Posted inଜାତୀୟ

ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍‌ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଭିନ୍ନ ସ୍ଥାନରେ ୨୨ ଟଙ୍କାରେ ପିଆଜ ଯୋଗାଇବା ଜାରି ରଖିଛନ୍ତି। ୧୯୯୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜଙ୍କ ସମୟରେ ପିଆଜ ଦର ବଢ଼ିଥିଲା। ଏହାକୁ ରୋକିବାରେ ସେତେବେଳେର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ଅସମର୍ଥ ହୋଇଥିଲେ। ଏହାର ଠିକ୍‌ ପରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀର ଡୋର ଧରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶୀଲା ଦୀକ୍ଷୀତ ଦାୟିତ୍ୱ ସମ୍ଭାଳିଥିଲେ। ୧୫ ବର୍ଷ ପରେ ୨୦୧୩ରେ ପୁଣିଥରେ ପିଆଜ ମହଙ୍ଗା ହୋଇଥିଲା। ଏହାଯୋଗୁ ଶୀଲା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏବେ ୬ ବର୍ଷ ପରେ ପିଆଜ ଦର ଆକାଶ ଛୁଇଁଛି। ତେଣୁ କେଜ୍ରିଓ୍ବାଲ ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଦାଖରେ ପୁଣି ଭାରତୀୟ ଯବାନ-ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୧୨।୯: ଲଦାଖରେ ପୁଣିଥରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ପୋଙ୍ଗା ହ୍ରଦର ଉତ୍ତର ପାର୍ଶ୍ୱରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ...

କରୋନା ଆକ୍ରାନ୍ତ ଛାତ୍ରଙ୍କ ପାଠପଢ଼ା ନିଶା:ହସ୍ପିଟାଲ ବେଡ୍‌ରେ ଦେଲେ ପରୀକ୍ଷା

ଜବଲପୁର, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ...

ନ୍ୟାୟ ପାଇଁ ଗଛରେ ମୃତଦେହକୁ ବାନ୍ଧି ରଖିଛନ୍ତି ଗୁଜରାଟର ଆଦିବାସୀ

ହିମ୍ମତନଗର,୮।୬: ଗୁଜରାଟର ଆଦିବାସୀ ଅଞ୍ଚଳରେ ବହୁ ପୀଢ଼ି ଧରି ‘ଚଡୋତରୁ’ ପରମ୍ପରା ଚାଲିଆସିଛି। ଉକ୍ତ ଅଞ୍ଚଳରେ ଯଦି କୌଣସି ବ୍ୟକ୍ତିଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥାଏ। ତା’ହେଲେ...

ବିଗୁଡୁଛି କରୋନା ସ୍ଥିତି: ଶବଦାହ ପାଇଁ ଘଣ୍ଟା ଘଣ୍ଟା ଧରି କରିବାକୁ ପଡୁଛି ଅପେକ୍ଷା

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ଭାଇରସ ମାମଲା ହ୍ରାସ ହୋଇଥିଲେ ମଧ୍ୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ବହୁତ ଖରାପ ହୋଇଯାଇଛି। କରୋନା ଏବେ ଦିଲ୍ଲୀରେ ଏକ ବିପଜ୍ଜନକ...

ଭୂକମ୍ପ ଜୋନ୍‌ରେ ରାଜଧାନୀ: ୨ ବର୍ଷରେ ୬୪ ଥର ଥରିଛି

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍‌ରେ ରହିଛି। ଏଠାରେ ଗତ ୨ ବର୍ଷ ମଧ୍ୟରେ ୬୪ ଥର ଭୂକମ୍ପ ହୋଇଛି। ସେଥିମଧ୍ୟରୁ ୫୬ଥର ହୋଇଥିବା ଭୂକମ୍ପର...

ଶିବସେନାର କଟାକ୍ଷ: ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା, ପରାଜିତ ପହିଲମାନଙ୍କୁ ପଦକ ଦେବା ଭଳି

ମୁମ୍ବାଇ,୧୨।୧୧: ବିହାର ନିର୍ବାଚନ ଫଳାଫଳ ନେଇ ଶିବସେନା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ...

ନାତୁଣୀଙ୍କୁ ପଢାଇବା ପାଇଁ ଘର ବିକ୍ରି କଲେ ଅଟୋଚାଳକ

ମୁମ୍ବାଇ,୨୪।୨: ସମୟ ସହିତ ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯାହା ମାଧ୍ୟମରେ ସାହାଯ୍ୟ ମଧ୍ୟ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚୁଛି । ଏହିପରି...

ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ୯୦୧ କୋଟିର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୧୩।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦୧ କୋଟି...

Advertisement


Archives

Model This Week