ମନ୍ଦିରରେ ଜଳାଭିଷେକକୁ ବିରୋଧ, ଉତ୍ତେଜନା

ଜଳେଶ୍ୱର, ୩୦ା୭ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ନାମ୍ପୋ ଗ୍ରାମସ୍ଥିତ ଶ୍ରୀ ତ୍ରିଲୋଚନେଶ୍ୱରଙ୍କ ଶିବ ମନ୍ଦିରରେ ଜଳାଭିଷେକ ଲାଗି ସୋମବାର ଭୋର ସମୟରେ କେତେକ କାଉଁଡ଼ିଆ ଆସି ପହଞ୍ଚିଥିଲେ। ସେଠାରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ବାଦବିବାଦ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିରରେ ଜଳାଭିଷେକ କରିବା ପ୍ରଥା ନାହିଁ ବୋଲି ସେବାୟତ ସୁଶୀଲ କୁମାର ପତି ଓ ରାମକୃଷ୍ଣ ପତି କାଉଁଡ଼ିଆଙ୍କୁ କହି ମନ୍ଦିରରେ ତାଲା ପକାଇ ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ଖବର ପାଇ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ, ଏଏସଆଇ ସତ୍ୟନାରାୟଣ ବଳ ସଦଳବଳେ ସେଠାରେ ପହଞ୍ଚିଥିଲେ। ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ସେବାୟତଙ୍କ ସହିତ ଆଲୋଚନା ପରେ କାଉଁଡ଼ିଆଙ୍କୁ ଦିନକ ଲାଗି ଜଳାଭିଷେକ କରିବା ସକାଶେ ଅନୁମତି ଦିଆଯାଇଥିଲା। ଏହାର ସ୍ଥାୟୀ ସମାଧାନ ନିମନ୍ତେ ମଙ୍ଗଳବାର ଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ଆଜକୁ ବହୁ ବର୍ଷ ପୂର୍ବେ ଜଣେ ଜମିଦାର ଏହି ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ। ମନ୍ଦିରରେ ସେବାପୂଜା କରି ଏହାର ରକ୍ଷଣାବେକ୍ଷଣ କରିବା ସକାଶେ ମନ୍ଦିର ନାମରେ ଥିବା ଧନସମ୍ପତ୍ତିକୁ ସେବାୟତଙ୍କ ଜିମାରେ ଦିଆଯାଇଥିଲା। ଚଡ଼କ ପର୍ବଠାରୁ ଆରମ୍ଭକରି ବିଭିନ୍ନ ପର୍ବପର୍ବାଣି ସମୟରେ ମନ୍ଦିରରେ ଏଭଳି ବିବାଦୀୟ ସ୍ଥିତି ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ଲାଗି ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଏଚ୍‌ଆଇଭି ସଂକ୍ରମିତ, ଗଞ୍ଜାମ ଜିଲାପାଳ କଲେ କନ୍ୟାଦାନ; ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ଗୋପାଳପୁରସ୍ଥିତ ଶ୍ରଦ୍ଧାସଞ୍ଜିବନୀ ନାମକ ଶିଶୁଗୃହରେ ଶନିବାର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ କାର୍ଯ୍ୟରେ ସହଯୋଗର ହାତ...

ରାତିରେ ଚାଲିଥିଲା ଯୋଜନା, କରିଥାନ୍ତେ ବଡ଼ ଧରଣର ଚୋରି; ଏମିତି ପଡିଲେ ଧରା…

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଉତ୍ତରପଡ଼ା ଗ୍ରାମରେ ଚୋରି ଉଦ୍ୟମକରି ଜଣେ ଯୁବକ ଧରାପଡ଼ିଛନ୍ତି। ଚନ୍ଦ୍ରକାନ୍ତ ପାଳ ନାମକ ଜଣେ ଯୁବକ ୪...

ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ଗରମ ହେଉଛି। ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ତେବେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ...

ପାର୍ଲାମେଣ୍ଟରେ ଅର୍ଚ୍ଚନା ନାଗ ପ୍ରସଙ୍ଗ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା ପାର୍ଲାମେଣ୍ଟରେ ଉଠିଛି। ଭାଜପା ଏମ୍‌ପି ସୁରେଶ ପୂଜାରୀ ଗୁରୁବାର ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ...

ପୁଣି ସେବାୟତଙ୍କୁ ଦିଆଯିବ ହୋମିଓପାଥି

ପୁରୀ ଅଫିସ,୧୫ା୭:ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି। ତେଣୁ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା...

ଆଜିଠୁ ପୁରୀରେ ଗଡ଼ିବ ‘ମୋ ବସ୍‌’

ପୁରୀ ଅଫିସ,୧।୪: ପୁରୀ ବାସୀଙ୍କ ପାଇଁ ଖୁସି ଖବର । ଶ୍ରୀକ୍ଷେତ୍ରରେ ଶୁକ୍ରବାରଠୁ ‘ମୋ ବସ୍‌’ ଚାଲିବ। ପ୍ରଥମ ପର୍ଯ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ...

ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର...

Advertisement
Archives

Model This Week