ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ରାସ୍ତା ପ୍ରସ୍ତତି କରଣ ପାଇଁ କାର୍ଯ୍ୟ କରୁଥିବା ଗାୟତ୍ରୀ କମ୍ପାନୀ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସାରୁନାହିଁ। ଏପରି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଭଳି ସାଂଘାତିକ ଅଭିଯୋଗ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ମହେଶ ସାହୁ ଆଣିଛନ୍ତି। ଏମପି ସାହୁ ଏକ ଖବରଦାତା ସମ୍ମିଳନୀ କରି ଏହି ଅଭିଯୋଗ ଆଣିବା ସହ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା କହିଛନ୍ତି। ତେବେ ସମସ୍ୟା ସମାଧାନ ପାଇଁ ସରକାର ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ମାଟି ପାଇଁ ରାସ୍ତାକୁ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏମ୍‌ପିଙ୍କ ସହ ବିଜେଡି ରାଜ୍ୟ ସମ୍ପାଦକ ମୀନକେତନ ଅମାନ୍ତ, ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ, ଅନୁଗୋଳ ବ୍ଲକ ଚେୟାରମ୍ୟାନ ନିରଞ୍ଜନ ଦେହୁରୀ, ଅନୁଗୋଳ ବ୍ଲକ ବିଜେଡି ସଭାପତି ଦୁର୍ଗାଚରଣ ପ୍ରଧାନ, ହିନ୍ଦୋଳ ବ୍ଲକ ଚେୟାରମ୍ୟାନ ପ୍ରିୟ ରଞ୍ଜନ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା...

ପାଇଖାନା ଟାଙ୍କି ପାଇପ୍‌ ଦେଇ ଖସିଯାଇଥିଲେ କଏଦୀ…

ଭଦ୍ରକ ଅଫିସ,୨୦।୧୧ ଜେଲରୁ ବିଚାରାଧୀନ ଜଣେ କଏଦୀ ପାଇଖାନା ଟାଙ୍କି ପାଇପ ଦେଇ ଖସି ଯାଉଥିଲେ। ଏହି ସମୟରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ କାବୁ...

ଆଇଆଇସି, ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କୁ କରୋନା: ବଡ଼ମ୍ବା ବ୍ଲକକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ବଡ଼ମ୍ବା,୨୮ା୬(ଡି.ଏନ୍‌.ଏ.)- କଟକ ଜିଲା ବଡ଼ମ୍ବା ଅଞ୍ଚଳରେ କରୋନା କାୟା ବିସ୍ତାର କରୁଛି। ଶନିବାର ରାତିରେ ବଡ଼ମ୍ବା ଥାନା ଆଇଆଇସି ଓ ରବିବାର ଜାତୀୟ ବ୍ୟାଙ୍କରେ କାର୍ଯ୍ୟରତ...

୪୮ ବସ୍ତା ଗୁଟ୍‌ଖା ଜବତ, ଏଜେଣ୍ଟ ଗିରଫ, ୨ ମାଲିକ ଫେରାର

ବ୍ରହ୍ମପୁର ଅଫିସ,୧୦ା୮-ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ଗୁଟ୍‌ଖା କାରଖାନାଗୁଡିକରେ ପୋଲିସ ନିୟମିତ ଚଢାଉ କରି ବହୁ କୋଟି ଟଙ୍କାର ଗୁଟ୍‌ଖା ଜବତ...

ପିସିସିଏମଫ୍‌ ବନ୍ୟପ୍ରାଣୀଙ୍କ ଇସ୍ତଫା ଦାବି ତେଜିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଚନ୍ଦକାରେ ନନ୍ଦନକାନନର ପୋଷା ହାତୀ ‘ନନ୍ଦ’ର ମୃତ୍ୟୁକୁ ନେଇ ଥମୁନି ବିବାଦ। ପରିଚାଳନାଗତ ତ୍ରୁଟି ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପିସିସିଏଫ୍‌...

ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ...

‘ଇନ୍ଦ୍ରଧନୁ’ ପାଳିଲା କୁମାର ଉତ୍ସବ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ‘ଇନ୍ଦ୍ରଧନୁ’ ପକ୍ଷରୁ ୬୧ତମ କୁମାର ଉତ୍ସବ ଟାଉନହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ଦ୍ୱାରା କୁମାର ପୂର୍ଣ୍ଣମୀ...

ବିଏମ୍‌ସି ମେୟର ଭାବେ ଶପଥ ନେଲେ ସୁଲୋଚନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ମେୟର ଭାବେ ଶନିବାର ଶପଥ ନେଲେ ସୁଲୋଚନା ଦାସ । ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ଶପଥ ଗ୍ରହଣର କାର୍ଯକ୍ରମ...

Advertisement
Archives

Model This Week