ମନ୍‌ବଲ ଆଗ୍‌କେ ବଢ଼ବାର ବାଟ କଢ଼ାସି

ଲାଠୋର, ୧୫ା୪ (ଡି.ଏନ୍‌.ଏ):
ସମାଜରେ ସଭେ ଜିଁବାର ଖାଏବାର ଲାଗି କିଛି ନାଇଁ କିଛି କରୁଛନ୍‌। କିଏ ବୁଧି ବିବେକ ଖଟେ ତ ଆର କିଏ ବାହାଜାଂଗଲ ମାଜି ହାଡ଼ଭଂଗା ପରିଶ୍‌ରମ କରି ନିଜର କୁଟୁମ ପୁଷୁଛନ୍‌। ହେଲେ ମୁନୁଷ୍‌ ମଜବୁତ ମନ୍‌ବଲ ସଂଗେ କମେଇ ଖାଏବାର ମନ୍‌ବୁରତି ରଖ୍‌ଲେ ଆପେ ଆଗ୍‌କେ ବଢ଼ବାର ବାଟ ଦିସ୍‌ସି। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାରେ।
ସୂଚନା ଅନ୍‌ସାରେ ଲାଠୋର ଗଁାର ସ୍ବାର୍ଗତ ନୃପ ହଂସକଁର ତୁରତୀଅ ପୁଓ ଛବି ହଂସ। ତାକର ପରିବାର କହେଲେ ମାଏକିନା, ଚାର ଝି’ ଆର ଦୁଇ ପୁଓକେ ନେଇ ସୁଖର ସଁସାର। ପରିବାରଟା ନିହାତି ଗରିବ୍‌, ଛବି ଫିଦିନ୍‌ ପରିଶ୍‌ରମ କରି ଯାହା କମଉଛନ୍‌ ସେଥ୍‌ରେ ଘର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ତାକର ସଁପତି, ଜମିବାଡ଼ି ବଲି କିଛି ନାଇଁ, ସରକାରନୁ ପାଇଥିବାର ୩ ଡିସିମିଲ ଜାଗାରେ ଆବାସ ଯୋଜନାରେ ଗୁଟେ ପକାଘର ବନେଇ କୁଟୁମବସିଆ ରହୁଛନ୍‌। ସେ ଗୁଟେ ଗରିବ୍‌ ପରିବାରରେ ଜନମ୍‌ ହେଇଛନ୍‌, ଗରିବୀର ମାଡ଼ ସହିଛନ୍‌ ସତ୍‌। ହେଲେ ସବୁବେଲେ ମଜବୁତ ବନବଲ ନେଇ ଆଗ୍‌କେ ବଢ଼ିଛନ୍‌। ସେ ୧୨ ବଛର ବଏସୁ ଲାଠୋରରେ ଗୁଟେ ହୋଟେଲରେ ହପ୍‌ତାକ ୭ଟଁକା ମଜୁରିରେ କାମ କରୁଥିଲେ। ପଛେ ଅଧ୍‌କା ଟଁକା ପଏସା କମାବାର ଆଶ୍‌ରେ ସେ ଘରଛାଡ଼ି ବରଗଡ଼ ଜିଲାରେ ଗୁଟେ ହୋଟେଲରେ ଦିନକ ୨୫ ଟଁକା ମଜୁରିରେ କାମ୍‌ କଲେ। ସେଠାନେ ସେ ନିଜର ବୁଧି ବିବେକ ଖଟେଇ ହୋଟେଲରେ ସବୁପରକାର ରଁଧାବଢ଼ା, ଜିନିଷପାତି ତିଆରି ସିଖି କାରିଗର ବନିଗଲେ। ସେଠାନୁ ସେ ଛତିଶଗଡ଼ ରାଏଜର ରାୟପୁରରେ ୮ରୁ ୧୦ ବଛର ରହି କାମ୍‌କଲେ। ହେଲେ ଜନମ୍‌ ମାଏଟ୍‌ର ପେମ୍‌ ତାହାକୁ ଗଁାକେ ଘିଚି ଆନ୍‌ଲା। ଏହେଦେ ସେ ଲାଠୋରରେ ଗୁଟେ ଠେଲା କରି ଫିଦିନ୍‌ ସିଂଗ୍‌ଡ଼ା ବିକୁଛନ୍‌। ସେଥ୍‌ରୁ ସେ ଯାହା କମଉଛନ୍‌ ପରିବାରଟା ଖୁସିରେ ଚଲିଯାଉଛନ୍‌। ହେଲେ ଏହେଦେ ଛୁଆପିଲା ବଡ଼ ହେବାର ସଂଗେ ଦିନୁଦିନ୍‌କେ ତାକର ପଢ଼ା ଖରଚ୍‌ ବଢ଼ତେଲ ଯାଉଛେ। ଯେନ୍‌ଥିରଲାଗି ସେ ଚିନ୍‌ତାରେ ରହିଛନ୍‌। ଏହେଦେ ବଡ଼ ଝି’ ମାଟ୍ରିକ ପାସ କରିଥିଲାବେଲେ ସାନପୁଓ ଚଲତି ବଛର ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଛନ୍‌। ସେନ୍‌ତା ବାକି ଛୁଆପିଲା ହାଇସ୍କୁଲରେ ପଢ଼ୁଛନ୍‌। ଯଦି କେହେନ୍‌ସି ସରକାରୀ ଯୋଜନାରେ ମୋତେ ଗୁଟେ ଲୋନ ମିଲତା ଦୁକାନ ବଢ଼େଇ ପାରତି। ଦୁଇ ପଏସା ଅଧ୍‌କା ରୁଜଗାର କରି ଛୁଆପିଲାକୁ ପଢ଼େଇ ମୁନୁଷ କରିପାରତି ବଲି ଛବି କହିଛନ୍‌। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ଛବିକୁଁ କେହେନସି ସରକାରୀ ଯୋଜନାରେ ସାମିଲ କରି ଆର୍‌ଥିକ ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଆମେରିକା ସହିତ ଚୁକ୍ତି ଉପରେ ଆଲୋଚନା ମଧ୍ୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଦେଲେ ଇସ୍ତଫା? ଦାବିର ଜବାବ ଦେଲା ତେହରାନ

ତେହରାନ,୧।୬: ଆମେରିକା ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ଆଲୋଚନା ମଧ୍ୟରେ, ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦାବି କରାଯାଇଛି ଯେ ଇରାନ ରାଷ୍ଟ୍ରପତି ମାସୁଦ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଲେ ସରକାର, ବଢିଲା LPG ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ,୧।୬: ଆଜି, ଜୁନ ୧ ତାରିଖରେ, ସାଧାରଣ ଜନତା ପୁଣି ଥରେ ବଢୁଥିବା ମୁଦ୍ରାସ୍ଫୀତିର ଏକ ବଡ଼ ଆଘାତର ସମ୍ମୁଖୀନ ହୋଇଛନ୍ତି। ଗ୍ୟାସ କମ୍ପାନୀଗୁଡ଼ିକ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri