ମହଙ୍ଗା ହେବ ମୋବାଇଲ ହ୍ୟାଣ୍ଡସେଟ୍‌

ନୂଆଦିଲ୍ଲୀ,୧୫।୩: ଶନିବାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋବାଇଲ ଫୋନ୍‌ ଉପରେ ଜିଏସ୍‌ଟି ୧୨%ରୁ ୧୮%କୁ ବୃଦ୍ଧି ଘଟିଛି। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ମୋବାଇଲ ହ୍ୟାଣ୍ଡସେଟ୍‌ ଦାମ୍‌ ମହଙ୍ଗା ହେବ ବୋଲି ଜଣାପଡ଼ିଛି।
ସେହିଭଳି ଏୟାରକ୍ରାଫ୍ଟ ଲାଗି ମେଣ୍ଟେନାନ୍ସ ରିପେୟାର ଓଭରହଲ (ଏମ୍‌ଆର୍‌ଓ) ଲାଗି ଜିଏସ୍‌ଟି ୧୨%ରୁ ୫%କୁ ଖସିଛି। ଏହାବାଦ ହାତ ଏବଂ ମେଶିନରେ ପ୍ରସ୍ତୁତ ହେଉଥିବା ଦିଆସିଲି କାଠି ଉପରେ ୧୨% ଟିକସ ଧାର୍ଯ୍ୟ ହୋଇଛି। ଆର୍ଥତ୍କ ବର୍ଷ ୨୦୧୮ ଏବଂ ୨୦୧୯ରେ ୨ କୋଟିରୁ କମ୍‌ କାରବାର କରୁଥିବା ସଂସ୍ଥାଗୁଡିକ ପାଇଁ ବାର୍ଷିକ ରିଟର୍ନ ଫାଇଲରେ ବିଳମ୍ବ କ୍ଷେତ୍ରରେ ଲାଗୁଥିବା ଜରିମାନାକୁ ମଧ୍ୟ ଛାଡ଼ କରାଯାଇଛି। ଏହାଦ୍ୱାରା କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହୋଇପାରିବେ।
ଜୁଲାଇ ପହିଲାଠାରୁ ଜିଏସ୍‌ଟି ଦେୟ ବିଳମ୍ବ କ୍ଷେତ୍ରରେ ନେଟ୍‌ ଟାକ୍ସ ଲାୟାବିଲିଟି ଉପରେ ସୁଧ ଲାଗିବ ବୋଲି ସୀତାରାମନ କହିଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଚଳିତ ଥର ଜିଏସ୍‌ଟି ପରିଷଦ ବୈଠକରେ ଆଲୋଚନା କରାଯାଇଛି। ଜିଏସ୍‌ଟି ନେଟ୍‌ଓ୍ବର୍କ ହାର୍ଡଓ୍ବେରର କ୍ଷମତା ବୃଦ୍ଧି କରିବା ଲାଗି ଇନ୍‌ଫୋସିସ୍‌କୁ କୁହାଯାଇଥିବା ସୀତାରାମନ ମତ ଦେଇଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କ କିଭଳି ଆହୁରି ୟୁଜର ଉପଯୋଗୀ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ହୋଇଛି। ଜୁଲାଇ ୨୦୨୦ ସୁଦ୍ଧା ଏକ ଉନ୍ନତ ଜିଏସ୍‌ଟିଏନ୍‌ ପ୍ରଦାନ କରିବାକୁ ଇନ୍‌ଫୋସିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଇନ୍‌ଫୋସିସ୍‌ ଜିଏସ୍‌ଟିଏନ୍‌କୁ ଡିଜାଇନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ, ୧୫ା୫ (ପି.ଟି.)-ମୁମ୍ବାଇ ଟି୨୦ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବାବେଳେ ତାଙ୍କ ଦଳ  ଆକାଶ ଟାଇଗର୍ସ ମୁମ୍ବାଇ...

ହିନ୍ଦୁଜା ପରିବାରରେ ସମ୍ପତ୍ତି ବିବାଦ; କ’ଣ ରହିଛି କାରଣ

ନୂଆଦିଲ୍ଲୀ,୨୫।୬ : ବ୍ରିଟେନର ହିନ୍ଦୁଜା ଗ୍ରୁପ୍‌ର ଜଡ଼ିତ ଭାଇଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଦେଖାଯାଇଛି। ଏହି ବିବାଦ ବର୍ତ୍ତମାନ ବ୍ରିଟେନର ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି।...

‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ଯୋଗାଣକାରୀ...

୨.୫ ଲକ୍ଷ ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ସରକାର ଭାରତନେଟ୍‌ ପ୍ରକଳ୍ପ ଲାଗି ଅଦ୍ୟାବଧି ୨୦,୪୩୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଅର୍ଥ ବ୍ୟୟ କରି ଦେଶର ୨.୫ ଲକ୍ଷ...

ନିର୍ମଳାଙ୍କ ଜବାବ ରଖିଲେ ରାଜନ

ନୂଆଦିଲ୍ଲୀ,୧-୧୧: ରଘୁରାମ ରାଜନ ଏବଂ ମନମୋହନ ସିଂଙ୍କ ସମୟ ଭାରତୀୟ ବ୍ୟାଙ୍କିଙ୍ଗ ଶିଳ୍ପ ଲାଗି ସଙ୍କଟ ସମୟ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କିଛିଦିନ...

ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି।...

ତନିଷ୍କର ଗ୍ରେଟ୍‌ ଡାଇମଣ୍ଡ ସେଲ୍‌

ଭୁବନେଶ୍ୱର,୩-୮: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ‘ଦି ଗ୍ରେଟ ଡାଇମଣ୍ଡ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ତନିଷ୍କ ହୀରା ଗହଣା ଉପରେ...

ମାନ୍ଦାବସ୍ଥା ଦୂର ଲାଗି ଉପାୟ ଦେଲା ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୩-୯: ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ଦେଶର ଶିଳ୍ପ ଜଗତ ପକ୍ଷରୁ ବିଭିନ୍ନ ଉପାୟ ଦିଆଯାଇଛି। ଇଣ୍ଡିଆ ଟୁଡେ...

Advertisement
Archives

Model This Week