ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ

ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ ପରିବାରର ୪ବଖରା ସହିତ ୨ଟି ଗାଈ, ୨ ବାଛୁରୀ, ୪ ବାଇକ୍‌ ଓ ସ୍କୁଟି, ନଗଦ ୫୦ ହଜାର ଟଙ୍କା ଏବଂ ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ଏହି ଗ୍ରାମର ସଞ୍ଜୟ କୁମାର ରଥ(୫୨)ଙ୍କ ଗୁହାଳ ଘରେ ଗୁରୁବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଚାହଁଚାହୁଁ ପଡୋଶୀ ଦିନମଜୁରିଆ ଶ୍ରେଣୀର ସୁବାସ ଚନ୍ଦ୍ର ରଥ(୩୮)ଙ୍କ ଘରକୁ ବ୍ୟାପୀ ଯାଇଥିଲା । ସୁବାସଙ୍କ ଦୁଇ ବଖରା ଓ ସଞ୍ଜୟଙ୍କ ଗୁହାଳ ଘର ସହିତ ପାଖରେ ଥିବା ଅନ୍ୟ ଏକ ବଖରା ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ସଞ୍ଜୟଙ୍କର ୪ଟି ଗୋରୁ, ୪ଟି ଗାଡ଼ି ଜଳିଯାଇଛି। ସେହିପରି ସୁବାସଙ୍କ ଘରର ସମସ୍ତ ଆସବାବପତ୍ର ସମେତ ଘର ଛପର ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜଳିଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତିନି ପୁଅ ଓ ପରିବାରକୁ ନେଇ ସୁବାସ ଏବେ ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସରକାରୀସ୍ତରରେ ଏହି ଅଗ୍ନିବିପନ୍ନଙ୍କୁ ଥଇଥାନ କରାଯିବା ସହିତ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କ ସେବାରେ ମୋହିତ

ଭଦ୍ରକ ଅଫିସ, ୨୨।୪ ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ ନିଜ କାମରେ ବ୍ୟସ୍ତ ଥିବାବେଳେ ଦୁଃଖୀ ଦରିଦ୍ରଙ୍କ କଥା ବୁଝିବାକୁ କାହା ପାଖରେ ସମୟ ନାହିଁ।...

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ...

ଯୁବକଙ୍କୁ ଛୁରାମାଡ଼ ଘଟଣା: ଜଣେ ଗିରଫ

ବଡ଼ବିଲ,୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଜଣେ ଯୁବକଙ୍କୁ ଗତ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ...

ଭକ୍ତଙ୍କ ପାଇଁ କାଳିଜାଇ ବନ୍ଦ

ଖୋର୍ଦ୍ଧା ଅଫିସ, ୧୩।୧: ଭକ୍ତଙ୍କ ପାଇଁ ମା’ କାଳିଜାଇ ମନ୍ଦିର ଶୁକ୍ରବାର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ...

ମାଲବାହୀ ଟ୍ରକ୍‌ ଚାଳକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଢେଙ୍କାନାଳ ଅଫିସ, ୧୨।୪-କରୋନା ବିପତ୍ତି ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଥିବା ଟ୍ରକ୍‌ ଚାଳକଙ୍କୁ ଢେଙ୍କାନାଳ ଛାତ୍ର ବିଜେଡି ପକ୍ଷରୁ ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ...

ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ।...

ଖିଅ ଖୋଜୁଛି ପୋଲିସ

ବଡ଼ବିଲ,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଲସର୍ଦା ଗ୍ରାମରେ ସୋମବାର ରାତି ୮ଟା ୩୦ରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ସାଇଣ୍ଟିଫିକ୍‌...

ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଖଲ୍ଲିକୋଟ,୨୦ା୫(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଢ଼ିମିରିଆ ଛକ ନିକଟରେ ବୁଧବାର ସକାଳେ ତାମିଲନାଡୁରୁ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଟ୍ରକ ପଛରେ ପିଟି ଦେଇଥିଲା।...

Advertisement
Archives

Model This Week