ମଦ ବନ୍ଦ ପାଇଁ ମହିଳା ସଂଘର ମେଳି

ତୁମୁଡିବନ୍ଧ,୧୦।୬(ଡି.ଏନ୍‌.ଏ.)- ତୁମୁଡିବନ୍ଧ ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଉଛି। ଝିରିପାଣି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏକାଠି ହୋଇ ପଞ୍ଚାୟତସ୍ତରୀୟ ମହିଳା ସଂଘ ଗଠନ କରି ମଦ ବିକ୍ରି ବନ୍ଦ ପାଇଁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଝିରିପାଣି ପୁରୁଣା ସାହିଠାରେ ବୈଠକ କରିଥିଲେ। ସଭାନେତ୍ରୀ ଭାବେ ପୂର୍ଣ୍ଣମୀ ପାତ୍ର ଓ ସମ୍ପାଦକ ଭାବେ ପଦ୍ମତୋଳା ପାତ୍ର ଉପସ୍ଥିତ ମହିଳାମାନଙ୍କୁ ଦେଶୀ ଓ ବିଦେଶୀ ମଦ ବନ୍ଦ କରିବା ନେଇ ଆଲୋଚନା କରିଥିଲେ। ଅନୁନ୍ନତ ଝିରିପାଣି ପଞ୍ଚାୟତରେ ବ୍ୟାପକ ମଦ କାରବାର ଯୋଗୁ ବହୁ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଆସନ୍ତା ମଙ୍ଗଳବାର ପଞ୍ଚାୟତର ସମସ୍ତ ଗ୍ରାମର ମହିଳାମାନେ ଏକାଠି ହୋଇ ମଦବନ୍ଦ ପାଇଁ ଝିରିପାଣି ଠାରେ ଏକ ଶୋଭାଯାତ୍ରା କରାଯିବ ବୋଲି କହିଛନ୍ତି ସମ୍ପାଦିକା ପଦ୍ମତୋଳା ପାତ୍ର। ଏନେଇ ସ୍ଥାନୀୟ ପୋଲିସ, ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଜିଲାପାଳ ବାଲିଗୁଡା, ବିଧାୟକ ବାଲିଗୁଡା, ଏମ୍‌ପି କନ୍ଧମାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ସଭାନେତ୍ରୀ ପୂର୍ଣ୍ଣମୀ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପୁଣି ୩୧୪୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୩୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୧୯ଜଣ ଲୋକାଲ କେସ୍‌ ଥିବା...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୧୯ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, ପୁରୀରୁ ୨୧୦,...

ମାର୍କେଟ ବିଲ୍ଡିଂରେ ଆତଙ୍କ: ଯାହାକୁ ଦେଖିଲେ ପିଟିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା। ପ୍ରାୟ ୭୦ ଦୁର୍ବୃତ୍ତ ମୁହଁରେ କଳାମୁଖା ପିନ୍ଧି ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ପଶିଆସିଥିଲେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱର...

ରାଜଧାନୀରେ ୪ଟି ବର୍ଗରେ ହେବ ନମୁନା ପରୀକ୍ଷଣ, ସହଯୋଗ ନ କଲେ ହସ୍ତକ୍ଷେପ କରିବ ପୋଲିସ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୪୬ଜଣ ରହିଛନ୍ତି। ଏହାକୁ ନେଇ ଭୁବନେଶ୍ୱରକୁ ହଟ୍‌ସ୍ପଟ୍‌ କୁହାଯାଉଛି। ଆଗାମୀ ଦିନରେ କରୋନାର...

ଲକ୍‌ଡାଉନ ସମୟରେ ପ୍ରବାସୀଙ୍କୁ ରୋଜଗାର ଦେଉଛି ଗଞ୍ଜାମ ଏନ୍‌ଏସି ପ୍ରଶାସନ

ଗଞ୍ଜାମ,୭।୭(ଡି.ଏନ୍‌.ଏ.): କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଫଳରେ କାମଧନ୍ଦା ନ ପାଇ ବେକାର ହୋଇ ଘରେ...

ମେଡିକାଲରେ ଡାକ୍ତରଙ୍କ ଧୂମପାନ ଫଟୋ ଭାଇରାଲ

ପାତ୍ରପୁର,୨୭ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ଜଣ ଡାକ୍ତର ଏକାଠି ହୋଇ ଧୂମପାନ (ସିଗାରେଟ) କରୁଥିବା ଏକ ଫଟୋ ଶନିବାର ସାମାଜିକ ଗଣମାଧ୍ୟମରେ ଭାଇରାଲ...

ରଥଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା: ଏନ୍‌ଏଚ୍‌ରେ ୨୪ ଘଣ୍ଟିଆ ପାଟ୍ରୋଲିଂ, ଦୁର୍ଘଟଣା ଗାଡ଼ି ଉଠାଇବା ପାଇଁ ରହିବ କ୍ରେନ୍‌

କଟକ ଅଫିସ, ୨।୭-ଆସନ୍ତା ୪ ତାରିଖରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେବାକୁ ଯାଉଛି।...

ପୋଲିସ-ପ୍ରଶାସନ ଯାଞ୍ଚ ଢିଲା: ୪ ଦିନିଆ ସଟ୍‌ଡାଉନ୍‌ ପରେ ବ୍ରହ୍ମପୁରରେ ଅସମ୍ଭାଳ ଭିଡ

ବ୍ରହ୍ମପୁର ଅଫିସ , ୧।୭ – ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେହିପରି...

BGU
Play 250+ Trending Games
Archives

Model This Week

Why Dharitri