Posted inଜାତୀୟ

ମହଙ୍ଗା ପଡ଼ିଲା ମୃତ ବ୍ୟକ୍ତିଙ୍କ ଏକ୍ସରେ କରିବା: ୧୧ଡାକ୍ତରଙ୍କୁ ନୋଟିସ

ଲକ୍ଷ୍ନୌ,୨୫।୬: ଉତ୍ତରପ୍ରଦେଶର ଜାଗୃତି ବିହାର ସେକ୍ଟରରେ ଥିବା ଏକ ହସ୍ପିଟାଲରେ ଜଣେ ଚିକିତ୍ସିତ ବ୍ୟକ୍ତିଙ୍କ ଏକ୍ସରେ ଘଟଣାରେ ୧୧ଜଣ ଡାକ୍ତରଙ୍କୁ ଜବାବ ତଲବ ପାଇଁ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜାଗୃତି ବିହାର ସେକ୍ଟର ନିକଟରେ ଦୃତ ଗତିରେ ଆସୁଥିବା କାରଟି ରାସ୍ତାରେ ଯାଉଥିବା ଏକ ରିକ୍ସାକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରିକ୍ସା ଚାଳକ ଅଖତର(୪୫) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଅଖତରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ କାରଣ ଜାଣିବା ପାଇଁ ଡ୍ୟୁଟିରେ ଉପସ୍ଥିତ ଥିବା ସର୍ଜରୀ, ଅର୍ଥୋପେଡ଼ିକ୍ସର ଜୁନିୟର ରେସିଡେନ୍ସ ଡାକ୍ତର ଓ ଇଏମ୍‌ଓ ମୃତ ବ୍ୟକ୍ତିଙ୍କ ଶରୀରର ଏକ୍ସରେ କରିଥିଲେ। ତେବେ ଏହି ଘଟଣା ପ୍ରଘଟ ହେବା ପରେ ସର୍ଜରୀ, ଅର୍ଥୋପେଡ଼ିକ୍ସର ଜୁନିୟର ରେସିଡେନ୍ସ ଡାକ୍ତର ଓ ଇଏମ୍‌ଓଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଏବେ ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କ ପ୍ରତିକ୍ରିୟା ଆସିନାହିଁ। ତେବେ ଜବାବ ଆସିବା ପରେ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଛୁଆ ଲୋକ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି: ମୋଦି

ନୂଆଦିଲ୍ଲୀ,୨୫।୯: ଭାରତୀୟ ଜନ ସଂଗଠନର ଜନକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ଜନତା ଦଳର କର୍ମୀଙ୍କୁ...

ଭାରତ-ପାକିସ୍ତାନ ସୀମାରେ ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ

ନୂଆଦିଲ୍ଲୀ,୧୦।୨: ଭାରତ ପାକିସ୍ତାନ ସୀମାରେ ଅମୃତସରଠାରେ ୭.୧୮ କିଲୋମିଟର ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ ହୋଇଛି। ଏସମ୍ପର୍କରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ...

୨୪ ଘଣ୍ଟା ମଧ୍ୟରେ ଯୋଗାଇ ଦିଆଯିବ ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍‌

ନୂଆଦିଲ୍ଲୀ,୯।୬: ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଯୋଗାଇ ଦେବାକୁ ମଙ୍ଗଳବାର ପ୍ରକାଶ କରିଛି ରେଲ ମନ୍ତ୍ରଣାଳୟ। ସୂଚନାଯୋଗ୍ୟ,...

ଆର୍ଥିକ ସଙ୍କଟରେ କଂଗ୍ରେସ

ନୂଆଦିଲ୍ଲୀ, ୨୧।୨: ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ଦଳରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା। ଏବେ ଦେଶର ଏହି ସର୍ବପୁରାତନ ଦଳ...

ତଙ୍ଗଧାରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଲଗାତାର ଏଲ୍‌ଓସି ବାଟ ଦେଇ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଉଦ୍ୟମ...

୨୫ ପ୍ରତିଶତ କାର୍ଯ୍ୟ କରୁଛି ଲାଲୁ ପ୍ରସାଦ ଯାଦବଙ୍କ କିଡ୍‌ନୀ

ରାଞ୍ଚି, ୧୨।୧୨- ଜେଲ ଦଣ୍ଡାଦେଶ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ବସ୍ଥ୍ୟବସ୍ଥା ଧିରେ ଧିରେ ଖରାପ ଆଡ଼କୁ ଗତି କରୁଛି। ମାତ୍ର ୨୫ ପ୍ରତିଶତ କାର୍ଯ୍ୟ...

ଯଦି ଟୁଇଟ୍‌କୁ ଭୟ, ନ୍ୟାୟପାଳିକା ଦୁର୍ବଳ

ନୂଆଦିଲ୍ଲୀ,୧୯ା୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଗୁରୁବାର (ଅଗଷ୍ଟ ୨୦ରେ) ଦଣ୍ଡବିଧାନ କରିବାକୁ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।...

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲ ପରେ ଏବେ ପ୍ରିୟଙ୍କା ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୮: କଂଗ୍ରେସରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇଁ ଦାବି ଜୋର ଧରିଛି। ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡିବା ପରେ ଆଗାମୀ ଦିନରେ କଂଗ୍ରେସର ମହାସଚିବ...

Advertisement

BGU

Archives

Model This Week

Why Dharitri