ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

ଠାକୁରମୁଣ୍ଡା,୨୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମରେ ଥିବା ମା’ ଅମ୍ବିକା ଏଲ.ଏମ.ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।
ବିଦ୍ୟାଳୟର ହଷ୍ଟେଲରେ ଥିବା ୫୪ ଛାତ୍ରୀଙ୍କ ନିମନ୍ତେ ରବିବାର ମଧ୍ୟାହ୍ନଭୋଜନରେ ଭାତ, ଡାଲି, ମଟର ତରକାରୀ, ସଜନା ଶାଗ ରୋଷେଇ ହୋଇଥିଲା। ଏହା ଖାଇବାର କିଛି ସମୟ ପରେ କେତେକ ଛାତ୍ରୀ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ପରିଚାଳିକା ସେମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ରୀଙ୍କୁ ଚିକିତ୍ସା ଲାଗି କରଞ୍ଜିଆ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଏପରି ହୋଇଛି ବୋଲି ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ କ୍ଷେତ୍ରବାସୀ ଦାସ କହିଛନ୍ତି। ଖବର ପାଇ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ମେଡ଼ିକାଲରେ ପହଞ୍ଚି ଛାତ୍ରୀମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ କରୋନା ଘାରିଛି; ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ବିଧାନସଭା ବନ୍ଦ: ଭାଜପା

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବଜେଟ...

କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ନବୀନ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): କରୋନା ମୁକାବିଲା ନେଇ ଆଗକୁ କିପରି ରଣନୀତି କରାଯିବ, ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା...

ନାଭାଲ ଛକରେ ସିରିଜ୍‌ ଦୁର୍ଘଟଣା: କାରକୁ ସାଇଡ୍‌ ଦେବାକୁ ଯାଇ ୬ ଅଟୋକୁ ଧକ୍କା ଦେଲା ଅଏଲ ଟ୍ୟାଙ୍କର

ଖୋର୍ଦ୍ଧା ଅଫିସ, ୨୦।୪: ଖୋର୍ଦ୍ଧା ଜିଲା ନାଭାଲ ଛକ ୧୬ ନଂ. ଜାତୀୟ ରାଜପଥଠାରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ଅଏଲ ଟ୍ୟାଙ୍କର ସମ୍ମୁଖରୁ...

୪ ଔଷଧ ଦୋକାନରୁ ୧୦ ଲକ୍ଷ ଚୋରି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜଧାନୀସ୍ଥିତ ଖଣ୍ଡଗିରି ଏମ୍‌ସ ରୋଡରେ ସିରିଜି ଚୋରି ହୋଇଛି। ୪ଟି ମେଡିଶିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି। ନଗଦ...

ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

ଖୋର୍ଦ୍ଧା ଅଫିସ,୧୨ା୧୦-ଖୋର୍ଦ୍ଧା ସହରର ମାରଓ୍ବାଡିପଟିସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ସୋମବାର ୨ଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ବରାଳଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।...

କ୍ୱାରାଣ୍ଟାଇନ ସେଣ୍ଟରରେ ଡାଲିରୁ ବାହାରିଲା ଝିଟିପିଟି: ଏହାକୁ ଖାଇ ୫ ଅସୁସ୍ଥ

ଛତ୍ରପୁର, ୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତ ଖୁରିଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ତଥା ଅନ୍ତେବାସୀଙ୍କୁ ସୋମବାର ରାତିରେ...

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର...

୨୫ରୁ ବିଧାନସଭା ମୌସୁମୀ ଅଧିବେଶନ : ୨୪ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ତଥା ମୌସୁମୀ ଅଧିବେଶନ ଚଳିତ ମାସ ୨୫ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ରେ...

Advertisement
Archives

Model This Week