Posted inଜାତୀୟ

ମମତାଙ୍କୁ ଭେଟିଲେ ମୋଦି

କୋଲକାତା,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ସେଠାରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍‌କାର ସମୟରେ ପଶ୍ଚିମବଙ୍ଗ ସିଏଏ, ଏନ୍‌ପିଆର୍‌ ଓ ଏନ୍‌ଆର୍‌ସକୁ ବିରୋଧ କରେ ବୋଲି ମୋଦିଙ୍କୁ ମମତା କହିଥିଲେ। ସିଏଏ ଓ ଏନ୍‌ଆର୍‌ସକୁ ଫେରାଇ ନିଆଯାଉ ବୋଲି ମଧ୍ୟ ମମତା ମୋଦିଙ୍କୁ କହିଥିବା ସୂଚନା ମିଳିଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଆହୁରି କିଛି କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେବେ। ଏହି ସମୟରେ ପୁନଃନିର୍ମିତ କିଛି ଐତିହାସିକ ସ୍ଥଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମଧ୍ୟ ଉତ୍ସର୍ଗ କରାଯିବ। ମୋଦିଙ୍କ ଏହି ଗସ୍ତ ପୂର୍ବରୁ ତାଙ୍କୁ ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ବିରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri