Posted inଖେଳ

ମନୋହରଙ୍କ କାର୍ଯ୍ୟକାଳ ୨ ମାସ ବଢିପାରେ ଆଇସିସି ଅଧ୍ୟକ୍ଷ ପଦ ଦୌଡ଼ରେ ଗେଭ୍ସ ସର୍ବାଗ୍ରେ

ନୂଆଦିଲ୍ଲୀ,୨୪।୪(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଆଉ ୨ ମାସ ବଢିପାରେ। ଜୁନ୍‌ରେ ସେ ପଦ ଛାଡିବେ ବୋଲି ଆଶା କରାଯାଉଥିଲା। ତେବେ କୋଭିଡ୍‌-୧୯ ମହମାରୀ କାରଣରୁ ଆଇସିସି ବୋର୍ଡ ବୈଠକକୁ ଦୁଇମାସ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କ କାର୍ଯ୍ୟକାଳ ବଢିବା ସମ୍ଭାବନା ସୃଷ୍ଟି ହୋଇଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଧ୍ୟକ୍ଷ କଲିନ୍‌ ଗେଭ୍ସ ଆଇସିସି ଅଧ୍ୟକ୍ଷ ପଦ ଦୌଡରେ ସମସ୍ତଙ୍କ ଅଗାରେ ରହିଛନ୍ତି। ସେ ମନୋହରଙ୍କ ଉତ୍ତରାଧିକାରୀ ବିବେଚିତ ହେଉଛନ୍ତି।
ମନୋହର ପଦ ଛାଡିବା ଏକ ପ୍ରକାର ନିଶ୍ଚିତ। ତେବେ ସେ ଆଉ ୨ମାସ ଦାୟିତ୍ୱରେ ରହିବା ସମ୍ଭାବନା ରହିଛି । ଆସନ୍ତା ଅଗଷ୍ଟରେ ଆଇସିସିର ଜଣେ ନୂଆ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ବୋଲି ଆଇସିସିର ଜଣେ ବୋର୍ଡ ମେମ୍ବର କହିଛନ୍ତି। ଗ୍ରେଭ୍ସ ଆଗାମି ନଭେମ୍ବରରେ ଇସିବି ଚେୟାରମ୍ୟାନ ପଦରୁ ଇସ୍ତାଫା ଦେବେ। ସେ ଏହି ପଦ ପାଇଁ ଫେଭରାଇଟ ବିବେଚିତ ହେଉଛନ୍ତି। ମନୋହର ପଦରେ ରହିବା ବେଳେ ଭାରତର ସ୍ବାର୍ଥ ପ୍ରତି ଦୃଷ୍ଟି ଦେଉ ନ ଥିବାର ଅଭିଯୋଗ ହେଉଥିଲା। ତେଣୁ ଗ୍ରେଭ୍ସ ଦାୟିତ୍ୱ ନେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଗୋଆର ମାର୍ଗାଓରେ ଶୁୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଏକ ଗ୍ରୁପ୍‌ ”ବି’ ମ୍ୟାଚରେ ନାଇଜେରିଆ ୪-୦...

ୟୁରୋପିଆନ ଚାମ୍ପିୟନଶିପ୍‌: ଭାରତୀୟ ଶୁଟରଙ୍କ ଦମ୍‌ଦାର ପ୍ରଦର୍ଶନ

ଓସିଜେକ୍‌(କ୍ରୋଏସିଆ), ୨୭।୫: ଏଠାରେ ଚାଲିଥିବା ୟୁରୋପିଆନ ଚାମ୍ପିୟନଶିପ୍‌ରେ ତାରକା ଶୁଟର ସୌରଭ ଚୌଧୁରୀଙ୍କ ନେତୃତ୍ୱରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଶୁଟରମାନେ ମିକ୍ସଡ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଲକ୍ଷ୍ୟ ଆଗେଇଲେ, ସାଇନା, ପ୍ରଣୀଥ୍‌ ନିରାଶ

ବର୍ମିଂହାମ୍‌, ୧୨।୩ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତର ଲକ୍ଷ୍ୟ ସେନ୍‌ ଦମ୍‌ଦାର ଆରମ୍ଭ କରିଛନ୍ତି। କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ...

ଓଡ଼ିଶା ସରକାରଙ୍କୁ ଅଠ୍‌ଓ୍ବାଲଙ୍କ ପ୍ରଶଂସା

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ଅନ୍ତିମ ମ୍ୟାଚ ଖେଳିବାକୁ ଥିବା ବେଳେ ଏକ ଖବରଦାତା ସମ୍ମିଳନୀରେ ଯୋଗ...

ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌; ପଢ଼ାଇଲେ ଅସଲ କ୍ରିକେଟ ପାଠ…

ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ...

ଓ୍ବିମ୍ବେଲଡନରେ ପ୍ରଥମ

ଲଣ୍ଡନ, ୧୦ା୭ (ଏଏଫ୍‌ପି)- ଓ୍ବିମ୍ବେଲଡନର ପ୍ରଥମ ୧୨-୧୨ ଫାଇନାଲ ସେଟ୍‌ ଟାଇବ୍ରେକ୍‌ ଚଳିତ ସଂସ୍କରଣରେ ଦେଖିବାକୁ ମିଳିଛି। ମଙ୍ଗଳବାର ହେନ୍‌ରି କୋଣ୍ଟିନେନ୍‌ ଓ ଜନ୍‌ ପିଅର୍ସ...

ରଣଜୀ ଟ୍ରଫି: ରାଜେଶଙ୍କ ଶତକ ସତ୍ତ୍ୱେ ଓଡ଼ିଶା ୨୯୩ରେ ସୀମିତ

କଟକ ଅଫିସ,୬ା୨-  ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିବସ ଖେଳ ବୁଧବାର ଶେଷ...

Advertisement
Archives

Model This Week