ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ ସେଥିରୁ ମାଈ ୪ଟି, ପୁରୁଷ ୩ଟି ଓ ଛୁଆହାତୀ ୪ଟି ଅଛନ୍ତି। ହାତୀପଲ ଆଠଗଡ ଜଙ୍ଗଲରୁ ମେଘା ନିକଟବର୍ତ୍ତୀ ଶୁକାସନ ଜଙ୍ଗଲଦେଇ ଚନ୍ଦକା- ଡମପଡା ହସ୍ତୀ ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବାବେଳେ ଅଧା ନଈରେ ଥିବା ଏକ ପଠାରେ ଅଟକି ଯାଇଛନ୍ତି। ସକାଳ ହେବାପରେ ହାତୀଗୁଡିକ ପଠା ମଧ୍ୟରେ ଥିବା ବଡ ବଡ ଗଛ ତଳେ ରହିଥିବାର ଲୋକେ ଦେଖିଥିଲେ। ହାତୀମାନେ ରାତ୍ର ସମୟରେ ଜଙ୍ଗଲ ପରିବର୍ତ୍ତନ କରୁଥିବାରୁ ସକାଳ ଓ ଦିନର ଅଧିକ ଖରା ପାଇଁ ହାତୀପଲ ସେହି ଗଛ ମୂଳେ ହିଁ ଆଶ୍ରୟ ନେଇଥିଲେ। ଅନ୍ୟପଟେ ହାତୀ ଥିବା ଖବର ଶୁଣି ଲୋକମାନଙ୍କ ଭିଡ ହେଉଥିବାରୁ ହାତୀମାନେ ଆସୁ ନ ଥିବାର ଅନ୍ୟ ଏକ କାରଣ ହୋଇପାରେ। ପରେ ଡମପଡ଼ା ବନ ବିଭାଗର ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତି, ଭଗିପୁର ସେକ୍ସନର ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର ଓ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ହାତୀମାନଙ୍କ ଉପରେ ଗତିବିଧି ଲକ୍ଷ୍ୟ କରିବା ପାଇଁ ଦୁଇଟି ଟିମ ଗଠନ କରିଛନ୍ତି। ଗୋଟିଏ ଟିମ ମୁଣ୍ଡଳି ନିକଟବର୍ତ୍ତୀ ନୁଆସାହିଠାରେ ଜଗିରହିଥିବା ବେଳେ ଭଗିପୁରରେ ଅନ୍ୟ ଟିମ ହାତୀପଲର ଗତିବିଧି ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ନଜର ରଖିଛନ୍ତି। ସନ୍ଧ୍ୟା ହେଲେ ଏହି ହାତୀମାନେ ଚନ୍ଦକା-ଡମପଡା ଅଭୟାରଣ୍ୟ ଅଭିମୁଖେ ପଠାଯିବା ପାଇଁ ଉଦ୍ୟମ କରାଯିବ ବୋଲି ବନ ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳକା କୋଭାକ୍ସିନ ବ୍ୟବହାର ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା...

ଛେଣ୍ଡିପଦା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଥାନାର ନୂତନ ଅଧିକାରୀ ଭାବେ ଇନସ୍ପେକ୍ଟର ସତ୍ୟବ୍ରତ ରାଉତ ଗୁରୁବାର ଯୋଗଦାନ କରିବା ସହ କାର୍ଯ୍ୟଭାର...

ଝିଅକୁ କଚାଡି ମାରିଦେବାକୁ ବସିଥିଲା ବାପା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ନିଶା ସେବନ କରି ପରିବାର ଲୋକଙ୍କୁ ଗାଳି ଦେବା ସହ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ବାମମ୍ବାର କ୍ଷମା ମାଗି ମଧ୍ୟ ପୁନର୍ବାର ସେହି କାମ...

ଯସ୍ମିତା, ସରୋଜିନୀ ବିଜୟୀ

ବଅଁରପାଳ/ କଣିହାଁ,୨୯।୫(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ କେରେଜଙ୍ଗ ପଞ୍ଚାୟତରେ ଶୁକ୍ରବାର ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଭ୍ୟ ଭାବେ...

ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.): ମୋବାଇଲରେ ଗେମ୍‌ ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଆହତ ହୋଇଛନ୍ତି ଜଣେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ଥାନା ଝାଟି...

ସରକାରୀ ଚାଉଳ ଜବତ ଘଟଣା:କ୍ଲିନଚିଟ୍‌ ଦେଲା ଯାଞ୍ଚ କମିଟି

ତିହିଡି,୯।୧(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବଜାରରୁ ୧୨୦ କୁଇଣ୍ଟାଲ ସରକାରୀ ଚାଉଳ ଜବତ ଘଟଣାର ତଦନ୍ତ ପରେ ଯାଞ୍ଚ କମିଟି କ୍ଲିନଚିଟ୍‌ ଦେଇଛି। ଗୁରୁବାର ପୂର୍ବାହ୍ନ...

ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ କରୋନା ପଜିଟିଭ୍‌

ନୟାଗଡ଼ ଅଫିସ,୯।୬: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ...

Advertisement
Archives

Model This Week