ମଧ୍ୟାହ୍ନଭୋଜନ ନିୟମକୁ ବେଖାତିର, ୧୫ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ରାଜନଗର, ୧୭।୯ (ଡି.ଏନ୍‌.ଏ.)- ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ଲାଗି ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ଅନେକ ନିୟମ ଲାଗୁ କରାଯାଇଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନ ଖାଉଥିବା ପିଲାଙ୍କ ସଂଖ୍ୟା ସମ୍ପର୍କରେ ପ୍ରତିଦିନ ସୂଚନା ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ ନିୟମ କରିଛନ୍ତି। କିନ୍ତୁ ଏହି ନିୟମକୁ ବେଖାତିର କରିଥିବାରୁ ରାଜନଗର ବ୍ଲକ ଶିକ୍ଷଧିକାରୀ ୧୫ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିଦେଇଛନ୍ତି। ସରକାରୀ ନିୟମକୁ ବେଖାତିର କରିଥିବାରୁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି ବୋଲି ରାଜନଗର ବ୍ଲକ ଶିକ୍ଷାଧିକାରୀ ରାଜ କିଶୋର ସ୍ବାଇଁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜନଗର ବ୍ଲକ ଅଧୀନ ବଧି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ବରୁଣିପଲ୍ଲା ପ୍ରାଥମିକ ବିଦ୍ୟାଳୟ, କୁଆଁସ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଶାଇଲୋ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ୟୁଜିୟୁପି ବିଦ୍ୟାଳୟ, ସିଦ୍ଧେଶ୍ୱର ଏନୟୁପିଏସ, ସିଙ୍ଗଡାପାଳ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ଜୁଣୁପାଙ୍ଗରାର ନିଗମାନନ୍ଦ ଏନୟୁପିଏସ, ପଂଚୁପଲ୍ଲୀ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ଅନୁରୂପ ଭାବେ ହଂସିଣା ପ୍ରାଥମିକ ବିଦ୍ୟାଳୟ, ଗୋବର୍ଦ୍ଧନପୁର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ମଧ୍ୟପଡ଼ା ଗୋବିନ୍ଦପୁର ୟୁଜିୟୁପି, ସୁବର୍ଣ୍ଣପୁର ପିୟୁପିଏସ, ଜଗନ୍ନାଥପୁର ଶାସନ ଶିକ୍ଷାନିକେତନ, କେରୁଆଁପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦରମା ମଧ୍ୟ ବନ୍ଦ ରହିଛି। ପ୍ରତିଦିନ ସ୍କୁଲକୁ କେତେ ପିଲା ଆସୁଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ମଧ୍ୟାହ୍ନଭୋଜନ ଖାଇବେ ସେ ନେଇ ଗଣଶିକ୍ଷା ବିଭାଗର ‘ମିଡ୍‌ ଡେ ମିଲ୍‌ ସ୍କିମ’ ପୋର୍ଟାଲରେ ଅପଲୋଡ କରିବା କଥା। ମାତ୍ର ରାଜନଗର ବ୍ଲକ ଅଧୀନ ଅଧିକାଂଶ ସ୍କୁଲର ପ୍ରଧାନଶିକ୍ଷକ ଧାର୍ଯ୍ୟ ସମୟ ମଧ୍ୟରେ ଉପସ୍ଥାନ ସଂଖ୍ୟା ଅପ୍‌ଲୋଡ କରୁ ନ ଥିବା ବେଳେ କେତେକ ପ୍ରଧାନଶିକ୍ଷକ ଆଦୌ ଅପ୍‌ଲୋଡ କରୁନାହାନ୍ତି। ଠିକ ସମୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା ଅପଲୋଡ କଲେ, ମଧ୍ୟାହ୍ନଭୋଜନ ଲୁଟ କରିହେଉ ନ ଥିବାରୁ କେତେଜଣ ପ୍ରଧାନଶିକ୍ଷକ ଜାଣିଶୁଣି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଅପଲୋଡ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନିଆଯାଉଛି। ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri