ମନ୍ତ୍ରୀ ନା ସଚିବ, କିଏ ଚଳାଉଛି ସରକାର

ସହଦେବ ସାହୁ
ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଶୁଣି ପାଠକମାନେ ଭାବୁଥିବେ ଆମ ମୁଖ୍ୟମନ୍ତ୍ରୀ କ’ଣ ମନ୍ତ୍ରୀମାନଙ୍କୁ ପାଠ ପଢେଇବେ ନା କ’ଣ? ପାଠକମାନେ ବୋଧହୁଏ ଜାଣି ନ ଥିବେ ଯେ ପ୍ରତି ମାସ ପହିଲା ଓ ଷୋଳ ତାରିଖରେ ମୁଖ୍ୟ ଶାସନ ସଚିବ ସବୁ ସଚିବଙ୍କ ସହ ପନ୍ଦର ଦିନର ହିସାବ ନିଅନ୍ତି (ସେ ତାରିଖଟି ଛୁଟି ପଡିଗଲେ ପରଦିନ ଏ ମିଟିଂ ହୁଏ)। ଅନେକେ ବି କହିହୁଅନ୍ତି ମନ୍ତ୍ରୀମାନେ ସଚିବଙ୍କ କଥାରେ ଚାଲିଛନ୍ତି। ସେମାନେ ବୁଝନ୍ତି ନାହିଁ ପ୍ରତି କାମ ପଛରେ ନିୟମ ରହିଛି ଏବଂ ନିୟମ ଦେଖାଇବା କାମ ସଚିବମାନଙ୍କର। ସେମାନେ ଜାଣିବା କଥା ଯେ ବାବୁମାନଙ୍କ ପାଖରେ ନଥି ରହିଗଲେ ମନ୍ତ୍ରୀମାନେ ମଗାଇନେବେ, ମନ୍ତ୍ରୀଙ୍କ ପାଖରେ ନଥି ରହିଗଲେ ମୁଖ୍ୟମନ୍ତ୍ରୀ ମଗାଇନେବେ- ଏ ତ ଚିରାଚରିତ ପ୍ରଥା। କିନ୍ତୁ ନଥି ରହିଯାଇଛି ବୋଲି ଜାଣିବେ କିପରି? କାର୍ଯ୍ୟ ସମ୍ପାଦନର ସମୀକ୍ଷାରୁ ଜାଣିହୁଏ- ତାହା ମାସିକ ହେଉ ବା ପାକ୍ଷିକ। କାହାରି ପାଖରେ ନଥି ପଡି ରହିବା, ନାଗରିକର ଅଭିଯୋଗ ଶୁଣିବାରେ ଡେରି ହେବା ବକେୟା କାମର ସମୀକ୍ଷାରୁ ଜାଣିହୁଏ। ମନ୍ତ୍ରୀମାନେ ସେମାନଙ୍କ କାମ ନ କରି ଅନ୍ୟଥିରେ ବେଶି ବ୍ୟସ୍ତ ରହନ୍ତି ବୋଲି ସମସ୍ତେ ଜାଣନ୍ତି। କେବଳ ପ୍ରଧାନମନ୍ତ୍ରୀ କେନ୍ଦ୍ରରେ ଓ ମୁଖ୍ୟମନ୍ତ୍ରୀ ଓଡିଶାରେ ମନ୍ତ୍ରୀମାନଙ୍କ କାମର ସମୀକ୍ଷା କରୁଛନ୍ତି। ଅନ୍ୟତ୍ର କେବଳ କ୍ୟାବିନେଟ ବୈଠକରେ କାଁଭାଁ ମନ୍ତ୍ରୀମାନଙ୍କ କାମର ସମୀକ୍ଷା ଦୁଏ। ହେଲେ ମନ୍ତ୍ରୀମାନେ ଅଫିସରଙ୍କୁ ଦୋଷ ଦିଅନ୍ତି ଏବଂ ଲୋକେ ବି ଗ୍ରହଣ କରିନିଅନ୍ତି। କାରଣ ଅନେକେ ଜାଣନ୍ତି ନାହିଁ ଯେ ମନ୍ତ୍ରୀ ବି ଜଣେ ଏକ୍‌ଜିକ୍ୟୁଟିଭ୍‌।
ଆମ ସମ୍ବିଧାନରେ କେନ୍ଦ୍ରରେ ଯେପରି, ରାଜ୍ୟରେ ସେହିପରି ତ୍ରିସ୍ତରୀୟ ଢାଞ୍ଚାର ଗଣତନ୍ତ୍ର- ଲେଜିସ୍‌ଲେଚର୍‌, ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି (ବିଧାନ ପ୍ରଣୟନକାରୀ, ସରକାର ଚାଳନାକାରୀ ଓ ନ୍ୟାୟାଳୟ)। ସମ୍ବିଧାନର ଧାରା ୫୨ ଓ ୫୩ ଅନୁଯାୟୀ ଦେଶରେ ଜଣେ ରାଷ୍ଟ୍ରପତି ରହିବେ ଓ ତାଙ୍କଠାରେ ଦେଶର ଏକ୍‌ଜିକ୍ୟୁଟିଭ୍‌ ପାୱାର କେନ୍ଦ୍ରୀଭୂତ ହେବ; କିନ୍ତୁ ସେ ୭୪ ଧାରା ଅନୁସାରେ ଏକଲା କାମ କରିପାରିବେ ନାହିଁ, ସବୁବେଳେ ଗୋଟିଏ ମନ୍ତ୍ରିିପରିଷଦର ପରାମର୍ଶ ଓ ସାହାଯ୍ୟରେ କାମ କରିବେ। ତେଣୁ ଆମ ବ୍ୟବସ୍ଥାକୁ କ୍ୟାବିନେଟ୍‌ ବ୍ୟବସ୍ଥାର ଗଣତନ୍ତ୍ର କୁହାଯାଏ। ଧାରା ୧୬୩ ଅନୁସାରେ ପ୍ରତି ପ୍ରଦେଶରେ ରାଜ୍ୟପାଳ ଓ ମନ୍ତ୍ରିପରିଷଦ ତଦନୁରୂପ କାମ କରିବେ। କେନ୍ଦ୍ରରେ ୭୭ ଓ ୭୮ ଧାରା ଭଳି ରାଜ୍ୟରେ ୧୬୬ ଓ ୧୬୭ ଧାରା ହେଉଛି ‘କଣ୍ଡକ୍ଟ ଅଫ୍‌ ଗଭର୍ନମେଣ୍ଟ ବିଜ୍‌ନେସ୍‌’, ସରକାରୀ କାମ କିପରି ହେବ। ତେଣୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ମାସିକ ସମୀକ୍ଷା କରିବା ଏକ ପ୍ରଶାସନିକ ବା ଏକ୍‌ଜିକ୍ୟୁଟିଭ୍‌ କାମ।
ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କଥାରେ ରାଷ୍ଟ୍ରପତି ବା ମୁଖ୍ୟମନ୍ତ୍ରୀଙ୍କ କଥାରେ ରାଜ୍ୟପାଳ ସରକାର ଭାଙ୍ଗନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ପ୍ରଶାସକ ହିସାବରେ ଗଣାଯାଆନ୍ତି। ପ୍ରଶାସନର ମୁଖ୍ୟ ହିସାବରେ ରାଷ୍ଟ୍ରପତି ମଧ୍ୟ ଲେଜିସ୍‌ଲେଚର୍‌ର ସଂଖ୍ୟାଗରିଷ୍ଠ ଦଳର ମୁଖ୍ୟକୁ ତାଙ୍କର ସମୟ ପୂରିଗଲେ ବରଖାସ୍ତ କରିପାରନ୍ତି; ସେ ପ୍ରକାରର ଏକ୍‌ଜିକ୍ୟୁଟିଭ୍‌ କାମରେ ସେ ଲୋକ ସଭାକୁ (ରାଜ୍ୟରେ ରାଜ୍ୟପାଳ ରାଜ୍ୟର ବିଧାନସଭାକୁ) ଭାଙ୍ଗି ଦେଇପାରନ୍ତି। ପ୍ରଶାସନର ମୁଖ୍ୟ ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ସଭାକୁ ନିୟନ୍ତ୍ରଣ କରନ୍ତି। ସରକାର ବା ଏକ୍‌ଜିକ୍ୟୁଟିଭ୍‌ ହେଡ୍‌ ପଦ ଛାଡିଲେ ଲେଜିସ୍‌ଲେଚର୍‌ ଭାଙ୍ଗିଯାଏ, ଲୋକ ସଭା ପାଇଁ ନୂଆ ନିର୍ବାଚନ ହୁଏ। ଆମର ବିଲାତି ଢାଞ୍ଚାର ଗଣତନ୍ତ୍ରରେ ତିନୋଟି ଭିତରୁ ଦୁଇଟି ଶାଖା, ଲେଜିସଲେଚର ଓ ଏକ୍‌ଜିକ୍ୟୁଟିଭ୍‌ ମିଶିଯାଏ ମନ୍ତ୍ରିମଣ୍ଡଳରେ: ଏମ୍‌ଏଲ୍‌ଏ ହେଲେ ହିଁ ପ୍ରଶାସକ-ମନ୍ତ୍ରୀ। ସମ୍ବିଧାନର ଧାରା ୭୪ ଓ ୧୬୩ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ପାଇଁ ମନ୍ତ୍ରିମଣ୍ଡଳ ବାଧ୍ୟ କରିଛି, ସରକାର ବିନା ମନ୍ତ୍ରିମଣ୍ଡଳରେ ଚାଲିପାରିବ ନାହିଁ। ରାଜ୍ୟରେ ରାଜ୍ୟପାଳ ସରକାରର ମୁଖ୍ୟ ଭାବେ କାମ କରନ୍ତି; ତାଙ୍କ ନାଁରେ ଶାସନ ଚାଲେ, ସେ ନିଜେ ଦସ୍ତଖତ ନ କଲେ ବି ତାଙ୍କ ନାଁରେ ଶାସନ ଚାଲିବ, ମନ୍ତ୍ରୀମାନଙ୍କ ନାଁରେ ଶାସନ ଚାଲେ ନାହିଁ, କିନ୍ତୁ ସମ୍ବିଧାନରେ ଅଛି ଯେ ମନ୍ତ୍ରୀମାନଙ୍କ ସାହାଯ୍ୟ ଓ ପରାମର୍ଶରେ ଗଭର୍ନର କାମ କରନ୍ତି। ସେହି କାରଣରୁ ମନ୍ତ୍ରୀମାନଙ୍କ ଦସ୍ତଖତ ନଥିରେ ନ ରହିଲେ ‘ରାଜ୍ୟପାଳଙ୍କ ଆଦେଶ ଅନୁସାରେ’ ଲେଖି ହେବ ନାହିଁ। ସରକାରୀ ନିୟମ – ରୁଲ୍ସ ଅଫ୍‌ ବିଜ୍‌ନେସ୍‌ ତିଆରି କରାଯାଏ ରାଜ୍ୟପାଳଙ୍କ ନାଁରେ। ମନ୍ତ୍ରୀଙ୍କ କ୍ଷମତା, ବିଭିନ୍ନ ସ୍ତରର ସଚିବଙ୍କ କ୍ଷମତା ରୁଲ୍ସ ଅଫ୍‌ ବିଜ୍‌ନେସ୍‌ରେ ଅଛି। ନ ଥିଲେ ନୂଆ କାରବାର ଆସିଲେ ନୂଆ ରକମର ରୁଲ୍ସ ଅଫ୍‌ ବିଜ୍‌ନେସ୍‌ ତିଆରି କରାଯାଏ। ସରକାର ଚଳାଇବା ପାଇଁ ଯେତେ ପ୍ରକାର ରୁଲ୍ସ ତିଆରି ହୋଇଛି, ସବୁ ଗଭର୍ନରଙ୍କ ଆଦେଶରେ ହୋଇଛି ଏବଂ ତାହା ସବୁ ମନ୍ତ୍ରିମଣ୍ଡଳର ସାହାଯ୍ୟ ଓ ପରାମର୍ଶକ୍ରମେ ହୋଇଛି ବୋଲି ଧରି ନିଆଯାଏ। ନିୟମ ଦେଖାଇବା କାମ ବିଭିନ୍ନ ସ୍ତରର ସଚିବଙ୍କର। ସେମାନେ ହିସାବ ରଖିବେ, ବିଧାନସଭାରେ ଉତ୍ତର ଦେବା ପାଇଁ କାଗଜପତ୍ର ଯୋଗାଇବେ, ମନ୍ତ୍ରୀମାନଙ୍କୁ ସାହାଯ୍ୟ କରିବେ। ଯଦି କିଛି ଅନୁପୂରକ ପ୍ରଶ୍ନ ଆସେ ତାହାର ଉତ୍ତର ତିଆରି କରି ମନ୍ତ୍ରୀଙ୍କୁ ଯୋଗାଇବେ। ଯଦି ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ସଭ୍ୟମାନେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇପାରେ। ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କୁ ଆସିବାକୁ ପଡେ। ତା’ ଛଡା ମୁଖ୍ୟମନ୍ତ୍ରୀ ବି ଗୃହ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଆଦିର ମନ୍ତ୍ରୀ। ତାଙ୍କର ଏ ସବୁ କାର୍ଯ୍ୟ ସୁଚାରୁରୂପେ ଚାଲିବା ପାଇଁ ଅମଲା ଓ ସଚିବ ଦରକାର। ତେଣୁ ଅମଲାତନ୍ତ୍ର ଏମ୍‌ଏଲ୍‌ଏଙ୍କ କଥାରେ ଚାଲେ ନାହିଁ, ମନ୍ତ୍ରୀ ହୋଇଥିବା ଏମ୍‌ଏଲ୍‌ଏଙ୍କୁ ତାଙ୍କ କାମରେ ସାହାଯ୍ୟ କରେ। ଯଦି ଜଣେ ଜୁନିୟର ଇଞ୍ଜିନିୟର ଖରାପ କାମ କଲା ବିଭାଗୀୟ ମନ୍ତ୍ରୀଙ୍କୁ ଦାୟୀ କରିବା କଥା, ଇଞ୍ଜିନିୟରଙ୍କୁ ଉଠ୍‌ବସ୍‌ କରିବା କଥା ନୁହେଁ।
ମନ୍ତ୍ରୀ (ଏକ୍‌ଜିକ୍ୟୁଟିଭ୍‌) ବଡ ନା ଏମ୍‌ଏଲ୍‌ଏ (ଲେଜିସଲେଚର) ବଡ, ଏ ବିଷୟରେ ଜୁନ୍‌ ୪ରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଅଗ୍ରଲେଖା ‘ଯଦି କଂଗ୍ରେସ ଭାର ସମ୍ଭାଳିଥାନ୍ତା, ଟ୍ରମ୍ପ ନୁହେଁ’ ପ୍ରଣିଧାନଯୋଗ୍ୟ। ଲେଖକ ‘ଆମେରିକାନ୍‌ ଏଣ୍ଟରପ୍ରାଇଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରେ କାର୍ଯ୍ୟରତ ନିର୍ଦ୍ଦେଶକ ୟୁବଲ୍‌ ଲେଭିନ୍‌। ତାଙ୍କ ଲେଖାରେ କଂଗ୍ରେସର ହାଉସ୍‌ (ଆମର ଲୋକ ସଭା ଭଳି)ର ବାଚସ୍ପତି ନାନ୍ସି ପେଲସୋଇଙ୍କୁ ପଚରାଯାଇଥିବା ଗୋଟିଏ ପ୍ରଶ୍ନ ଉଲ୍ଲେଖ କରିଛନ୍ତି- କଂଗ୍ରେସକୁ ଆପଣ ରାଷ୍ଟ୍ରପତିଙ୍କ ସହ ସମାନ ଭାବୁଛନ୍ତି କି? ସେ କହିଛନ୍ତି ‘ମୁଁ ଭାବୁଛି ଆମେ ଏକ ସୁପରିଅର୍‌ ବ୍ରାଞ୍ଚ’। ଏହାର ଅର୍ଥ ୨ୟ ଓ ୩ୟ ଶାଖା ୧ମ ଶାଖା ତିଆରି କରିଥିବା ଫ୍ରେମ୍‌ୱାର୍କ ବା ଛାଞ୍ଚ ଭିତରେ କାମ କରିବେ। ରାଷ୍ଟ୍ରପତିଙ୍କ ଭିଟୋ ଓ ସୁପ୍ରିମ୍‌କୋର୍ଟର ଜୁଡିସିଆଲ ରିଭ୍ୟୁ କଂଗ୍ରେସର ଏହି କ୍ଷମତା ପରିଧିରେ କିଛି କାଟ୍‌ଛାଣ୍ଟ କରିପାରେ; କିନ୍ତୁ ସେ ଦୁଇଟି ଶାଖା ଅନ୍ୟ ଶାଖା ଲେଜିସ୍‌ଲେଚର୍‌ ସାଙ୍ଗରେ ସମାନ ହେବାକୁ ଇଚ୍ଛାପ୍ରକଟ କରିପାରିବେ ନାହିଁ। ଦଳଗତ ପକ୍ଷପାତିତା ଯୋଗୁ ହେଉ କିମ୍ବା ବିପରୀତ ଭାବେ ପ୍ରଚାର କରୁଥିବା ଗଣମାଧ୍ୟମ ଯୋଗୁ ହେଉ କିମ୍ବା ରାଜନୈତିକ ଇଚ୍ଛାର ଅଭାବ ଯୋଗୁ ହେଉ, ବିଧାନସଭା ଏବେ ଆଇନ ତିଆରି କରିବାକୁ ଚାହୁଁ ନାହିଁ, ଯଦି କେବେ ଯୋଜନା ହେଉଛି ତାହା ବଜେଟରେ ଟିକିନିଖି ବର୍ଣ୍ଣନା ହେଉନାହିଁ। ଯୋଜନା ଏତେ ବ୍ୟାପକ ଏବଂ ଏତେ ଅସ୍ପଷ୍ଟ ହେଉଛି ଯେ ଏକ୍‌ଜିକ୍ୟୁଟିଭ୍‌ ଶାଖା ନିଜେ ଇଚ୍ଛାନୁଯାୟୀ କରିନେଉଛି। ଯଥା ଆୟୁଷ୍ମାନ୍‌ କି ବିଜୁ ସ୍ବାସ୍ଥ୍ୟ ଯୋଜନା, ଚାଷୀମାନଙ୍କୁ ସର୍ବନିମ୍ନ ସାହାଯ୍ୟ ବା ଦେଶର ଶିକ୍ଷା ନୀତି। ଏ ସବୁର କାରଣ ବଜେଟ ପ୍ରକ୍ରିୟାରେ ଏମ୍‌ଏଲ୍‌ଏମାନେ ମନ ଦେଉନାହାନ୍ତି। ବଜେଟ୍‌ ଏକ ଅର୍ଥସଂଗ୍ରହ ଓ ବ୍ୟୟର ଆଇନ- ଅଧିକାଂଶ ଲୋକପ୍ରତିନିଧି ବଜେଟକୁ ଟିକିନିଖି ଆଲୋଚନା କରିବାର ଶକ୍ତି ଦେଖାଉନାହାନ୍ତି। ଆମର ସାମ୍ବିଧାନିକ ବ୍ୟବସ୍ଥା ଏମିତି ଚାଲିବା ଉଚିତ ନୁହେଁ; ଲେଜିସ୍‌ଲେଚର ନିଜର ଭୂମିକାକୁ ଫେରାଇ ଆଣୁ। ଏହାର ମାନେ ଏମ୍‌ଏଲ୍‌ଏମାନେ ବଜେଟକୁ ସୂକ୍ଷ୍ମ କରନ୍ତୁ, ବିଭାଗ ଅନୁଯାୟୀ ପ୍ରତି କାମର ସ୍ପେସିଫିକେଶନ୍‌ ତହିଁରେ ଲିଖିତ ରହୁ। ଲୋକେ ବି ବଜେଟ ପଢି ପ୍ରତି କାମର ତନଖି କରିପାରିବେ- ଏମ୍‌ଏଲ୍‌ଏ ଦେଖିଥିବା ତ୍ରୁଟିକୁ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିପାରିବେ ଏବଂ ତ୍ରୁଟି କରିଥିବା କର୍ମଚାରୀକୁ ମନ୍ତ୍ରୀ ଦଣ୍ଡ ଦେଇପାରିବେ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ରପ୍ତାନି ସଂଗଠନ ସଭାପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ନିକଟରେ ଭାରତୀୟ ସାମଗ୍ରୀ ଉପରୁ ଆମେରିକା ଅଗ୍ରାଧିକାର ପ୍ରବେଶ ସୁବିଧା ପ୍ରତ୍ୟାହାର କରିଥିଲା। ପରେ ନୂଆଦିଲ୍ଲୀ ଆମେରିକାରୁ ଆସୁଥିବା ୨୮ ପ୍ରକାର...

ଏଇ ଭାରତରେ

ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡି ହେବା ପରେ ପୋଲିସ ଦ୍ୱାରା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା କରାଯାଉଛି। ଗୋଟିଏ ଗାଡି ଉପରେ ଯେଭଳି ଜରିମାନା...

ବାଟ ହୁଡ଼ିଲେ ବିପଦ

ଉପେନ୍ଦ୍ର ବିଶ୍ୱାଳ କ୍ଷଣିକ ଉନ୍ମାଦନାରେ ଭାସିଯାଇ ଝିଅମାନେ କିପରି ନିଜ ପାଇଁ କବର ଖୋଳନ୍ତି, ସେମିତି କେତୋଟି ଘଟଣା ଓ ତା’ର କୁପରିଣତିକୁ ନେଇ ଆଜିର...

ସରକାରୀ ଦାନ ଓ ବିକାଶର ଅଧିକାର

ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ଭାରତରେ ୨୦୧୯ ସାଧାରଣ ନିର୍ବାଚନର ଏକ ବିଶେଷତା ହେଉଛି ଯେ ରାଜନୈତିକ ଦଳଗୁଡ଼ିକ ସିଧାସଳଖ ସରକାରୀ ଆର୍ଥିକ ସାହାଯ୍ୟ ଦେବାର ସମ୍ଭାବନା...

ଆଜିର ଅର୍ଥନୀତି/ଦୋହରା ଝଟକା

ଇରାନର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଶୁକ୍ରବାର ବିମାନ ଆକ୍ରମଣ କରି ହତ୍ୟାକରିବା ପରେ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।...

ତାଲାବନ୍ଦୀରେ ଘରୋଇ ସହାୟିକା

ସାଧାରଣ ପର୍ବ-ପର୍ବାଣି ହେଉ ଅବା ଧର୍ମଘଟ ହେଉ, ଏହି ଦିନଗୁଡିକରେ ଘରୋଇ ସହାୟିକା ବିନା ଗୋଟିଏ ଗୋଟିଏ ଦିନ ଘର କିପରି ଚଳେ ଆମେ ସମସ୍ତେ...

ଚାଲିଛି ମୃତ୍ୟୁର ବେପାର

ଈପ୍ସିତା ମହାନ୍ତି ଭାରତୀୟ ଗ୍ରନ୍ଥଗୁଡ଼ିକରେ ଆଜିର ଯୁଗକୁ କଳିଯୁଗ ବୋଲି କୁହାଯାଇଛି। ହେଲେ ବିଭିନ୍ନ ଅନୁସନ୍ଧାନାତ୍ମକ ତଥ୍ୟ କହୁଛି ଆଜିର ଯୁଗ ହେଉଛି ଭେଜାଲ ବା...

ଏଇ ଭାରତରେ

ଲକ୍‌ଡାଉନରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ସୁମିତି କୌର। ଏହି ସମୟରେ ପନିପରିବା...

Play 250+ Trending Games
Archives

Model This Week

Why Dharitri