ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ମୃତ, ୬ ଗୁରୁତର

ଅନୁଗୋଳ ଅଫିସ/ଛେଣ୍ଡିପଦା,୨୪।୧୨,(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର କତଡା ଗୁରୁଣ୍ଡୁଗୋପାଳ ଉଚ୍ଚବିଦ୍ୟାଳୟ ନିକଟରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଏକ ଘରୋଇ ବସ (ଓଆର-୦୫-ଏଚ-୬୩୯୮) ଝାରସୁଗୁଡା ଥର୍ମାଲ ଅଭିମୁଖେ ଯାଉଥିଲା। ତେବେ ଛତିଶଗଡର ରାୟପୁରରୁ ଦୁଇଟି ପରିବାର ନେଇ (ସିଜି- ୦୪-ଏଚକେ- ୦୧୮୩) ବୋଲେରୋ ପୁରୀ ଅଭିମୁଖେ ଆସୁଥିଲା। କତଡା ଅଞ୍ଚଳରେ ଦୁଇ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ୩ ଜଣ ମହିଳା ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି। ମୃତକମାନେ ଛତିଶଗଡର ବୋଲି ଜଣାପଡିଛି। ତେବେ ଦୁର୍ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ବୋଲେରୋ ଗାଡିରେ ଯାତ୍ରା କରୁଥିବା ୧୦ଜଣଙ୍କ ମଧ୍ୟରୁ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଖବର ପାଇ ଜରପଡା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ପହଞ୍ଚି ଗୁରୁତର ଆହତ ୫ ଜଣଙ୍କୁ ବୋଲେରୋରୁ ଉଦ୍ଧାର କରିବା ସହିତ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିତାଧିକାରୀଙ୍କୁ ମିଳୁନି ଗୁହାଳ ନିର୍ମାଣ ଅର୍ଥ : ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ

କର୍ଲାମୁଣ୍ଡା,୨।୧୧(ଡି.ଏନ୍‌.ଏ) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତରେ ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ଗୁହାଳ ନିର୍ମାଣ ଶେଷ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସହାୟତା ରାଶି...

ଆଜି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସବୁଠୁ ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

୨ ଓଡ୍ରାଫ୍‌, ୧୪ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୪।୧୨: ବାତ୍ୟା ‘ଜୱାଦ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ର ପରେ ଏହା ପରିମାଣ ବଢ଼ିବ ବୋଲି...

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

ପୁରୀ ଅଫିସ,୧୯ା୧୦: ମହାପ୍ରଭୁ ହେଉଛନ୍ତି ଜଗତର ଠାକୁର। ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ମହାପ୍ରଭୁଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ରଖିଥିବା ବହୁ...

ଢେଙ୍କାନାଳରେ ବିଦେଶୀ ଆର୍କିଟେକ୍ଟ: ବଦଳିବ ବସ୍ତି ରୂପରେଖ

ଢେଙ୍କାନାଳ ଅଫିସ, ୭।୮-ରାଜ୍ୟ ସରକାରଙ୍କ ଜାଗା ମିଶନ ପାଇଲଟ୍‌ ପ୍ରୋଜେକ୍ଟରେ ସାମିଲ ହୋଇଛି ଢେଙ୍କାନାଳ ପୌରାଞ୍ଚଳ। ଏହାପରେ ସହରର ରୂପରେଖ ସାଙ୍ଗକୁ ଢାଞ୍ଚାଗତ ପରିବର୍ତ୍ତନ ଲାଗି...

ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା

ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ...

ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍‌ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍‌ସା ରେଳଷ୍ଟେଶନରେ ସେ...

ସ୍ଥିତି ଅନୁଧ୍ୟାନ କଲା ସ୍ବତନ୍ତ୍ର ବୈଷୟିକ ଟିମ୍‌

ପୁରୀ ଅଫିସ,୩୦।୧୦:  ଦୀର୍ଘଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ନେଇ ବିବାଦ ଉଠିଛି। ଗତ କିଛିମାସ ତଳେ ଶ୍ରୀମନ୍ଦିର ରତ୍ନବେଦିରୁ ଚୂନ ଖସିଥିବା...

Advertisement
Archives

Model This Week