ମଧ୍ୟାହ୍ନଭୋଜନ ନିୟମକୁ ବେଖାତିର, ୧୫ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ରାଜନଗର, ୧୭।୯ (ଡି.ଏନ୍‌.ଏ.)- ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ଅନେକ ନିୟମ ଲାଗୁ କରାଯାଇଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନ ଖାଉଥିବା ପିଲାଙ୍କ ସଂଖ୍ୟା ସମ୍ପର୍କରେ ପ୍ରତିଦିନ ସୂଚନା ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ ନିୟମ କରିଛନ୍ତି। କିନ୍ତୁ ଏହି ନିୟମକୁ ବେଖାତିର କରିଥିବାରୁ ରାଜନଗର ବ୍ଲକ ଶିକ୍ଷଧିକାରୀ ୧୫ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିଦେଇଛନ୍ତି। ସରକାରୀ ନିୟମକୁ ବେଖାତିର କରିଥିବାରୁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି ବୋଲି ରାଜନଗର ବ୍ଲକ ଶିକ୍ଷାଧିକାରୀ ରାଜ କିଶୋର ସ୍ବାଇଁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜନଗର ବ୍ଲକ ଅଧୀନ ବଧି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ବରୁଣିପଲ୍ଲା ପ୍ରାଥମିକ ବିଦ୍ୟାଳୟ, କୁଆଁସ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଶାଇଲୋ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ୟୁଜିୟୁପି ବିଦ୍ୟାଳୟ, ସିଦ୍ଧେଶ୍ୱର ଏନୟୁପିଏସ, ସିଙ୍ଗଡାପାଳ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ଜୁଣୁପାଙ୍ଗରାର ନିଗମାନନ୍ଦ ଏନୟୁପିଏସ, ପଂଚୁପଲ୍ଲୀ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ଅନୁରୂପ ଭାବେ ହଂସିଣା ପ୍ରାଥମିକ ବିଦ୍ୟାଳୟ, ଗୋବର୍ଦ୍ଧନପୁର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ମଧ୍ୟପଡ଼ା ଗୋବିନ୍ଦପୁର ୟୁଜିୟୁପି, ସୁବର୍ଣ୍ଣପୁର ପିୟୁପିଏସ, ଜଗନ୍ନାଥପୁର ଶାସନ ଶିକ୍ଷାନିକେତନ, କେରୁଆଁପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦରମା ମଧ୍ୟ ବନ୍ଦ ରହିଛି। ପ୍ରତିଦିନ ସ୍କୁଲକୁ କେତେ ପିଲା ଆସୁଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ମଧ୍ୟାହ୍ନଭୋଜନ ଖାଇବେ ସେ ନେଇ ଗଣଶିକ୍ଷା ବିଭାଗର ‘ମିଡ୍‌ ଡେ ମିଲ୍‌ ସ୍କିମ’ ପୋର୍ଟାଲରେ ଅପଲୋଡ କରିବା କଥା। ମାତ୍ର ରାଜନଗର ବ୍ଲକ ଅଧୀନ ଅଧିକାଂଶ ସ୍କୁଲର ପ୍ରଧାନଶିକ୍ଷକ ଧାର୍ଯ୍ୟ ସମୟ ମଧ୍ୟରେ ଉପସ୍ଥାନ ସଂଖ୍ୟା ଅପ୍‌ଲୋଡ କରୁ ନ ଥିବା ବେଳେ କେତେକ ପ୍ରଧାନଶିକ୍ଷକ ଆଦୌ ଅପ୍‌ଲୋଡ କରୁନାହାନ୍ତି। ଠିକ ସମୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା ଅପଲୋଡ କଲେ, ମଧ୍ୟାହ୍ନଭୋଜନ ଲୁଟ କରିହେଉ ନ ଥିବାରୁ କେତେଜଣ ପ୍ରଧାନଶିକ୍ଷକ ଜାଣିଶୁଣି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଅପଲୋଡ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନିଆଯାଉଛି। ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧. ୪୦ ଲକ୍ଷ ଲୁଟ୍‌

ବାହାନଗା, ୧୦ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ପଞ୍ଚାୟତସ୍ଥିତ କୋଷ୍ଟ କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନ ସମୟରେ ଦୁର୍ବୃତ୍ତମାନେ ଏକ ଘରୋଇ ଅର୍ଥଲଗାଣ ସଂସ୍ଥା (ଫାଇନାନ୍ସ...

ନିଆଁରେ ଜଳିଗଲେ ଯୁକ୍ତ ୨ କଲେଜ ଛାତ୍ରୀ

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଖପ୍ରାମାଲ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର କାମେଶ୍ୱର କନ୍ଦପାନଙ୍କ ଯୁକ୍ତ ୨ରେ ପଢୁଥିବା ଝିଅ...

ଆଜି ଦୀପାବଳି: କଟକରେ ଆଲୋକ ସୃଷ୍ଟିକାରୀ ବାଣର ଚାହିଦା ବେଶି

କଟକ ଅଫିସ, ୨୭ା୧୦: ଲଘୁଚାପଜନିତ ବର୍ଷା ପରେ ଗତ ଦୁଇଦିନ ହେଲା କଟକ ସହରର ବାଣ ଷ୍ଟଲ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ବାଣ...

ଭାରତ ବନ୍ଦର ପ୍ରଭାବ: ଯାନବାହନ ଚଳାଚଳ ବନ୍ଦ

ବାଲେଶ୍ୱର ଅଫିସ,୨୭।୯: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ...

ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ...

ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ

ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ...

୨ ମାସରେ ତଦନ୍ତ ସାରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୨:ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ମାମଲାରେ ୨ମାସ ମଧ୍ୟରେ ଆଇନ ଅନୁଯାୟୀ ତଦନ୍ତ ଶେଷ କରିବା ନିମନ୍ତେ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ସୋମବାର ନିର୍ଦ୍ଦେଶ...

୨୦୦ ଲିଟର ମହୁଲି ମଦ ଜବତ, ପୋଚ ନଷ୍ଟ

ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- ଆର୍‌.ଉଦୟଗିରି ଅବକାରୀ ବିଭାଗ ଓ ରାମଗିରି ଥାନା ପକ୍ଷରୁ ମିଳିତ ଭାବେ ରାମଗିରି ଥାନାର ସିନ୍ଦବା ଓ ବେଣିସାହିରେ ଚଢାଉ କରି ୨୦୦ ଲିଟର...

Advertisement
Archives

Model This Week