କେୟାର ସେଣ୍ଟର(ସିସିସି)ରେ ଚିକିତ୍ସିତ ହେଉଛନ୍ତି, ସେହି ପିଲାମାନଙ୍କ ଉପଯୁକ୍ତ ଯତ୍ନ ନେବା ଲାଗି...

ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଏଣିକି କଲେଜରେ ନାମଲେଖା ପାଇଁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରୀୟ...

ଭାଜପାର ଜିଦ୍‌ ପରେ ନବୀନ ନିବାସ ବାହାରକୁ ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ନିବାସରୁ ବାହାରକୁ ଆସି ଆନ୍ଦୋଳନରତ ଭାଜପା ସଦସ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳର ନେତା ନବୀନ ପଟ୍ଟନାୟକ। ସେ ଧାରଣାସ୍ଥଳରେ ପହଞ୍ଚି ବିଧାୟକମାନଙ୍କ...

ଦଧିବାମନଜୀଉଙ୍କ ଦେବସ୍ନାନ ନୀତି

ଆନନ୍ଦପୁର,୧୭।୬(ସ୍ବ.ପ୍ର.): ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସ୍ନାନପୂର୍ଣ୍ଣିମା ନୀତି ମହା ଆଡମ୍ବରରେ ପାଳନ ହେଉଛି। ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଆନନ୍ଦପୁରର...

ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭଦ୍ରକ ଅଫିସ,୨୮।୧୦: ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ି ପ୍ରାୟ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ...

Advertisement
Archives

Model This Week