ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୯

ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ସହରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରବିବାର ଏହି ଆଇନ ଉଲ୍ଲଂଘନ କରିଥିବା ୧୨ଜଣଙ୍କଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ପରିବହନ ଅଧିକାରୀ ଜରିମାନା ଆଦାୟ କରିଥିବାବେଳେ ପୋଲିସ ବିଳମ୍ବିତ ରାତିରେ ଜରିମାନା ଆଦାୟ କରିଛି।
ଏହି ସଂଶୋଧିତ ମୋଟର ଯାନ ଆଇନ ୨୦୧୯ରେ ଜରିମାନାକୁ ବଢ଼ାଇ ଦିଆଯାଇଛି। ଏପରି କି ହାତ ରସିଦ ପରିବର୍ତ୍ତେ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥାରେ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଆରଟିଓ କର୍ମଚାରୀଙ୍କ ସହ ଅନୁଗୋଳ ପୋଲିସ ଓ ତାଳଚେର ପୋଲିସକୁ ଏହି ଡିଜିଟାଲ ସ୍ବାଇପ ମେଶିନ୍‌ ପ୍ରଦାନ କରାଯାଇଛି। ଆଇନ ଉଲ୍ଲଂଘନକାରୀ ଚାଳକମାନେ ନଗଦ ନଚେତ କ୍ରେଡିଟ ଓ ଡେବିଟ୍‌ କାର୍ଡରେ ଜରିମାନା ଅର୍ଥ ପ୍ରଦାନ କରିପାରିବେ। ଏ ନେଇ ଚାଳକମାନଙ୍କୁ ରସିଦ୍‌ ମଧ୍ୟ ପ୍ରଦାନ କରାଯାଉଛି। ଏହା ନ ହେଲେ କଟାଯାଇଥିବା ରସିଦ୍‌ ଦେଖାଇ ୭ ଦିନ ମଧ୍ୟରେ ଥାନାରେ ଅଥବା ୧୩ ଦିନ ମଧ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜରିମାନା ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହା ନ ହେଲେ ଫଟୋ ପ୍ରମାଣ ସହ ଘରକୁ ପରିବହନ ବିଭାଗ ରସିଦ୍‌ ପଠାଇବ ବୋଲି ଜଣାପଡ଼ିଛି। ତେବେ ତାଳଚେର ଥାନାକୁ ପ୍ରଦାନ କରାଯାଇଥିବା ମେଶିନ୍‌ କାର୍ଯ୍ୟକାରୀ ହୋଇ ନାହିଁ। ଅନୁଗୋଳ ପୋଲିସ ରବିବାର ବିଳମ୍ବିତ ରାତିରେ କାଟିଥିବା ଜରିମାନା ମଧ୍ୟରୁ ୩ ଜଣ ବ୍ୟକ୍ତି ନଗଦ ଅର୍ଥ ଦେଇଥିବାବେଳେ ଜଣେ କାର୍ଡ ମାଧ୍ୟମରେ ପ୍ରଦାନ କରିଥିଲେ। ଅନ୍ୟ ୪ ଜଣ ଥାନାରେ ଆଣି ପ୍ରଦାନ କରିବେ ବୋଲି କହିଥିଲେ। ଅନୁଗୋଳ ଏସ୍‌ଡିପିଓ ଅଶ୍ୱନୀ ସାହୁ, ଥାନା ଅଧିକାରୀ ରମେଶଚନ୍ଦ୍ର ବିଶୋଇ, ଆରଆଇ ସୁଶାନ୍ତ ସାହୁଙ୍କ ସହ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: ଯୋଡ଼ା ଅଞ୍ଚଳରେ ଚାପା ଉତ୍ତେଜନା

ଯୋଡ଼ା, ୨୯।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗରେ ଅବସ୍ଥିତ ଟାଟାଷ୍ଟିଲ କମ୍ପାନୀର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ...

ସମୁଦ୍ରରେ ଗାଧେଇବା ବେଳେ ଭାସିଗଲେ ନାବାଳକ

ପୁରୀ ଅଫିସ,୧୧।୭: ପୁରୀ ସମୁଦ୍ରରେ ଗାଧେଇବା ବେଳେ ସୋମବାର ଜଣେ ନାବାଳକ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ହେଲେ ଯାଜପୁର ଜିଲା ମାଳସାହି ଅଞ୍ଚଳର ଆୟୁଷ...

ଆଜି ହେରାପଞ୍ଚମୀ

ପୁରୀ ଅଫିସ,୧୬।୭: ଆଷାଢ଼ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶୁକ୍ରବାର ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁଙ୍କ ନିକଟକୁ ବିଜେ କରିବେ। ତାଙ୍କୁ...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୪୫କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା...

କଟକଣା ଯୋଗୁ ବ୍ୟବସାୟ ମାନ୍ଦା

କଟକ ଅଫିସ, ୨୮। ୩: କଟକରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ହୋଲି ପାଳନ ଉପରେ କଟକଣା ଜାରି କରାଯାଇଛି। ଏକାସଙ୍ଗରେ...

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ମାଧପୁର, ୨୫ା୨: ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ...

ଦଳ ଛାଡ଼ିଲେ କଂଗ୍ରେସ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି

ସୁନ୍ଦରଗଡ,୬।୧୨(ଡି.ଏନ୍‌.ଏ.): ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ସୋମବାର କଂଗ୍ରେସ ଛାଡ଼ିଛନ୍ତି। ଡା ମାଝି ଆନୁଷ୍ଠାନିକ...

ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍‌: ବନ୍ଧୁକ ଦେଖାଇ ନେଇଗଲେ ୧୦ ଲକ୍ଷ

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ରାଜଧାନୀରେ ପୁଣି ମାତିଛନ୍ତି ଦୁର୍ବୃତ୍ତ। ସୋମବାର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବରିମୁଣ୍ଡିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା...

Advertisement
Archives

Model This Week