Posted inଖେଳ

ମଧ୍ୟପ୍ରଦେଶ କ୍ରିକେଟ କୋଚ୍‌ ହେବେ ପଣ୍ଡିତ୍‌

ମୁମ୍ବାଇ, ୨୫ା୩ (ପି.ଟି.): ଭାରତର ସବୁଠାରୁ ସଫଳ ଘରୋଇ କୋଚ୍‌ ବୋଲି କୁହାଯାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତ ଆସନ୍ତା ସିଜନରେ ମଧ୍ୟ ପ୍ରଦେଶ କ୍ରିକେଟ କୋଚ୍‌ ଭାବେ କାର୍ଯ୍ୟ କରିବେ। ପଣ୍ଡିତ୍‌ ୩ବର୍ଷ ଧରି ବିଦର୍ଭ ରଣ୍‌ଜୀ ଦଳର କୋଚ୍‌ ଭାବେ କାର୍ଯ୍ୟକରିଛନ୍ତି। ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଦର୍ଭ ପଛକୁ ପଛ ରଣଜୀ ଟ୍ରଫି ଏବଂ ଇରାନୀ ଟ୍ରଫି ହାସଲ କରିପାରିଛି। ସୂଚନାଯୋଗ୍ୟ, ପଣ୍ଡିତ୍‌ ପ୍ରଥମ ଶ୍ରେଣୀ କ୍ରିକେଟରେ ମୁମ୍ବାଇ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଦଳ ପକ୍ଷରୁ ତାଙ୍କର ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଛି। କିଛି ସମୟ ପାଇଁ ସେ ଆସାମ ଦଳ ପାଇଁ ଖେଳିଛନ୍ତି। ସେ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଜଣେ ପ୍ରଫେସନାଲ ଖେଳାଳି ଭାବେ ମଧ୍ୟପ୍ରଦେଶରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି। କୋଚ୍‌ ଭାବେ ମଧ୍ୟ ପ୍ରଦେଶକୁ ସେ ଟ୍ରଫି ଜିତାଇବେ ବୋଲି ଦୃଢତାର ସହିତ କହିଛନ୍ତି। ମୁଁ ବହୁତ ରାଜ୍ୟ ସହ କାର୍ଯ୍ୟକରିଛି। ପୂର୍ବରୁ ମଧ୍ୟ ପ୍ରଦେଶ ତରଫରୁ ଜଣେ ପ୍ରଫେସନାଲ ହିସାବରେ କୋଚ୍‌, ଖେଳାଳି ଏବଂ ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିସାରିଛି। ତେଣୁ ଏଠିକାର ପରିବେଶ ସହିତ ମୁଁ ଅଭ୍ୟସ୍ତ ବୋଲି ପଣ୍ଡିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

ବେଙ୍ଗାଲୁରୁ ସାଇରେ କୋଭିଡ୍‌-୧୯ ପଜିଟିଭ୍:‌ ଖେଳାଳିଙ୍କୁ ସ୍ଥାନାନ୍ତର କରିବନି ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୦।୫(ପି.ଟି.): ବେଙ୍ଗାଲୁରୁ ସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଜଣେ କରୋନା ଭାଇରସ୍‌ ପଜିଟିଭ ସମ୍ପନ୍ନ କର୍ମଚାରୀ ତଥା ରୋଷେୟା ମୃତ୍ୟୁବରଣ କରିଛନ୍ତି।...

୨୦୨୦ ଅଲିମ୍ପିକ୍ସରୁ ୩ ଅଷ୍ଟ୍ରେଲୀୟ ଫୁଟବଲର ବାଦ୍‌ ପଡିଲେ

ସିଡ୍‌ନୀ, ୨୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆର ୩ଜଣ ୨୩ ବର୍ଷରୁ କମ୍‌ ଫୁଟବଲର ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ୍‌ ପଡିଛନ୍ତି। କାମ୍ବୋଡିଆରେ ଜଣେ ମହିଳା...

ଶ୍ରୀଲଙ୍କାର ସହଜ ବିଜୟ

ହରାରେ, ୨୪ା୧ (ଏଏଫ୍‌ପି)- ଜିମ୍ବାଓ୍ବେ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ୧୦ ଉଇକେଟରେ ବିଜୟ ଲାଭ କରିଛି। ଶ୍ରୀଲଙ୍କାର ସୁରଙ୍ଗ ଲକମଲ ୨୭ ରନ...

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ...

ଥୁରମ ୫ ମ୍ୟାଚରୁ ବାସନ୍ଦ

ବର୍ଲିନ, ୨୩ା୧୨ (ଏପି)-ବୋରୁସିଆ ମଞ୍ଚେନଗ୍ଲାଡବ୍ୟାକ୍‌ ଷ୍ଟ୍ରାଇକର ମାର୍କସ ଥୁରମଙ୍କୁ ୫ଟି ମ୍ୟାଚରୁ ବାସନ୍ଦ କରାଯାଇଛି। ବୁନ୍ଦେସ୍‌ଲିଗାରେ ବିପକ୍ଷ ହଫେନ୍‌ହିମ୍‌ ଦଳର ଜଣେ ଖେଳାଳିଙ୍କ ମୁହଁକୁ ଛେପ...

ପ୍ରଥମ ମହିଳା ଟି୨୦: ଭାରତ ୧୧ ରନରେ ବିଜୟୀ

ସୁରଟ,୨୫।୯(ପି.ଟି.)- ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳ ୧୧ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ...

ଲିସା କେଟଲୀ ଇଂଲଣ୍ଡ ମହିଳା କୋଚ୍‌

ଲଣ୍ଡନ, ୩୧।୧୦(ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା...

Advertisement

BGU

Archives

Model This Week

Why Dharitri