Posted inଜାତୀୟ

ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇ ସମାଲୋଚନାର ଶିକାର ହେଲେ ନେତା

ମୁଜାଫରପୁର,୨୦।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପାଖି ୧୧୭ ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି। ତେବେ ମହାମାରୀ ଭଳି ବ୍ୟାପିଥିବା ଏହି ରୋଗ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି। ଶ୍ରୀ କୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ଦେଖିବାକୁ ବହୁ ନେତା ଓ ଭିଆଇପିଙ୍କ ଭିଡ ପ୍ରତିଦିନ ଲାଗି ରହିଛି। ହେଲେ ଏବେ ଏହା ଯେମିତି ଏକ ପ୍ରହସନରେ ପରିଣତ ହୋଇଛି ବୋଲି କୁହାଯାଉଛି। କାରଣ ଗୁରୁବାର ଶରଦ ପାଓ୍ବାର ଏସ୍‌କେଏମ୍‌ସିଏଚ୍‌ ପହଞ୍ଚିଥିଲେ। ସେଠାରେ ସେ ମସ୍ତିଷ୍କ ଜ୍ୱରରେ ପୀଡିତ ଶିଶୁଙ୍କୁ ଭେଟିବାକୁ ଯାଇଥିଲେ। ପ୍ରକୃତ ଘଟଣା ହେଲା ପାଓ୍ବାର ନିଜ ସହ ପ୍ରାୟ ୧୯ଟି ଗାଡ଼ି ନେଇ ସେଠାରେ ପହଞ୍ଚିଥିଲେ। ଫଳରେ ସେଠାରେ ପ୍ରବଳ ଭିଡ ହେବାରୁ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେଠାକୁ ଆସିଥିବା ଜଣେ ଭୋଜପୁରି କଳାକାରଙ୍କୁ ଦେଖିବାକୁ ଲୋକଙ୍କର ଭିଡ ଲାଗିଥିଲା। ତେଣୁ ଉକ୍ତ ଭୋଜପୁରି କଳାକାର ପୀଡିତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପରିବର୍ତ୍ତେ ଏହା ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନ୍‌ରେ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବା ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ: ଦେଖିଲେଣି ୨ ନିୟୁତରୁ ଅଧିକ ଲୋକ

କୋଲକାତା,୧।୮: ପଶ୍ଚିମବଙ୍ଗର ଜଣେ ମହିଳା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମହିଳା ଜଣକ ଷ୍ଟେଶନ୍‌ରେ ବସି ଲତା ମଙ୍ଗେସକରଙ୍କ ଦ୍ୱାରା ୧୯୭୨ରେ...

ଅରୁଣ ସୌରିି ଅସୁସ୍ଥ

ପୁଣେ,୨।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଅରୁଣ ସୌରି ଅସୁସ୍ଥ ହୋଇପଡିଛନ୍ତି। ରବିବାର ରାତିରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ପୁଣେର ରୁବି ହାଲ୍‌...

ଘୁଞ୍ଚିଲା ପ୍ରିୟଙ୍କାଙ୍କ ଭାଇ ବାହାଘର

ମୁମ୍ବାଇ,୩୦।୪: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ତାରିଖ ଘୁଞ୍ଚି ଯାଇଛି। ଚଳିତ ସପ୍ତାହରେ ଏହା ହେବାକୁ ଥିବା...

ଗଲଓ୍ବାନ ଘାଟିରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭେଟିଲେ ମୋଦି

ଲେହ,୩।୭: ଲଦାଖ ଏଲ୍‌ଏସିର ଗଲଓ୍ବାନ ଘାଟିରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏହି ଉତ୍ତେଜନାକୁ ଶେଷ କରିବା...

ବୀମା କମ୍ପାନୀଙ୍କୁ ଝଟ୍‌କା, ଯେ କୌଣସି ମତେ ଦେବାକୁ ପଡ଼ିବ ଦୁର୍ଘଟଣା କ୍ଷତି ପୂରଣ…

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ମୋଟର ଦୁର୍ଘଟଣାରେ ଯେକୌଣସି ମତେ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀଗୁଡ଼ିକୁ କୁହାଯାଇଛି। ଏହାଦ୍ୱାର ବୀମା...

ଛାତିରେ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କଲେ ମୁସଲମାନ ଯୁବକ

ଲକ୍ଷ୍ନୌ,୧୪।୬: ଦେଶରେ ସାମ୍ପ୍ରଦାୟିକତା ନାମରେ ଅନେକ ହିଂସା ଘଟୁଥିବା ବେଳେ ୟୁପିର ଜଣେ ମୁସଲମାନ ଯୁବକ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ୨୩...

ସରକାର ଗଢ଼ିବାକୁ ମନାକଲା ଭାଜପା

ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍‌ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି।...

ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ...

Advertisement
Archives

Model This Week