ମଲାଇକା, କରିନାଙ୍କୁ ଟପିଲେ ଓ୍ବାରିନା

ଖୁବ୍‌ଶୀଘ୍ର ପରଦାକୁ ଅରସୁଛି ସଲମାନ ଖାନଙ୍କ ଅଭିନୀତ ଦବଙ୍ଗ-୩। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମର ଗୀତଗୁଡିକ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ମୁନ୍ନା ବଦ୍‌ନାମ୍‌ ହୁଆ ଗୀତଟି ଏବେ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ପୂର୍ବରୁ ଦବଙ୍ଗ ଏବଂ ଦବଙ୍ଗ-୨ରେ ଆଇଟମ୍‌ ନଂ କରି ଚର୍ଚ୍ଚାକୁ ଆସିଥିବା ମଲାଇକା ଆରୋରା ଏବଂ କରିନା କପୁରଙ୍କ ଟପିଯାଇଛନ୍ତି ଦବଙ୍ଗ-୩ରେ ଆଇଟମ୍‌ ନଂ କରଥିବା ଓ୍ବାରିନା ହୁସେନ। ତାଙ୍କ ଡ୍ୟାନ୍ସକୁ ଦର୍ଶକ ପ୍ରଶଂସା କରିଛନ୍ତି। ଦବଙ୍ଗ ଫିଲ୍ମର ମୁନ୍ନି ବଦନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, ‘ମୁନ୍ନା ବମ୍ନାମ ହୁଆ’ ଗୀତ ରହଛି। ଏହି ଗୀତରେ ସଲମାନଙ୍କ ସହ ନଜର ଆସିଛନ୍ତି ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବା। ସଲମାନ ଏବଂ ପ୍ରଭୁଦେବା ବ୍ୟତୀତ ଏହି ଗୀତରେ ଓ୍ବାରିନା ହୁସେନ ମଧ୍ୟ ଅଭିନୟ କରିଛନ୍ତି। ଗୀତଟି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ଲାଭ କରିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଏହି ଗୀତଟିକୁ କମ୍ପୋଜ କରିଛନ୍ତି ହିଟ ଯୋଡି. ସାଜିଦ-ନାଜିଦ। ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ ବା ସଲମାନ ଖାନ। ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ। ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଙ୍ଗେସ୍କରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ। ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ। ଆସନ୍ତା ଡିସେମ୍ବର ୨୦ ଖ୍ରୀଷ୍ଟମାସ ଅବସରରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷରେ ପଦାର୍ପଣ କରିଛନ୍ତି ବଜରଙ୍ଗି ଭାଇଜାନର ଶିଶୁ କଳାକାର ହର୍ଷାଳି

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ୨୦୧୫ ମସିହାରେ ସୁପହିଟ୍‌ ହୋଇଥିଲା। ବିଶେଷକରି ଏଥିରେ ମୁନ୍ନି ଭୂମିକାରେ ଅଭିନୟ କରିଥିବା ହର୍ଷାଳି ମାଲହୋତ୍ରା ସେତେବେଳେ...

୬୪ ବର୍ଷରେ ଅନୀଲ କପୁର: ବିବାହ ପରେ ବି ପଡ଼ିଥିଲେ ପ୍ରେମରେ…

ମୁମ୍ବାଇ,୨୪।୧୨: ବଲିଉଡ୍‌ର ଚକୋଲେଟ ହିରୋ ଅନୀଲ କପୁର ଗୁରୁବାର ୬୪ ବର୍ଷରେ ପାଦ ଦେଇଛନ୍ତି । ସେ ୧୯୫୬ ଡିସେମ୍ବର ୨୪ରେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ...

ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ମହାନାୟକ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ମଧ୍ୟରେ ଅନ୍ୟତମ ‘ସୂର୍ଯ୍ୟବଂଶମ୍‌’। ଆଜି ବି ସିନେପ୍ରେମୀ ଏହି ଫିଲ୍ମକୁ ମନେ ରଖିଛନ୍ତି। ଏଥିରେ ଅଭିନେତ୍ରୀ ସାଜିଥିଲେ ସୌନ୍ଦର୍ଯ୍ୟା।...

ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ...

୫ କ୍ୟାରେଟ୍‌ ହୀରା ମୁଦି ଦେଇ ଶିଳ୍ପା ଶେଟ୍ଟୀଙ୍କୁ ପ୍ରଭାବିତ କରିପାରି ନ ଥିଲେ ରାଜ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଫିଟ୍‌ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪୫ ବର୍ଷରେ ମଧ୍ୟ ସେ ପୁରା ଫିଟ୍‌ ଅଛନ୍ତି। ତେଣୁ ଶିଳ୍ପା...

ରିଲିଜ୍‌ ଅପେକ୍ଷାରେ ‘ଗୁଡ୍‌ ନ୍ୟୁଜ’ ଟ୍ରେଲର୍‌

ମୁମ୍ବାଇ: ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହେବ ବୋଲି ଖିଲାଡି ବୟ ଅକ୍ଷୟ କୁମାର ଟୁଇଟ୍‌ କରି ସୂଚନା...

ବର୍ଷାଙ୍କ ପରେ ଏବେ ଅନୁଭବ: ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ପିଟିଶନ୍‌ ଦାଖଲ; ଆଣିଲେ ଏଭଳି ସଙ୍ଗିନ ଅଭିଯୋଗ

ଭୁବନେଶ୍ୱର,୬।୯(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପରେ ଏବେ ସ୍ବାମୀ ଏମ୍‌ପି ଅନୁଭବ ମହାନ୍ତି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଅନୁଭବ...

ୟୁଜରଙ୍କୁ ଧମକ ଦେଲେ ଆମୀରଙ୍କ ଝିଅ: ଲଗାଇଲେ ୫ ହଜାର ଟଙ୍କାର ଜରିମାନା

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ବିଗତ କିଛି ଦିନ ହେବ କୌଣସି ନା କୌଣସି...

Seven Jackpot
Advertisement


Archives

Model This Week

Why Dharitri