Posted inଖେଳ

ମନସୁରଙ୍କ ବିରୋଧରେ ଫିକ୍ସିଂ ଅଭିଯୋଗ ଆଣିଲେ ଉମର

କରାଚୀ,୮।୮- ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଆଉ ଏକ ମହା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଛନ୍ତି। ଚଳିତ ଗ୍ଲୋବାଲ ଟି୨୦ କାନାଡ଼ାରେ ପୂର୍ବତନ ଟେଷ୍ଟ କ୍ରିକେଟର ମନସୁର ଅକ୍ତାର ଦୁର୍ନୀତିମୂଳକ ପ୍ରସ୍ତାବ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଣ୍ଟି କରପଶନ ୟୁନିଟ୍‌ (ଏସିୟୁ) ସମେତ ଟୁର୍ନାମେଣ୍ଟ ଆୟୋଜକଙ୍କୁ ସେ ଅବଗତ କରାଇଛନ୍ତି। ଉମର ଓ୍ବିନିଙ୍ଗ୍‌ ହକ୍ସ ଫ୍ରଞ୍ଚାଇଜ୍‌ ପାଇଁ ଏହି ଟି୨୦ ଲିଗ୍‌ ଖେଳୁଛନ୍ତି। ଏହି ଦଳର ମ୍ୟାନେଜମେଣ୍ଟରେ ମନସୁର ମଧ୍ୟ କାର୍ଯ୍ୟ କରୁଛନ୍ତି। ତେବେ ମନସୁର ଲିଗ୍‌ର କେତୋଟି ମ୍ୟାଚ୍‌କୁ ଫିକ୍ସି କରିବା ପାଇଁ ମୋତ ପ୍ରବର୍ତ୍ତାଇ ଥିଲେ ବୋଲି ଉମର କହିଛନ୍ତି। ୬୧ ବର୍ଷୀୟ ମନସୁର ୧୯୮୦ରୁ ୧୯୯୦ ମଧ୍ୟରେ ୧୯ଟି ଟେଷ୍ଟ ଓ ୪୧ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏହି ଅଭିଯୋଗ ଆସିବା ପରେ ତାଙ୍କର ଉପସ୍ଥିତି ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ବିଶ୍ୱକପ୍‌ ପାଇଁ ଦଳ ଚୟନରେ ଉମରଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିଥିଲେ। ତେବେ ମାର୍ଚ୍ଚ- ଏପ୍ରିଲରେ ୟୁଏଇରେ ଅନୁଷ୍ଠିତ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ସାମିଲ କରାଯାଇଥିଲା। ବିବାଦରେ ଛନ୍ଦି ହେବା ଉମରଙ୍କୁ ଅଭ୍ୟାସ ରହିଆସିଛି। ୨୦୧୫ ବିଶ୍ୱକପ୍‌ ଓ ହଂକଂ ସୁପର ସିକ୍ସେସ୍‌ ଅବସରରେ କେତେକ ବୁକ ମେକର ତାଙ୍କୁ ମ୍ୟାଚ୍‌ ଫିକ୍ସ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ସେ ଗତ ବର୍ଷ ଏକ ଟେଲିଭିଜନ ସାକ୍ଷାତକାରରେ କହି ବେଶ୍‌ ଚର୍ଚ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରେ ମଙ୍କଡ ଆଉଟ୍‌ ଅନୁଚିତ ନୁହେଁ

ଲଣ୍ଡନ,୯।୩: କ୍ରିକେଟରେ ମଙ୍କଡ୍‌ ଆଉଟ୍‌ ଆଉ ଅନୁଚିତ ନୁହେଁ। ଅର୍ଥାତ ବୋଲର ବଲ ପକାଇବା ପୂର୍ବରୁ ଯଦି ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଥିବା ବ୍ୟାଟର କ୍ରିଜ...

ଟିମ୍‌ ଇଣ୍ଡିଆରେ ଯୋଗଦେଲେ ରୋହିତ

ମେଲବୋର୍ନ,୩୦ା୧୨- ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ ଶେଷ କରିଛନ୍ତି। ଭାରତୀୟ ଦଳରେ ବୁଧବାର ଯୋଗ ଦେଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ।...

ରୋନାଲ୍ଡିନୋଙ୍କୁ ଜେଲରୁ ବାହାର କରିବା ପାଇଁ ମେସି ଖର୍ଚ୍ଚ କଲେ ୨୯ କୋଟି ଟଙ୍କା

ବାର୍ସିଲୋନା,୧୪।୩- କାସିନୋ ମାଲିକଙ୍କ ଆମନ୍ତ୍ରଣରେ ପୂର୍ବତନ ବ୍ରାଜିଲ ଓ ବାର୍ସିଲୋନା ଷ୍ଟାର ରୋନାଲ୍ଡିନୋ ଫେକ ପାସପୋର୍ଟ ସହ ପାରାଗୁଏ ଗସ୍ତ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍‌...

କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ

ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍‌-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା...

ଅଙ୍କିତା ଫାଇନାଲ ରାଉଣ୍ଡରେ

ମେଲବୋର୍ନ, ୧୩ା୧ (ପି.ଟି.)-ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ଅଷ୍ଟ୍ରେଲିଆନ ଓପନ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏକ ୩ ସେଟ୍‌ବିଶିଷ୍ଟ...

ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ

ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ...

ଖସିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା...

ଶାହିଦ ଆଫ୍ରିଦଙ୍କ ଜ୍ୱାଇଁ ହେବେ ଏହି କ୍ରିକେଟର୍‌

ପାକିସ୍ତାନ ସୁପରଷ୍ଟାର ଅଲରାଉଣ୍ଡର ଶାହିଦ ଆଫ୍ରିଦ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ଶ୍ୱଶୁର ହେବାକୁ ଯାଉଛନ୍ତି। ଆଫ୍ରିଦିଙ୍କ ଝିଅ ଅକସା...

Advertisement
Archives

Model This Week